Posted inଫୁରସତ

ପୁଅର ଓ୍ବାଇଫାଇ ସିଗ୍‌ନାଲ ନ ଆସିବାରୁ ପିତା ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ୟୁବାର ରାଜଧାନୀ ହାଭାନାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ତାଙ୍କ ପୁଅର ଓ୍ବାଇ-ଫାଇ ସିଗ୍‌ନାଲ ନ ଆସିବାରୁ ଘର ଛାତ ଉପରେ ଏକ ଆଇଫେଲ୍‌ ଟାଓ୍ବାର ନିର୍ମାଣ କରିଛନ୍ତି। ୫୨ ବର୍ଷୀୟ ଏର୍‌ନିକ୍‌ ସାଲଗାଡୋଙ୍କ ପୁଅ ତାଙ୍କୁ ଓ୍ବାଇ-ଫାଇ ସିଗ୍‌ନାଲ ପାଇଁ ଆଣ୍ଟେନା ତିଆରି କରିବାକୁ କହିଥିଲେ। କିନ୍ତୁ ସେ ଘରର ଛାତ ଉପରେ ୧୩ ଫୁଟ ଉଚ୍ଚର ଆଇଫେଲ ଟାଓ୍ବାର ନିର୍ମାଣ କରିଛନ୍ତି।

ଏର୍‌ନିକ୍‌ଙ୍କ ଏହି କାର୍ଯ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଉଛି। ଏର୍‌ନିକ୍‌ ବୃତ୍ତିରେ ଜଣେ ଆକାଉଣ୍ଟାଣ୍ଟ୍‌। କିନ୍ତୁ ସେ ଏହି ଲୁହା କାମ ତାଙ୍କ ପିତାଙ୍କଠାରୁ ଶିଖିଥିଲେ। ଏକ ରିପୋର୍ଟ ଅନୁଯାୟୀ, ସେ କେବେ ପ୍ୟାରିସ ଯାଇ ନ ଥିଲେ। କେବଳ ସେ ଫିଲ୍ମ ଏବଂ ଫଟୋଗ୍ରାଫ୍‌ରେ ଆଇଫେଲ ଟାଓ୍ବାର ଦେଖିଥିଲେ।


ଯେତେବେଳେ ତାଙ୍କ ପୁଅ ତାଙ୍କୁ ଓ୍ବାଇ-ଫାଇ ଆଣ୍ଟେନା ତିଆରି କରିବାକୁ କହିଥିଲେ, ସେ ଭାବିଲେ କାହିଁକି ଆଇଫେଲ ଟାଓ୍ବାର ନିର୍ମାଣ କରିବେ ନାହିଁ, ଯାହା ଆଣ୍ଟେନା ପରି ବ୍ୟବହାର କରାଯାଇପାରିବ। ଅବଶ୍ୟ ଏହାକୁ ଯେତେବେଳେ ସେ ତିଆରି କରିସାରିଲେ ସେତେବେଳେ ଅନୁଭବ କଲେ ଯେ ଟାଓ୍ବାରକୁ ଆଣ୍ଟେନା ଭାବରେ ବ୍ୟବହାର କରିବା ଦ୍ୱାରା ଡିଜାଇନ୍‌ ନଷ୍ଟ ହେବ ଏବଂ ତାଙ୍କ ପରିଶ୍ରମ ବୃଥା ହୋଇଯିବ।

ଏହି ଟାଓ୍ବାର ନିର୍ମାଣରେ ଏର୍‌ନିକଙ୍କ ପୁଅ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଯେ, ସେ ଆଇଫେଲ ଟାଓ୍ବାରର ମଡେଲ ଏବଂ ଫଟୋ ଆଣିଥିଲେ। ପରେ ଏହାକୁ ଆଲୋକିତ କରିବା ପାଇଁ କାରର୍‌ ହାଲୋଜେନ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ମିଳିଲା ସନ୍ଧାନ

ସାରାଜେବୋ,୯।୨: ଦକ୍ଷିଣ ପୂର୍ବ ୟୁରୋପର ବୋସନିଆ ଏବଂ ହେର୍ଜଗୋବିନାରେ ପ୍ରାଣୀ ବିଜ୍ଞାନୀ ୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ସନ୍ଧାନ ପାଇଛନ୍ତି। କ୍ରୋଏସିଆରେ ପାଣି ଭିତରେ...

ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ଲଣ୍ଡା ହେଲେ ମହିଳା

ସଲେମ,୧୦।୧: ତାମିଲନାଡୁର ବିଧବା ମହିଳା ପ୍ରେମା ତାଙ୍କର ୩ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ନିଜେ ଲଣ୍ଡା ହୋଇଥିବା କହିଛନ୍ତି। ଲଣ୍ଡା ହେବା ପରେ...

ଏହି କାରଣ ପାଇଁ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ିଦେଇଥିଲେ ବୟଫ୍ରେଣ୍ଡ, ପରେ ଘଟିଲା ଏମିତି

ସାଧାରଣତଃ କୌଣସି କଥାକୁ ନେଇ ଗର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ। କିଛି କାରଣ ପାଇଁ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ବି ହୋଇଥାଏ। ମାତ୍ର ଜଣେ ବୟଫ୍ରେଣ୍ଡ...

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ...

ଜିଞ୍ଜର ବ୍ରେଡ୍‌ ସ୍ଥାପତ୍ୟ

ଆପଣ ଦେଖୁଥିବା ଡ୍ରାଗନ୍‌, ଡାଇନୋସର୍‌, ଟ୍ରିମ୍ୟାନର ଏହି ସ୍ଥାପତ୍ୟଗୁଡ଼ିକ କୌଣସି ଧାତୁ କିମ୍ବା ମାଟିରେ ତିଆରି ହୋଇନାହିଁ। ବରଂ ଏହା ତିଆରି ହୋଇଛି ଜିଞ୍ଜର ବ୍ରେଡ୍‌(ଏକ...

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ...

ଇ-କାର୍‌ରେ ୩ ବର୍ଷରେ ୩୦ ଦେଶ ବୁଲିଲେ

ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍‌ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍‌ରେ...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

Advertisement
Archives

Model This Week