ପଶ୍ଚିମ ଓଡିଶା କଳାକାର ମହାସଂଘର ଦାବି, ଧନୁଯାତ୍ରା କଳାକାରଙ୍କୁ ଆର୍ଥିକ ସହାୟତା ଦିଆଯାଉ

ବରଗଡ ଅଫିସ,୧୪।୧୨- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବକୁ ଏଥର ବାତିଲ କରାଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଧନୁଯାତ୍ରା ମହୋତ୍ସବ ସମିତି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏଭଳି ନିଷ୍ପତ୍ତିକୁ କଳାକାର ମହାସଂଘ ସ୍ବାଗତ କରିଛି। ଅନ୍ୟପକ୍ଷରେ ଧନୁଯାତ୍ରା ବାତିଲ ଯୋଗୁ ଏହି ମହୋତ୍ସବରେ ଅଭିନୟ କରୁଥିବା କଳାକାରଙ୍କ ରୋଜଗାର ଆଶା ମଉଳି ଯାଇଛି। ଫଳରେ ଏଭଳି ସ୍ଥିତିରେ ଗତବର୍ଷ ଧନୁଯାତ୍ରାରେ ଅଭିନୟ କରିଥିବା କଳାକାରଙ୍କୁ ଯେଉଁ ଆଧାରରେ ପାରିଶ୍ରମିକ ଦିଆଯାଇଥିଲା, ଏଥର ଧନୁଯାତ୍ରା ବାତିଲ ହୋଇଥିଲେ ସୁଦ୍ଧା ସମ୍ପୃକ୍ତ କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କଳାକାର ମହାସଂଘ ଦାବି କରିଛି ଏବଂ ସୋମବାର ଏ ନେଇ ବରଗଡ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ମହାସଂଘର ସଭାପତି ଚୈତନ୍ୟ ପାଇକଙ୍କ ନେତୃତ୍ୱରେ ବରଗଡ ଧନୁଯାତ୍ରା କଂସ ମହାରାଜ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ବହୁ କଳାକାର ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏ ଓଭର ବ୍ରିଜ୍‌ ତଳ ରାସ୍ତାରେ ଭୟ

ବଡ଼ଚଣା,୨୨।୧(ଡି.ଏନ୍‌.ଏ.): ୧୬ନଂ. ଜାତୀୟ ରାଜପଥ ସଂପ୍ରସାରଣ କରାଯାଇ ୨ରୁ ୪ ଲାଇନ କରାଗଲା। ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ବଜାର, ଛକ ଏବଂ ମୁଖ୍ୟସ୍ଥଳରେ...

କୋରାପୁଟରେ ପହଞ୍ଚିଲା ୩୫ ହଜାର କରୋନା ଟିକା, ଆସନ୍ତାକାଲିଠାରୁ ଟିକାକରଣ

କୋରାପୁଟ,୧୮ା୧(ସ୍ବ.ପ୍ର.): କୋରାପୁଟ ଜିଲାରେ ୩୫ ହଜାର କରୋନା ଟିକା ପହଞ୍ଚିଥିବା ବେଳେ ଗୁରୁବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର...

ଉପଶମ ହେଉଛି ଉପାନ୍ତ କ୍ଷତ

ଢେଙ୍କାନାଳ ଅଫିସ୍‌, ୧୩।୪: ଶିଳ୍ପରେ ସମୃଦ୍ଧ। ଅଥଚ ଅପହଞ୍ଚ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉ ନ ଥିଲା। କେତେବେଳେ ଭୋକର ଭୂଗୋଳ ତ ଆଉ କେବେ...

ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ୧୨ ଲକ୍ଷ ଜରିମାନା ଆଦାୟ: ଏସ୍‌ପି

ଛତ୍ରପୁର,୧।୭(ଡି.ଏନ୍‌.ଏ.): କୋଭିଡ-୧୯ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ...

ଅବୈଧ ଟିକଟ କାରବାର କରୁଥିବା ନକଲି ରେଳ ଅଧିକାରୀ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ରେଳ ସୁରକ୍ଷା ବଳ ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଜଣେ ନକଲି ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ...

ଆଇନ ବିଭାଗକୁ ଚିଠି ଲେଖିନି ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ସହ ମରାମତି କରାଯିବା ପାଇଁ ରାଜ୍ୟ ସାରା ଜଗନ୍ନାଥପ୍ରେମୀମାନେ ଦାବି କରୁଛନ୍ତି। ମାତ୍ର ରାଜ୍ୟ...

ପ୍ଲାଷ୍ଟିକ୍‌ କବ୍‌ଜାରେ ଓଡ଼ିଶାର କଶ୍ମୀର

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ...

ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ,୨।୬: ମୟୂରଭଞ୍ଜ ଜିଲା ବାଙ୍କିଶୋଳସ୍ଥିତ ଏକ କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ନେଇ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ କେନ୍ଦ୍ରମନ୍ତ୍ରୀ...

Advertisement
Archives

Model This Week