ଜଲାପୁଟ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୮ା୧୦: କୋରାପୁଟ ଜିଲାର ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗାବୁଡ଼ି ୩ ଜଣ ଯୁବକ ନିଖୋଜ ହୋଇଥିବା ବେଳେ ମଙ୍ଗଳବାର ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ବୁଧବାର ପୁଣି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ା ଏହି ମୃତଦେହଟି ପ୍ରଶାନ୍ତ ଖରାଙ୍କର। ତାଙ୍କ ଘର ପାଡୁଆ ଉପରସାହି ବୋଲି ପାଡୁଆ ଥାନା ପକ୍ଷରୁ ଜଣାଯାଇଛି। ବୁଧବାର ସ୍ଥାନୀୟ ଅଗ୍ନିଶମ ବିଭାଗ ଓ କୋରାପୁଟ ଓଏସ୍‌ଏପି ତୃତୀୟ ବାଟାଲିଆନ ମିଳିତ ଭାବେ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ସୂଚନାଯୋ୍ୟ, ଗତ ରବିବାର ରାତିରେ ପାଡୁଆ ଉପରସାହିର ୫ ଜଣ ଯୁବକ ଏକ ଦେଶୀ ଡଙ୍ଗାରେ ଜଲାପୁଟ ଜଳଭଣ୍ଡାରର ରାମତା ଗ୍ରାମକୁ ଯାଉଥିବାବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଯାହା ଫଳରେ ୩ ଜଣ ଯୁବକ ନିଖୋଜ ହୋଇଯାଇଥିଲେ। ମନୋଜ ହନ୍ତାଳ ଓ ଅଭୟ ହନ୍ତାଳ ପହଁରି ପହଁରି କୂଳକୁ ଆସିଥିଲେ। ଘଟଣା ସମ୍ପର୍କରେ କାହାରିକୁ କିଛି କହି ନ ଥିଲେ। ପରେ ନିଖୋଜ ଯୁବକମାନେ ହେଲେ ପ୍ରଶାନ୍ତ, ଚିତ୍ତ ଓ ମନୋଜକୁ ନେଇ ସଂପୃକ୍ତ ପରିବାର ପକ୍ଷରୁ ପଚରାଉଚରା କରାଯିବା ପରେ ଉଦ୍ଧାର ପାଇଥିବା ଏହି ଦୁଇ ଯୁବକ ଏହି ଘଟଣା ରବିବାର ଅପରାହ୍ନରେ ଘଟିଥିବା ପ୍ରକାଶ କରିଥିଲେ ା କିନ୍ତୁ ଭୟରେ କାହାରିକୁ କହି ନ ଥିଲେ। ପାଡୁଆ ଥାନାରେ ସୋମବାର ରାତିରେ ନିଖୋଜ ଯୁବକଙ୍କ ପରିବାର ପକ୍ଷରୁ ସ୍ଥାନୀୟ ପାଡୁଆ ଥାନାରେ ଏତଲା ଦିଆଯିବା ପରେ ମଙ୍ଗଳବାର ସକାଳୁ କୋରାପୁଟ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଲାସି କାର୍ଯ୍ୟ ଜାରି ରଖିଥିବାବେଳେ ପ୍ରଶାନ୍ତଙ୍କ ମୃତଦେହ ମିଳିଥିବାବେଳେ ବୁଧବାର ପୁଣି ଓଡ୍ରାଫ୍‌ ଟିମ୍‌ର ହାବିଲଦାର ଗୋପାଳ ନାୟକଙ୍କ ନେତୃତ୍ୱରେ ପ୍ରଶାନ୍ତ ଖରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ନନ୍ଦପୁର ତହସିଲଦାର ନରସିଂହ ଗଦବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri