ଦୀପାବଳି ପୂର୍ବରୁ ବାତ୍ୟା ଭୟ ବଢୁଛି: ବାଣ, ଦୀପ ଓ ସାମଗ୍ରୀ ବ୍ୟବସାୟ ଠପ୍‌ ଆଶଙ୍କା

କେନ୍ଦ୍ରାପଡ଼ା ଅଫିସ, ୨୦।୧୦: ଆସନ୍ତା ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପ୍ରଚାର ପ୍ରସାର କରାଯାଉଛି। ଗୋଟିଏ ପଟରେ ସମ୍ଭାବ୍ୟ ବାତ୍ୟା ସ୍ଥାନୀୟ ଜିଲାବାସୀଙ୍କୁ ଅତଙ୍କିତ କରିଥିବା ବେଳେ ଆସନ୍ତା ୨୫ ତାରିଖ ଦୀପାବଳି ଉତ୍ସବ ଅଛି। ବାତ୍ୟା ଏହି ଉତ୍ସବକୁ ଛଡାଇ ନେବ ବୋଲି ଆଲୋଚନା ହେଉଛି। ଫଳରେ ବାଣ, ଦୀପ, କାଉଁରିଆ କାଠି ଓ ଅନ୍ୟ ସାମଗ୍ରୀ ବିକ୍ରିକୁ ନେଇ ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀ ସନ୍ଦେହରେ ପଡିଛନ୍ତି। ଦୁଇବର୍ଷର କରୋନା ସଂକ୍ରମଣ କଟକଣା ପରେ ଚଳିତବର୍ଷ ଖୁସି ଆସିଥିବା ବେଳେ ବାତ୍ୟା ରୋଜଗାରକୁ ବନ୍ଦ କରିଦେବ ବୋଲି ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ସହର ନିକଟ ଗରାପୁରର ବାଣ ପ୍ରସ୍ତୁତକାରୀ ଭରତ ଦାସ କହିଛନ୍ତି, ଦୀର୍ଘ ଦୁଇବର୍ଷ ଧରି କୋଭିଡ୍‌ ୧୯ କଟକଣା ଆମ ଜୀବନକୁ ଦୁର୍ବିସହ କରିଥିଲା। ଏହି କଟକଣା ଚଳିତ ବର୍ଷ ହଟିଛି। ଗଣେଷ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏବେ ବାହାଘର, ବ୍ରତ ଉତ୍ସବରେ ବାଣ ବ୍ୟବହାର ହେଉଛି। ଆସନ୍ତା ଦୀପାବଳି ଅମାବାସ୍ୟା ଆମ ବର୍ଷକ ରୋଜଗାରର ପ୍ରାୟ ୮୦ ଭାଗ ଭରଣା କରେ। ତେବେ ସମ୍ଭାବ୍ୟ ବାତ୍ୟା ଏହି ବ୍ୟବସାୟକୁ ବୁଡାଇବ। ଆର୍ଥିକ ଦୁର୍ଗତୀକୁ ମୁକାବିଲା କରିବା ଏବେ ଅତ୍ୟନ୍ତ କଷ୍ଟ ହେବ ବୋଲି ସେ କହିଛନ୍ତି। ଗରାପୁରର ମାଧବ ଚନ୍ଦ୍ର ଦାସ କହିଛନ୍ତି, ଜିଲାରେ ପ୍ରାୟ ୧୫୦୦ କାରିଗର ବାଣ ନିର୍ମାଣ କରୁଛନ୍ତି। କେତେଜଣ ବ୍ୟବସାୟୀ ଅଗ୍ରୀମ ଦେଇଛନ୍ତି। ତେବେ ଏହି ବ୍ୟବସାୟୀ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ପ୍ରକାଶ ସହ ଅଗ୍ରୀମ ଫେରାଇବାକୁ କହିଲେଣି। ଧାର କରଜ କରି ସମଗ୍ରୀ ଆଣି ବାଣ ପ୍ରସ୍ତୁତ ପରେ ବିକ୍ରି ନ ହେଲେ ଋଣ ଶୁଝିବା ଚିନ୍ତା ବଢ଼ିଯିବ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ବାଣ ବିକ୍ରି ପାଇଁ ଅନୁମତି ଦେଇ ନ ଥିବାରୁ ପରିବାରର ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରିବ। ଜଜାଙ୍ଗ ଗ୍ରାମର ଚକ୍ରଧର ବେହେରା କହିଛନ୍ତି, ଦୀପାବଳିରେ ଦୀପ ହେଉଛି ମୁଖ୍ୟ ସାମଗ୍ରୀ। ଏହି ପର୍ବକୁ ଲକ୍ଷ୍ୟ ରଖି ଜିଲାର ପ୍ରତ୍ୟେକ ଗ୍ରାମରେ ମାଟି ଦୀପ ନିର୍ମାଣ ହୋଇଛି। ଏବେ ବିକ୍ରି କରିବା ସମୟ ଆସିଛି। ମାତ୍ର ବାତ୍ୟା ଭୟ ଦୀପ ବେପାର ଉପରେ ଚଡକ ପକାଇଛି। ବାତ୍ୟା ପାଇଁ ୮୦ ଭାଗ ଦୀପ ବିକ୍ରି ହେବ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। କେବଳ ବିଧି ପାଇଁ ଅଳ୍ପ କେତୋଟି ଦୀପ ଲୋକମାନେ କିଣୁଛନ୍ତି। ଏହାବ୍ୟତୀତ କେତେଜଣ ଲୋକ ଚିକିମିକ କରୁଥିବା ଚାଇନା ଦୀପୁ କିଣିବା ଦେଖାଯାଉଛି। ଫଳରେ କୌଳିକ ବୃତ୍ତି ଏବେ ସଙ୍କଟାପର୍ଣ୍ଣ ହୋଇଛି। ଦୀପାବଳି ପାଇଁ ବିଭିନ୍ନ ସାମଗ୍ରୀ ବ୍ୟବସାୟ କରୁଥିବା ସହରର ଖଡିଅଙ୍ଗସ୍ଥ ଭୀମସେନ ବେହେରା କହିଛନ୍ତି, ଏବେ କେନ୍ଦ୍ରାପଡ଼ାରେ କାଉଁରିଆ କାଠି ସଂଗ୍ରହ ପାଇଁ ମୁଳୁନାହିଁ। ଜିଲାରେ ନଳିତା ଚାଷ କମିଛି।

ସେହିପରି ଦୀପାବଳି ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଡ କରାଯାଇଥିବା ବେଳେ ଆସନ୍ତା ୩ରୁ ୪ଦିନ ମଧ୍ୟରେ ବାତ୍ୟା ହେବ ବୋଲି ପ୍ରଚାର ଆରମ୍ଭ ହୋଇଛି। ଯାହା ଏହି ବ୍ୟବସାୟୀଙ୍କ ବ୍ୟବସାୟକୁ ଘାଟା ପହଞ୍ଚାଇବ। ବାଣ ବ୍ୟବସାୟ ପାଇଁ କିଛି ସାମଗ୍ରୀ ଅଣାଯାଇଥିବା ବେଳେ ବିକ୍ରି ପାଇଁ ଏଯାଏ ଅନୁମତି ମିଳିନାହିଁ। କରୋନା ସଂକ୍ରମଣ ଜିଲା ଅର୍ଥନୀତିକୁ ନଷ୍ଟ କରିଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ବେଡି ଉପରେ କୋରଡ ମାଡ ସଦୃଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri