ମଣ୍ଡିରେ ଧାନ ରଖି ଜଗି ବସିଛନ୍ତି ଚାଷୀ

ନାଉଗଁା,୨୮ା୨ (ସ୍ବ.ପ୍ର):ଚଳିତବର୍ଷ ଖରିଫ ଧାନ ଚାଷ କରି ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଅପରପକ୍ଷେ ଧାନ ବିକ୍ରି କରିବା ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମିଲରମାନେ ଠିକ୍‌ ସମୟରେ ମଣ୍ଡିରୁ ଧାନ ନେଉନାହାନ୍ତି। ଫଳରେ ଚାଷୀମାନେ ମଣ୍ଡିରେ ଧାନ ରଖି ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଯୋଗାଣ ବିଭାଗର ଅପାରଗତା ହେତୁ ଏଭଳି ସମସ୍ୟା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବା ପାଇଁ ନାଉଗଁା ବ୍ଲକରେ ମୋଟ ୭ ମଣ୍ଡି ଖୋଲାଯାଇଛି। ଏଥିମଧ୍ୟରୁ ୬ଟି ସେବା ସମବାୟ ସମିତି ଅଧୀନରେ ଖୋଲିଛି। ସେଗୁଡ଼ିକ ହେଲା ଅଲଣା, ଗଜରାଜପୁର, ନାଉଗଁା, ତିରୁଣା, ଡେରିକି ଓ ଶିଖର ଧାନମଣ୍ଡି। ବାବା ନନ୍ଦମଣି ସ୍ବୟଂ ସହାୟିକା ଗୋଷ୍ଠୀ ଅଧୀନରେ ଆଉ ଏକ ଧାନମଣ୍ଡି ଖୋଲାଯାଇଛି। ଜାନୁୟାରୀରୁ ଏହି ଧାନମଣ୍ଡିଗୁଡ଼ିକ ଖୋଲାଯାଇଥିଲେ ମଧ୍ୟ ଫେବୃୟାରୀ ୨୬ ସୁଦ୍ଧା ୪୭ ପ୍ରତିଶତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପୋର୍ଟାଲରୁ ଜଣାପଡ଼ିଛି। ବ୍ଲକର ୭ ଧାନମଣ୍ଡିରେ ୪୪୭୪ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ଅଦ୍ୟାବଧି ୨୧୦୫ ଜଣ ଚାଷୀଙ୍କଠାରୁ ମୋଟ ୭୨୦୭୭.୯୨ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଡେରିକି ଧାନ ମଣ୍ଡିରେ ୮୪୩ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଅଦ୍ୟାବଧି ୩୮୯ଜଣ ଚାଷୀଙ୍କ ଠାରୁ ୧୦୮୯୦.୦୭ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ନାଉଗଁା ଧାନ ମଣ୍ଡିରେ ୬୨୨ଜଣ ଚାଷୀ ରହିଥିବା ବେଳେ ୩୪୫ ଜଣଙ୍କଠାରୁ ୧୨୪୮୪.୧୨ କୁଇଣ୍ଟାଲ, ଅଲଣା ଧାନମ ଣ୍ଡିରେ ୫୭୪ଜଣ ଚାଷୀ ରହିଥିବାବେଳେ ୨୩୯ଜଣ ଚାଷୀଙ୍କଠାରୁ ୧୦୩୭୭.୭୪ କୁଇଣ୍ଟାଲ ଧାନ ସଂଗ୍ରହ କରଯାଇଛି। ତିରୁଣା ଧାନମଣ୍ଡିରେ ୮୨୨ଜଣ ଚାଷୀ ରହିଥିବା ବେଳେ ୩୪୦ଜଣଙ୍କଠାରୁ ୧୧୦୫୩.୦୬ କୁଇଣ୍ଟାଲ, ଶିଖର ଧାନମଣ୍ଡିରେ ୫୩୬ଜଣ ଚାଷୀ ରହିଥିବା ବେଳେ ୨୭୭ଜଣଙ୍କଠାରୁ ୮୨୫୦.୨୪ କୁଇଣ୍ଟାଲ ଏବଂ ଗଜରାଜପୁର ଧାନମଣ୍ଡିରେ ୯୭୮ଜଣ ଚାଷୀ ରହିଥିବା ବେଳେ ୪୩୬ଜଣଙ୍କ ଠାରୁ ୧୬୧୨୬.୧୨ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ସେହିପରି ବାବା ନନ୍ଦମଣୀ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଖୋଲା ଯାଇଥିବା ଧାନମଣ୍ଡିରେ ୯୯ଜଣ ଚାଷୀ ରହିଥିବା ବେଳେ ୭୯ଜଣ ଚାଷୀଙ୍କ ଠାରୁ ୨୮୯୬.୫୭ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଅପରପକ୍ଷେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମିତି ପକ୍ଷରୁ ଚାଷୀଙ୍କ ଟୋକନ ଲାପ୍ସ ନ ହେବା ଉଦ୍ଦେଶ୍ୟରେ ଚାଷୀଙ୍କ ଆଖି ସ୍କାନ କରାଯାଇଛି। ହେଲେ ଆବଶ୍ୟକ ଠାରୁ ବହୁତ କମ୍‌ ଚାଷୀଙ୍କ ଆଖି ସ୍କାନ କରାଯାଉଛି ବୋଲି ଚାଷୀମାନେ କହିଛନ୍ତି। ଯେଉଁ ଚାଷୀ ସମିତିରେ ଆଖି ସ୍କାନ କରୁଛନ୍ତି, ସେମାନେ ମଣ୍ଡିରେ ଧାନ ଆଣି ପକାଉଛନ୍ତି। କିନ୍ତୁ ମିଲରମାନେ ଆବଶ୍ୟକ ମୁତାବକ ଗାଡି ଯୋଗାଇ ପାରୁ ନ ଥିବା ହେତୁ ଧାନ ଦିନ ଦିନ ଧରି ମଣ୍ଡିରେ ପଡ଼ିରହୁଛି। ମିଲରମାନେ ଅଧିକାଂଶ ଜିଲାର ମଣ୍ଡିରୁ ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗ ସହ ଚୁକ୍ତି କରିଥିବା ହେତୁ ଟ୍ରକର ଅଭାବ ରହୁଛି। ଫଳରେ ଧାନ ସଂଗ୍ରହରେ ବିଳମ୍ବ ହେଉଛି ବୋଲି ଜଣେ ଯୋଗାଣ ବିଭାଗୀୟ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସଂଗୃହୀତ ଧାନ ଟ୍ରକ ଅଭାବରୁ ବିଭିନ୍ନ ମଣ୍ଡି ପରିସରରେ ଖରାକାକରରେ ୧୫/୨୦ଦିନ ଧରି ପଡି ରହୁଥିବା ଜଣାପଡୁଛି। ଯେଉଁ ଚାଷୀଙ୍କର ଜରୁରୀ ଟଙ୍କାର ଆବଶ୍ୟକ ପଡୁଛି ସେମାନେ ବାଧ୍ୟ ହୋଇ ବେପାରୀମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏଆରସିଏସ୍‌ର ଅଧିକାରୀ ଶିବ ଚରଣ ମହାନ୍ତିଙ୍କୁ ପଚାରିବାରୁ ସମସ୍ତ ଚାଷୀଙ୍କର ଧାନ କ୍ରୟ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?