ସ୍ବାମୀଙ୍କ ଘର ଆଗରେ ଧାରଣା ଦେଲେ ପ୍ରଥମ ସ୍ତ୍ରୀ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): ସ୍ବାମୀର ଅଧିକାର ନେଇ ପ୍ରଥମ ସ୍ତ୍ରୀ ଘର ଆଗରେ ଧାରଣା ଦେଇଛନ୍ତି ଦ୍ୱିିିତୀୟ ସ୍ତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହର ୱାର୍ଡ ନଂ. ୪ ରାଉଳ ସାହିରେ। ରାୟଗଡା ଅଞ୍ଚଳର ସ୍ବପ୍ନା ମହାପାତ୍ର ନାମକ ଜଣେ ମହିଳା ନିଜକୁ ପ୍ରଥମ ସ୍ତ୍ରୀ ଦାବି କରି ଦ୍ୱିତୀୟ ସ୍ତ୍ରୀଙ୍କ ଘର ସମ୍ମୁଖରେ ବୁଧବାର ଧାରଣା ଦେଇଛନ୍ତି l ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି।
ଉକ୍ତ ମହିଳାଙ୍କ କହିବା ଅନୁଯାୟୀ,୨୦୦୫ରେ ଆଶୁତୋଷ ମହାପାତ୍ର ନାମକ ଯୁବକଙ୍କୁ ରାୟଗଡ଼ାସ୍ଥିତ ଏକ ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଦୁହେଁ କିଛି ଦିନ ମିଶିକି ରହିବା ପରେ ଆଶୁତୋଷ ତାଙ୍କୁ ଛାଡ଼ି ପଳାଇ ଥିଲେ । ଆଶୁତୋଷ ତାଙ୍କୁ ନ ଜଣାଇ ୨୦୦୬ରେ ଜଣେ ଅନ୍ୟଜଣଙ୍କୁ ବିବାହ କରିଥିବା ୨୦୧୦ରେ ଜାଣିବାକୁ ପାଇ ରାୟଗଡ଼ା ଥାନାରେ ମୌଖିକ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନାରେ ଏକ ଲିଖିତ ଚୁକ୍ତିନାମା ପତ୍ରରେ ଉଭୟ ସ୍ବାକ୍ଷର କରି ପୁଣି ଚାଲି ଯାଇଥିଲେ। ପରେ ୨୦୧୮ ଅକ୍ଟୋବରରେ ରାୟଗଡା ଆସି ଚାମଖଣ୍ଡିରେ ଘର ଭଡା ନେଇ ସ୍ବପ୍ନା ରହୁଥିବା ବେଳେ ଆଶୁତୋଷ ମଝିରେ ମଝିରେ ତାଙ୍କ ପାଖେ ଯାଇଁ ରହୁଥିଲୋ। ସେଠାରେ ତାଙ୍କୁ ସମସ୍ୟା ହେବାରୁ ବୁଧବାର ଆଶୁତୋଷ ଦ୍ୱିତୀୟ ସ୍ତ୍ରୀଙ୍କୁ ନେଇ ରହୁଥିବା ଭଡା ଘର ଆଗରେ ଧାରଣାରେ ବସିଛନ୍ତି। ସେ ଉଭୟ ସ୍ତ୍ରୀଙ୍କୁ ପାଖରେ ରଖିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri