ପ୍ରକଳ୍ପ ଅସମ୍ପୂର୍ଣ୍ଣ: ରେଳ ଚଳାଚଳ ନେଇ ଅନିଶ୍ଚିତତା

ଯାଜପୁର ଅଫିସ,୧୦।୭ – ଉପକୂଳ ଓଡ଼ିଶାର ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାକୁ ରେଳରାସ୍ତା ମାଧ୍ୟମରେ ଯୋଡୁଥିବା ୮୨ କିଲୋମିଟର ଲମ୍ବ ହରିଦାସପୁର-ପାରାଦୀପ ରେଳପଥରେ ଖୁବ୍‌ଶୀଘ୍ର ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ମର୍ମରେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଏହାପରେ ସମ୍ପୃକ୍ତ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଏହି ରେଳପଥରେ ନିକଟ ଭବିଷ୍ୟତରେ ଟ୍ରେନ୍‌ ଚଳାଚଳ ନେଇ ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ଉପରେ ନିର୍ମିତ ହେଉଥିବା ରେଳ ପୋଲ ଏବଂ ଅନେକ ରେଳଧାରଣା ବିଛା କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ଆଇନଜୀବୀ ତଥା ବଡ଼ଚଣାର ବରିଷ୍ଠ ଭାଜପା ନେତା ଉଦୟନାଥ ସାହୁ କହିଛନ୍ତି।ଅନ୍ୟପଟେ ରେଳ ବିକାଶ ନିଗମର ଅଧିକାରୀ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାଗୁଡ଼ିକ ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକା କାରଣରୁ ହିଁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବହୁ ବିଳମ୍ବ ହୋଇଛି ବୋଲି ସାହୁ ଅଭିଯୋଗ କରିଛନ୍ତି।
୧୯୯୯ ଏପ୍ରିଲ ୪ ତାରିଖରେ ତକତ୍ାଳୀନ କେନ୍ଦ୍ର ରେଳମନ୍ତ୍ରୀ ନୀତିଶ କୁମାର ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ଜାତୀୟ ରାଜପଥରେ ଭିଡ଼ ହ୍ରାସ କରିବା ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଖଣି ଅଞ୍ଚଳରୁ ପାରାଦୀପ ବନ୍ଦରକୁ ରେଳ ଯୋଗେ ମାଲ ପରିବହନ କରିବାର ଯୋଜନା ରଖି ୧୯୯୬-୯୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ପ୍ରସ୍ତାବିତ ହୋଇ ଓ ମଞ୍ଜୁରୀ ଲାଭ କରିଥିଲା। ୨୦୦୪ ସୁଦ୍ଧା ଏହି ରେଳପଥର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ଏଥିରେ ରେଳ ଚଳାଚଳ କରିବା ପାଇଁ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୨୦୦୪ରେ କେନ୍ଦ୍ରରେ ଏନଡିଏ ସରକାର ବଦଳିବା ପରେ ପ୍ରାୟ ୧୦ବର୍ଷ ଧରି ଏହି ରେଳପଥ ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଧିମେଇ ଯାଇଥିଲା। ଅନ୍ୟପକ୍ଷରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ବିଳମ୍ବ ହେଉଥିବାରୁ ପ୍ରାରମ୍ଭରେ ପ୍ରକଳ୍ପର ବ୍ୟୟ ଅଟକଳ ୧୫୦୦ କୋଟି ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି ପାଇ ଇତିମଧ୍ୟରେ ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ହୋଇ ସାରିଛି। ବର୍ଷକ ତଳେ ହରିଦାସପୁରଠାରୁ କେନ୍ଦ୍ରାପଡ଼ା ଜିଲାର ବାଜପୁର ଷ୍ଟେଶନ ପର୍ଯ୍ୟନ୍ତ ୪୩.୮ କିମି ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ରେଳ ଇଞ୍ଜିନ ଗଡ଼ିଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ବାକି ଥିବା ବାଜପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଏଥିରେ ନିୟମିତ ରେଳ ଚଳାଚଳ କରିବ ବୋଲି ସେତେବେଳେ ପ୍ରକଳ୍ପ ତଦାରଖ କରୁଥିବା ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ସେହି ଦୃଢୋକ୍ତି ଆଜି ଫସର ଫାଟିଛି। କାରଣ ମାର୍ଚ୍ଚ ଯାଇ ବର୍ତ୍ତମାନ ଜୁଲାଇ ଅଧା ହେବାକୁ ବସିଲାଣି ହେଲେ ଏ ଯାଏ କାର୍ଯ୍ୟ ଶେଷ ହୋଇପାରିନି। ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ଏହି ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?