ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଧନର ଦେବତା କୁବେରଙ୍କ ରହିବ ବିଶେଷ କୃପା

ନୂଆ ବର୍ଷକୁ ଆଉ ଦିନ କେଇଟା ବାକି। ସମସ୍ତଙ୍କୁ ଏହି ବର୍ଷକୁ ନେଇ ବହୁତ ଆଶା ରହିଛି। ବିଭିନ୍ନ ଦିଗରୁ ବର୍ଷଟି ସଫଳତାପୂର୍ଣ୍ଣ ହେଉ ବୋଲି ସମସ୍ତେ ଚାହାନ୍ତି। ଏଣୁ ଆଜିର ଆଲୋଚନାରେ ଆମେ କହିବାକୁ ଯାଉଛୁ ଏଭଳି ୪ ରାଶି ବିଷୟରେ ଯେଉଁମାନଙ୍କ ପାଇଁ ନୂଆ ବର୍ଷ ବହୁତ ଖାସ୍‌ ରହିବ। ଏହି ରାଶିର ଲୋକମାନଙ୍କର ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ବହୁତ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା:

ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ଲାଗି ନୂଆ ବର୍ଷ ବହୁତ ଶୁଭ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି। ଆର୍ଥିକ ଭାବେ ମଧ୍ୟ ସ୍ଥିତି ମଜଭୂତ ରହିବ। ଏ ବର୍ଷ ଆପଣ କିଛି ନୂଆ କାମ କରିପାରନ୍ତି। ଧନଧାନ୍ୟ ବୃଦ୍ଧି ହେବ। କାରଣ ଧନର ଦେବତା କୁବେରଙ୍କ କୃପା ଆପଣଙ୍କ ଉପରେ ରହିବ।

ବିଛା ରାଶି: ଏହି ରାଶିର ଲୋକଙ୍କ ଲାଗି ବର୍ଷଟି ବେଶ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୂତ ରହିବ। ଇଚ୍ଛା ମୁତାବକ ଚାକିରି ମିଳିବାର ପ୍ରବଳ ସମ୍ଭାବନା ରହିଛି। ବର୍ଷସାରା ଧନପ୍ରାପ୍ତିର ଯୋଗ ରହିଛି। ଧନର ଦେବତା କୁବେରଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ। ଏକାଧିକ ମାଧ୍ୟମରୁ ଧନ ରୋଜଗାର କରିବାରେ ଆପଣ ସଫଳ ହେବେ।

ତୁଳା ରାଶି: ଏହି ରାଶିର ଲୋକଙ୍କ ଲାଗି ନୂଆ ବର୍ଷ ଶୁଭ ରହିବ। ବିଶେଷଭାବେ ଆର୍ଥିକ ମାମଲାରେ। ସବୁ କାମରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି। ଜୀବନଶୈଳୀ ବେଶ ଭଲ ରହିବ। ଲାଭ କରିବାର ଅନେକ ଅବସର ମିଳିବ।

ମକର ରାଶି: ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭାଗ୍ୟ ନେଇ ଆସିବ। ଆଥିକ ସ୍ଥିତି ଭଲ ରହିବ। ପରିଶ୍ରମର ଫଳ ମିଳିବ। ସବୁ କାମରେ ଭାଗ୍ୟ ସାଥିରେ ରହିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସେହି ଅନୁଯାୟୀ ଦରମା ବି ବଢ଼ିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri