ବାପାଙ୍କୁ ମାଡ଼ ମାରି ଥାନାରେ ପୁଅ ଅଟକ

ଦିଗପହଣ୍ଡି,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛନ୍ତି। ଥାନାରେ ଅଟକ ରଖାଯାଇଥିବା ଅଭିଯୁକ୍ତ ଜଣଙ୍କ ଗତ ସୋମବାର ସନ୍ଧ୍ୟାରେ ପ୍ରାୟ ୬ଟାରେ ତାଙ୍କ ବୃଦ୍ଧ ବାପାଙ୍କୁ ନିଶାସକ୍ତ ଅବସ୍ଥାରେ ନିସ୍ତୁକ ମାଡ଼ ମାରିଥିଲେ। ପୁଅଙ୍କ ମାଡ଼ରେ ଆହତ ହୋଇଥିବା ବାପା ଥାନାରେ ପହଞ୍ଚି ଏତଲା ଦେବା ପରେ ଥାନା ଆଇଆଇସି ବସନ୍ତ କୁମାର ସେଠୀ ଏତଲାକୁ ଭିତ୍ତିକରି କେସ୍‌ ନଂ. ୨୫୩/୨୦ରେ ଏକ ମକଦ୍ଦମା ରୁଜୁ କରିଥିଲେ। ଗିରଫ ଭୟରେ ଫେରାର ଥିବା ଅଭିଯୁକ୍ତ ପୁଅଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ଡାକବଙ୍ଗଳାରୁ ଶାଗୁଆନ ଗଛ ଚୋରି ଉଦ୍ୟମ: ଅଭିଯୁକ୍ତ ଫେରାର

ଗଣ୍ଡତୁରୁମ,୨୭।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ତହସିଲ ଅର୍ନ୍ତଗତ ଗଣ୍ଡତୁରୁମସ୍ଥିତ ରାଜସ୍ବ ଡାକବଙ୍ଗଳା ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଶାଗୁଆନ ଗଛ ଚୋରି ଉଦ୍ୟମ ବିଫଳ ହୋଇଛି।...

ହସ୍ପିଟାଲରେ ଭର୍ତ୍ତି ହେଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ,୨୯ା୮: ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ସୁକାନ୍ତ ନାୟକ ଅସୁସ୍ଥ । ଶନିବାର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା...

ପ୍ରତିଶ୍ରୁତି ଦେଇ ପ୍ରଶାସନ ପାର୍‌

ଅନୁଗୋଳ ଅଫିସ, ୪ା୧୦: ଅନୁଗୋଳରେ ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଜାଗା ଖଣ୍ଡେ ପାଉନି ଜିଲା ପ୍ରଶାସନ। ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହରେ ବସିବା ପୂର୍ବରୁ ସର୍ବୋଦୟ ନେତ୍ରୀ...

ସାହସିକତା ଦେଖାଇଲେ ସକୁଲୁ

ସିମୁଳିଆ, ୧୭।୩(ଡି.ଏନ.ଏ.)-ଟିକେ ଡେରି ହୋଇଥିଲେ ଜଣେ ୩ବର୍ଷର ଶିଶୁଙ୍କୁ ଜୀବନ ଚାଲିଯାଇଥାନ୍ତି। ହେଲେ ସକୁଲୁ ସିଂ ନାମକ ଜଣେ ୨୬ବର୍ଷୀୟ ଯୁବକ ନିଜ ଜୀବନକୁ ବାଜି...

ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର

ବଡବିଲ,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୁରୁଣା ବସଷ୍ଟାଣ୍ଡସ୍ଥିତ ଏକ ଚା’ ଦୋକାନରେ ମଙ୍ଗଳବାର ଜଣେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର...

ପରଲୋକରେ ଝାରସୁଗୁଡ଼ା ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ

ଭୁବନେଶ୍ୱର(ବ୍ୟୁରୋ)/ ଝାରସୁଗୁଡ଼ା ଅଫିସ,୧୯।୩: ପରଲୋକରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ। ରବିବାର ଭୋର ପ୍ରାୟ ୪ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।...

ଆସୁଛି ଦୀପାବଳି: ରାସ୍ତା କଡ଼ରେ ଦୀପର ପସରା

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଦୀପର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପର୍ବ ପାଖେଇ ଆସୁଥିବାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ମାଟି...

ପିଆର୍‌ଏମ୍‌ ମେଡ଼ିକାଲ୍‌ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ

ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍‌ (ପିଆରଏମ୍‌)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ...

Advertisement
Archives

Model This Week