ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଧନର ଦେବତା କୁବେରଙ୍କ ରହିବ ବିଶେଷ କୃପା

ନୂଆ ବର୍ଷକୁ ଆଉ ଦିନ କେଇଟା ବାକି। ସମସ୍ତଙ୍କୁ ଏହି ବର୍ଷକୁ ନେଇ ବହୁତ ଆଶା ରହିଛି। ବିଭିନ୍ନ ଦିଗରୁ ବର୍ଷଟି ସଫଳତାପୂର୍ଣ୍ଣ ହେଉ ବୋଲି ସମସ୍ତେ ଚାହାନ୍ତି। ଏଣୁ ଆଜିର ଆଲୋଚନାରେ ଆମେ କହିବାକୁ ଯାଉଛୁ ଏଭଳି ୪ ରାଶି ବିଷୟରେ ଯେଉଁମାନଙ୍କ ପାଇଁ ନୂଆ ବର୍ଷ ବହୁତ ଖାସ୍‌ ରହିବ। ଏହି ରାଶିର ଲୋକମାନଙ୍କର ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ବହୁତ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା:

ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ଲାଗି ନୂଆ ବର୍ଷ ବହୁତ ଶୁଭ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି। ଆର୍ଥିକ ଭାବେ ମଧ୍ୟ ସ୍ଥିତି ମଜଭୂତ ରହିବ। ଏ ବର୍ଷ ଆପଣ କିଛି ନୂଆ କାମ କରିପାରନ୍ତି। ଧନଧାନ୍ୟ ବୃଦ୍ଧି ହେବ। କାରଣ ଧନର ଦେବତା କୁବେରଙ୍କ କୃପା ଆପଣଙ୍କ ଉପରେ ରହିବ।

ବିଛା ରାଶି: ଏହି ରାଶିର ଲୋକଙ୍କ ଲାଗି ବର୍ଷଟି ବେଶ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୂତ ରହିବ। ଇଚ୍ଛା ମୁତାବକ ଚାକିରି ମିଳିବାର ପ୍ରବଳ ସମ୍ଭାବନା ରହିଛି। ବର୍ଷସାରା ଧନପ୍ରାପ୍ତିର ଯୋଗ ରହିଛି। ଧନର ଦେବତା କୁବେରଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ। ଏକାଧିକ ମାଧ୍ୟମରୁ ଧନ ରୋଜଗାର କରିବାରେ ଆପଣ ସଫଳ ହେବେ।

ତୁଳା ରାଶି: ଏହି ରାଶିର ଲୋକଙ୍କ ଲାଗି ନୂଆ ବର୍ଷ ଶୁଭ ରହିବ। ବିଶେଷଭାବେ ଆର୍ଥିକ ମାମଲାରେ। ସବୁ କାମରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି। ଜୀବନଶୈଳୀ ବେଶ ଭଲ ରହିବ। ଲାଭ କରିବାର ଅନେକ ଅବସର ମିଳିବ।

ମକର ରାଶି: ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭାଗ୍ୟ ନେଇ ଆସିବ। ଆଥିକ ସ୍ଥିତି ଭଲ ରହିବ। ପରିଶ୍ରମର ଫଳ ମିଳିବ। ସବୁ କାମରେ ଭାଗ୍ୟ ସାଥିରେ ରହିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସେହି ଅନୁଯାୟୀ ଦରମା ବି ବଢ଼ିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri