ପୁଅକୁ ଟାଙ୍ଗିଆରେ ହାଣିଲା ବାପା

ବଡଗାଁ,୧।୧(ଡି.ଏନ୍‌.ଏ.): ନୂତନ ବର୍ଷ ନେଇ ସବୁଠି ଉତ୍ସାହ ଭରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ରନଗାଁ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା । ଶୋଇଥିବା ବେଳେ ପୁଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପା। ମୃତକ ହେଲେ ସୁନ୍ଦର ମିରି(୨୦)। ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନରେ ବାପା କରନୁ ମିରି (୫୨) ଏବଂ ପୁଅ ସୁନ୍ଦରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତି ସମୟରେ ସେ ଘରେ ଶୋଇଥିଲେ। ସେତିକିବେଳେ ବାପା କରନୁ ଏକ ଟାଙ୍ଗିଆରେ ପୁଅଙ୍କୁ ହାଣି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ କରନୁଙ୍କୁ ବାନ୍ଦି ରଖି ଘଟଣାର ସଂକ୍ରାନ୍ତରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବଡଗାଁ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି କରନୁଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନ୍‌କାଉଣ୍ଟର ପ୍ରସଙ୍ଗ: ଟିକି, ବିଶ୍ୱରଞ୍ଜନଙ୍କ ପରେ କାହା ପାଳି

ପୁରୀ ଅଫିସ, ୨୯।୯: ଗତ ୯ତାରିଖରେ ପୋଲିସର ପୃଥକ ଏନ୍‌କାଉଣ୍ଟରରେ ଆହତ ହୋଇ ଦୁଇ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଟିକି ଓରଫ ସୟାମତ ଖାଁ ଓ ବିଶ୍ୱରଞ୍ଜନ...

ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଉଛି ପ୍ରଶାସନ: ୨ ଦିନରେ ଗଲେଣି ୧୩୦

ଜୟପୁର,୬ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ବାହାର ରାଜ୍ୟର ଫସି ରହିଥିବା ୭୨ ଜଣ ଏବଂ ରାଜ୍ୟ ଭିତରର ୫୮ଜଣଙ୍କୁ ଗତ ଦୁଇଦିନ ମଧ୍ୟରେ ଜିଲା ପ୍ରଶାସନ ସେମାନଙ୍କ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଏମସ୍‌ର କେନ୍ଦ୍ରୀୟ ଟିମ୍‌: ୧୬୫ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାହାନଗା,୩ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଭୁବନେଶ୍ୱରସ୍ଥିତ ଏମସ୍‌ର କେନ୍ଦ୍ରୀୟ ଟିମ୍‌ ତଦନ୍ତ ପାଇଁ ପହଞ୍ଚିଥିଲେ। ଏହି ୩ଜଣିଆ କେନ୍ଦ୍ରୀୟ...

ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଟିଟିଲାଗଡ଼ ଷ୍ଟେଶନରେ ଅଟକିଲା ଟ୍ରେନ୍‌: ଜନ୍ମଦେଲେ କନ୍ୟା ସନ୍ତାନ

ଟିଟିଲଗଡ଼,୨୪ା୫(ଡି.ଏନ୍‌.ଏ.): ରବିବାର ଟିଟିଲାଗଡ଼ ଦେଇ କାଜିପେଟରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମହିଳାଙ୍କର ପ୍ରସବ...

ସଚେତନତାରେ ପୋଲିସ, ଓକିଲ ସଂଘ କର୍ମକର୍ତ୍ତା ସାମିଲ; ହେଲମେଟ ପିନ୍ଧିବା ପାଇଁ ଏସ୍‌ପି ପରାମର୍ଶ ଦେଲେ

ନୂଆପଡା ଅଫିସ,୧୬ା୯ : ପରିବର୍ତ୍ତିତ ପରିବହନ ଅଧିନିୟମକୁ କଡାକଡି କାର୍ଯ୍ୟାନ୍ବୟନ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ଉଦ୍ୟମ ଆରମ୍ଭ...

ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ବଲାଙ୍ଗୀର,ବରଗଡ଼, ସମ୍ବଲପୁର, ସୋନପୁର ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଗତ କିଛିଦିନ ହେବ ଆନ୍ଦୋଳନ ଚଳାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଟୋକନ...

ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

ପୁରୀ ଅଫିସ,୧୯।୩: ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬...

ରେକର୍ଡ ଡ୍ୟାନ୍ସରେ ଯୁବକଙ୍କୁ ହାଣିଲେ

କୋକସରା,୧୮।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମାଝିଗୁଡା ଗ୍ରାମରେ ଚାଳିଥିବା ରେକର୍ଡ ଡ୍ୟାନ୍ସ ଦେଖିବାକୁ ଯାଇଥିବା କୋକସରା ଗ୍ରାମର ମୁରଲୀ ଖମାରି(୨୨)ଙ୍କୁ ସୋମବାର କିଛି ଯୁବକ...

Advertisement
Archives

Model This Week