ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

କୋକସରା,୧୪ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ କୋକସରା ବ୍ଲକ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କୁ ଜଳଯୋଗାଣ ପାଇଁ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଚାଷୀ ନୟାନ୍ତ ହୋଇପଡ଼ିଲେଣି। ନା ହୋଇପାରୁଛି ସମାଧାନ ନା ଚାଷଜମିକୁ ମିଳୁଛି ମେଗାଲିଫ୍ଟ କେନାଲରୁ ଜଳ। ଅନ୍ୟପଟେ ବର୍ଷା ଅଭାବରୁ କୋକସରା ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଚାଷଜମି ଫାଟି ଆଁ କଲାଣି। ବୁଧବାର କୋକସରା ବ୍ଲକ ମୂଷାପାଲି ଅଞ୍ଚଳର ଶତାଧିକ ଚାଷୀ ମେଗାଲିଫ୍ଟ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ ସହ ଜଳଯୋଗାଣ କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି। ସରପଞ୍ଚ ଅକ୍ଷୟ କୁମାର ନାଏକଙ୍କ ନେତୃତ୍ୱରେ ଘନଶ୍ୟାମ ନାଏକ, ଦୈତାରୀ ସୁନାନୀ, ମଧୁ ସାଗର, ନାରାୟଣ ଗୋପାଳ, ଦୁର୍ଗା ପ୍ରସାଦ ଗୋପାଳ, ପ୍ରକାଶ ରାଉତ, ମହେଶ୍ବର ଦୁର୍ଗା, ଘେନୁରାମ ମାଝି, ବିଶେଶ୍ୱର ଗୋପାଳ, ପ୍ରକାଶ ରାଉତ, ରଖିରାମ ଦୁର୍ଗା, ଦୀନବନ୍ଧୁ ରାଉତ, ତୋଫାନ ନାଏକ ପ୍ରମୁଖ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଥିଲେ। ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ଭୋଇ ଉପସ୍ଥିତ ନ ଥିବାରୁ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସମାଧାନ ନ ହେଲେ କାର୍ଯ୍ୟାଳୟ ଘେରାଉ ସହ ରାଜରାସ୍ତା ଅବରୋଧ କରିବାକୁ ମଧ୍ୟ ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ପହଞ୍ଚି ବଞ୍ଚାଇଲେ ୪ ନାବାଳକଙ୍କ ଜୀବନ

ଆନନ୍ଦପୁର,୨୩।୬: କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ବୁଧବାର ସକାଳେ ୪ ନାବାଳକ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ସମସ୍ତଙ୍କୁ ସୁରକ୍ଷିତ...

ଜରପଡ଼ାକୁ ବ୍ଲକ ମାନ୍ୟତା ଦାବି; ଆଞ୍ଚଳିକ ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.) ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଜରପଡା ଆଞ୍ଚଳିକ ବିକାଶ ପରିଷଦ। ଏ ନେଇ ଆଞ୍ଚଳିକ ବିକାଶ...

ଶଟ୍‌ ଡାଉନରେ ବରଗଡ଼ ଶୂନଶାନ୍‌

ବରଗଡ଼ ଅଫିସ୍‌,୧।୫: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲାର ସହରାଞ୍ଚଳ ଗୁଡ଼ିକରେ ପ୍ରତି ସପ୍ତାହର ଶନିବାର, ରବିବାର ଦୁଇଦିନ ସପ୍ତାହାନ୍ତ ଶଟ୍‌ ଡାଉନ...

୨୦ବର୍ଷ ହେଲା ମରାମତି ହୋଇନି ନାଳ: ୪ଶହ ଏକର ଚାଷଜମିରେ ପାଣି ପଶୁଛି

ବନ୍ତ, ୨୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ବଡବର୍ଚ୍ଚିକୟାଁ ଉତ୍ତର ପାର୍ଶ୍ୱସ୍ଥ ବିଶଲକଣା, କୁସୁନନଗର ଆଦି ଅଞ୍ଚଳରୁ ଜଳ ନିଷ୍କାସନ ହେବାକୁ ଥିବା ମୁଖ୍ୟ ନାଳକୁ...

ନିଯୁକ୍ତି ବାଟ ଫିଟୁନି

ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲା। ଏଠାରେ ପ୍ରାୟ ୧୧ଟି ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପାନୁଷ୍ଠାନ ରହିଛି। ମାତ୍ର ସରକାରଙ୍କ କୋହଳ ନୀତି ଯୋଗୁ...

ଉଚ୍ଛେଦ ପରେ ଜବରଦଖଲ

ଭଦ୍ରକ ଅଫିସ,୨୨।୯ – ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ମୁଖ୍ୟରାସ୍ତାଗୁଡ଼ିକୁ ଜବରଦଖଲମୁକ୍ତ ଲାଗି ଉଦ୍ୟମ କରାଯାଇଛି। ଗତ ଜୁନ୍‌ ଶେଷ ସପ୍ତାହରେ ମହତାବ ଛକଠାରୁ...

କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ...

ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ

ନାଉଗାଁ,୩୦ା୪(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ ସମିତି ୩ୟ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ସମ୍ବିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ...

Advertisement
Archives

Model This Week