ପଶ୍ଚିମ ଓଡିଶା କଳାକାର ମହାସଂଘର ଦାବି, ଧନୁଯାତ୍ରା କଳାକାରଙ୍କୁ ଆର୍ଥିକ ସହାୟତା ଦିଆଯାଉ

ବରଗଡ ଅଫିସ,୧୪।୧୨- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବକୁ ଏଥର ବାତିଲ କରାଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଧନୁଯାତ୍ରା ମହୋତ୍ସବ ସମିତି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏଭଳି ନିଷ୍ପତ୍ତିକୁ କଳାକାର ମହାସଂଘ ସ୍ବାଗତ କରିଛି। ଅନ୍ୟପକ୍ଷରେ ଧନୁଯାତ୍ରା ବାତିଲ ଯୋଗୁ ଏହି ମହୋତ୍ସବରେ ଅଭିନୟ କରୁଥିବା କଳାକାରଙ୍କ ରୋଜଗାର ଆଶା ମଉଳି ଯାଇଛି। ଫଳରେ ଏଭଳି ସ୍ଥିତିରେ ଗତବର୍ଷ ଧନୁଯାତ୍ରାରେ ଅଭିନୟ କରିଥିବା କଳାକାରଙ୍କୁ ଯେଉଁ ଆଧାରରେ ପାରିଶ୍ରମିକ ଦିଆଯାଇଥିଲା, ଏଥର ଧନୁଯାତ୍ରା ବାତିଲ ହୋଇଥିଲେ ସୁଦ୍ଧା ସମ୍ପୃକ୍ତ କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କଳାକାର ମହାସଂଘ ଦାବି କରିଛି ଏବଂ ସୋମବାର ଏ ନେଇ ବରଗଡ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ମହାସଂଘର ସଭାପତି ଚୈତନ୍ୟ ପାଇକଙ୍କ ନେତୃତ୍ୱରେ ବରଗଡ ଧନୁଯାତ୍ରା କଂସ ମହାରାଜ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ବହୁ କଳାକାର ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri