ସମ୍ମାନ ରକ୍ଷା ପାଇଁ ଭାଜପା ଲଢ଼ିବ

କେନ୍ଦ୍ରାପଡ଼ା ଅଫିସ, ୨୪ା୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୨୦୧୭ ନିର୍ବାଚନରେ ଏହି ବ୍ଲକ ଅଞ୍ଚଳରେ ଭାଜପା ପ୍ରଭାବ ବିସ୍ତାର କରିଥିଲା। ବ୍ଲକର ୨୦ ଓ ୨୧ ନଂ. ଜୋନରେ ଭାଜପା ପ୍ରାର୍ଥୀ ଜିତିଥିଲେ। ଅପରପକ୍ଷରେ ୧୯, ୨୨ ଓ ୨୩ ନଂ. ଜୋନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। କଂଗ୍ରେସ ଏହି ବ୍ଲକର ଭୋଟ ସଂଗ୍ରହ ହାରରେ ତୃତୀୟ ସ୍ଥାନରେ ଥିଲା। ତେବେ ଚଳିତ ନିର୍ବାଚନରେ ଭାଜପା ସମ୍ମାନ ରକ୍ଷା ପାଇଁ ସଂଘର୍ଷ କରୁଛି। ଗତ ୪ ପର୍ଯ୍ୟାୟ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇଥିବାରୁ ପ୍ରତିକାର ପାଇଁ ବ୍ୟାପକ ପୋଲିସ ବଳ ମୁତୟନ ହୋଇଛି। ମହାକାଳପଡ଼ା ବ୍ଲକ ଅଞ୍ଚଳର ୫ ଜିଲା ପରିଷଦ ଜୋନ ଅଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ୧,୬୬,୨୭୦। ୪୭୪ ବୁଥରୁ ୨୫୮ଟି ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି। ଏହି ବ୍ଲକର ୧୯ନଂ. ଜୋନରେ କଂଗ୍ରେସରୁ ମାନସୀପ୍ରଭା ଦାଶ, ଭାଜପାରୁ ମୋନାଲିସା ଦାସ ଓ ବିଜେଡିରୁ ସସ୍ମିତା ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି। ୨୦ ନଂ. ଜୋନରେ ସ୍ବାଧୀନ ପ୍ରାର୍ଥୀ ଅଧୀର ନାଥଶର୍ମା, କଂଗ୍ରେସରୁ କଳ୍ପତରୁ ପ୍ରଧାନ, ବିଜେଡିରୁ ସୁବୋଧ କୁମାର ଲେଙ୍କା, ଭାଜପାରୁ ସୌଭାଗ୍ୟ କୁମାର ପରିଡ଼ା ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ୨୧ନଂ. ଜୋନରେ ବିଜେଡିରୁ ଅନୁରାଧା ସ୍ବାଇଁ, ଭାଜପାରୁ କାମିନୀ ଖଟୁଆ, କଂଗ୍ରେସରୁ ଚୁନିଲତା ମାଝି ନିର୍ବାଚନୀ ମଇଦାନରେ ଅଛନ୍ତି। ବ୍ଲକର ୨୨ ନଂ. ଜୋନରେ ବିଜେଡିରୁ ଅପୁ ପରିଡା, କଂଗ୍ରେସରୁ ବ୍ରଜମୋହନ ମଣ୍ଡଳ, ଭାଜପାରୁ ସରୋଜକାନ୍ତ ସାହୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୩ ନଂ. ଜୋନରେ ସ୍ବାଧୀନ ପ୍ରାର୍ଥୀ ଅଚିନ୍ତ କୁମାର ମାଇତି, ସିପିଆଇ ପ୍ରାର୍ଥୀ ନରୋତ୍ତମ ପାର୍ଥସାରଥୀ, ବିଜେଡିରୁ ମୃତ୍ୟୁଞ୍ଜୟ ମଣ୍ଡଳ, ଭାଜପାରୁ ଶଶିକାନ୍ତ ପରିଡ଼ା, କଂଗ୍ରେସରୁ ସୁଶୀଲ କୁମାର ସେନାପତି, ଏଏପିରୁ ସୁଜିତ ସରକାର ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ୨୪ ନଂ. ଜୋନରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ଜୋନରେ ବିଏସ୍‌ପିରୁ ଅଶୋକ କୁମାର ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ଜଳଧର ବେହେରା, କଂଗ୍ରେସରୁ ଦୋଳଗୋବିନ୍ଦ ମାହାଳି, ଭାଜପାରୁ ପ୍ରଜେଶ ରଞ୍ଜନ ନାୟକ, ସ୍ବାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପରିଡ଼ା, ବିଜେଡିରୁ ପ୍ରମୋଦ କୁମାର ରଥ, ସ୍ବାଧୀନ ପ୍ରାର୍ଥୀ ମାଧବ ଚନ୍ଦ୍ର ନାୟକ, ରାଜେନ୍ଦ୍ର ମଲ୍ଲିକ ଓ ସିପିଆଇରୁ ସୀତାକାନ୍ତ ନାୟକ ନିର୍ବାଚନ ମଇଦାନରେ ଅଛନ୍ତି। ବ୍ଲକ ଅଞ୍ଚଳରେ ପାନୀୟ ଜଳ, ଗମନାଗମନ ରାସ୍ତା ଓ ସେତୁଠାରୁ ଆରମ୍ଭ କରି କ୍ଷେତକୁ ଜଳ ପରିଚାଳନା ପ୍ରମୁଖ ସମସ୍ୟା ଭାବେ ଉପସ୍ଥାପିତ ହୋଇଛି। ବ୍ଲକରେ ବିଜେଡି ଓ ଭାଜପା ପାଇଁ ଦଳୀୟ ଅନ୍ତଃକନ୍ଦଳ ସହ ଆଞ୍ଚଳିକ ସମସ୍ୟା ରହିଛି। ଏହାର ଫାଇଦା ବିରୋଧୀ କଂଗ୍ରେସ ନେବ ବୋଲି ଆଲୋଚନା ହେଉଛି। ବ୍ଲକର ୪୭୪ ବୁଥ୍‌ରେ ନିର୍ବାଚନ ପାଇଁ ୧୪୯୪ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୧ ମୋବାଇଲ ପାର୍ଟି ସହ ୫୨୧ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ବ୍ଲକରେ ୫ ଜଣ ପଦାଧିକାରୀଙ୍କୁ ନିର୍ବାଚନ ପାଇଁ ମାଜିଷ୍ଟ୍ରେଟ ପଦବୀରେ ଅବସ୍ଥାପିତ କରାଯାଇଛି। ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିବା ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?