ହାତବାନ୍ଧି ବସିଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୧୦।୭: ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ୩ସପ୍ତାହ ବିତିଗଲାଣି। ହେଲେ କେନ୍ଦ୍ରାପଡ଼ା ଜିଲାରେ ଆଶାନୁରୂପକ ବର୍ଷା ହୋଇନାହିଁ। ଆସନ୍ତା ୧୦ ତାରିଖ ମଧ୍ୟରେ କେନାଲରେ ପାଣି ଅଥବା ଲଘୁଚାପ ବର୍ଷା ନ ହେଲେ ଚଳିତ ଖରିଫ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ବହୁ ଚାଷ ମତ ଦେଇଛନ୍ତି। କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୧,୦୪୯ ହେକ୍ଟର ଜମିକୁ କେନାଲ ପାଣି ଯୋଗାଇଥାଏ। ଅପରପକ୍ଷେ ଆଳି, ରାଜନଗର ଓ ରାଜକନିକା ବ୍ଲକର ଚାଷୀ ବର୍ଷା, ଉଠା ଜଳସେଚନ ବ୍ୟବସ୍ଥାରେ ଚାଷ କରିଥାନ୍ତି। ତେବେ ଚଳିତ ଖରିଫ ଚାଷ ପାଇଁ ଆଶାନୁରୂପ ବର୍ଷା ଓ କେନାଲରେ ପାଣି ଆସି ନ ଥିବାରୁ ଚାଷୀ ହାତବାନ୍ଧି ବସିଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କୁହନ୍ତି, ଜମିକୁ ଜଳସେଚନ ପାଇଁ ଜିଲାରେ ୭ ନଦୀ, ୨୭ଟି ଉପନଦୀ ଓ କେନାଲ ଅଛି। ଜଳସମ୍ପଦ ବିଭାଗ ଉପଯୁକ୍ତ ସମୟରେ ଜଳ ଛାଡିଲେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୁଅନ୍ତା ନାହିଁ। ଜୁଲାଇ ଆରମ୍ଭରୁ ଧାନ ତଳି ପକାଇଲେ ଶତ ପ୍ରତିଶତ ହେଉଥିବା ବେଳେ ମାସର ଶେଷ ଆଡକୁ ତଳି ପକାଇଲେ ପ୍ରାୟ ୬୦ ପ୍ରତିଶତ ବିହନ ଗଜା ହେଉନାହିଁ। ଅକ୍ଷୟତୃତୀୟାଠାରୁ କ୍ଷେତରେ ବେଉଷଣ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇନାହିଁ। ଡେରାବିଶ ବ୍ଲକ କୋସିଦା ଗ୍ରାମର ଚାଷୀ କେଶବ ଚନ୍ଦ୍ର ସାମଲ କହନ୍ତି, ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ତେବେ ଉପଯୁକ୍ତ ସମୟରେ କେନାଲରେ ପାଣି ନ ଆସିବାରୁ ଚାଷରେ କ୍ଷତି ହେଉଛି। ପ୍ରତିବର୍ଷ କେନାଲ ସଫା ଓ ପୁନରୁଦ୍ଧାର ନାମରେ ଘାସ ସଫା ହେଉଛି। ଏହି ଅନୁଦାନ ଖର୍ଚ୍ଚରେ ବହୁ କୋଟି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। କେନ୍ଦ୍ରାପଡା କେନାଲ, ଜମ୍ବୁ କେନାଲ, ଗୋବରୀ କେନାଲ ଆଦିରେ ଦଳଭର୍ତ୍ତି ହୋଇ ରହିଥିବାରୁ ପାଣି ତଳମୁଣ୍ଡକୁ ଯାଇ ପାରୁନାହିଁ। ପ୍ରତିବର୍ଷ ଜୁଲାଇ ୫ ତାରିଖରେ କେନାଲରେ ପାଣି ଛଡାଯାଇଥାଏ। ତେବେ ଚଳିତବର୍ଷ ଅଦ୍ୟାବଧି ପାଣି ଛଡାଯାଇ ନ ଥିବାରୁ ଲଘୁଚାପ ବର୍ଷାକୁ ଅନାଇ ରହିଛୁ। ଡେରାବିଶ ବ୍ଲକ ଛୋଟି ଗ୍ରାମର ବୁଦ୍ଧିଜୀବୀ ବାନାମ୍ବର ସାହୁ କୁହନ୍ତି, କୃଷି ଓ କୃଷକଙ୍କୁ ଉପଯୁକ୍ତ ସମୟରେ ପ୍ରଶାସନ ସହଯୋଗ ଦେବା କଥା। ଜଳସମ୍ପଦ ବିଭାଗ କେନାଲର ପୁନରୁଦ୍ଧାର ଖରାଦିନେ ନ କରି ବର୍ଷାଋତୁରେ ଆରମ୍ଭ କରୁଛନ୍ତି। ଫଳରେ ଠିକ୍‌ ସମୟରେ କାମ ସରିପାରୁ ନାହିଁ ଓ ଚାଷ କ୍ଷତିଗ୍ରସ୍ତ ହେଉଛି। ଜଳସମ୍ପଦ ବିଭାଗ ନିର୍ବାହୀ ଅଧିକାରୀ ପ୍ରବୋଧ କୁମାର ରାଉତ କହିଛନ୍ତି, କେତେକ କେନାଲର ପୁନରୁଦ୍ଧାର ଚାଲିଥିବାରୁ ପାଣି ଛଡା ଯାଇପାରି ନାହିଁ। ଆସନ୍ତା ୧୫ ତାରିଖଠାରୁ କେନାଲ ମାଧ୍ୟମରେ ପାଣି ଛଡାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?