ସୁନା ମୁକୁଟରେ ଝଲସିବେ ମା’ ସୌଭାଗ୍ୟଲକ୍ଷ୍ମୀ

ଢେଙ୍କାନାଳ,୧୭ା୧୦(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଆସନ୍ତା ୨୮ ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତବର୍ଷ ୩୯ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ପୂଜା କରାଯିବବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ଢେଙ୍କାନାଳ ସହର ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି। ଏହି ଉପଲକ୍ଷେ ସହରର ୪ନଂ. ପୂଜା ପ୍ରତିଷ୍ଠାନ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଚଳିତବର୍ଷ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳନ କରାଯିବ। ପୂଜା କମିଟି ପକ୍ଷରୁ ୧କେଜି ୧୦୦ ଗ୍ରାମର ସୁନା ମୁକୁଟ ମା’ଙ୍କ ପାଇଁ ନିର୍ମାଣ ସରିଛି। ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଚଳିତବର୍ଷ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ ସୌଭାଗ୍ୟଲକ୍ଷ୍ମୀଙ୍କୁ ସ୍ବର୍ଣ୍ଣ ଅଳଙ୍କାର ଲାଗି କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି। ସୁବର୍ଣ୍ଣ ମୁକୁଟ ନିର୍ମାଣ କରାଯାଇଥିବା ବେଳେ ପୂର୍ବରୁ ଗୋଟିଏ ହାର, ସିନ୍ଥି, କାନଫୁଲ ଆଦି ରହିଛି। ଗତ ୨୦୧୮ ମସିହାରେ ୨ କୁଇଣ୍ଟଲ ୭୫ କେଜିର ଚାନ୍ଦିରେ ମେଢ କରାଯାଇଥିଲା। ସେହିପରି ଚଳିତବର୍ଷ ମଧ୍ୟ ତାମିଲନାଡୁର କୋଏମ୍ବାଟୁରଠାରେ ଥିବା ବିଶାଳ ଶିବଙ୍କ ମୂର୍ତ୍ତି ସଦୃଶ ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ସେହିପରି ଢେଙ୍କାନାଳରେ ହାତୀ-ମଣିଷ ବିବାଦ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବାରୁ ହାତୀ-ମଣିଷ ଉଭୟ ସୁରକ୍ଷିତ ରହିବା ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ ନିମନ୍ତେ ପାର୍ଶ୍ୱ ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଉଛି। ଚଳିତବର୍ଷ ୯ଦିନ ବ୍ୟାପୀ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଭସାଣି ଉତ୍ସବରେ ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ। ବିଶେଷକରି ପୂଜା ପ୍ରତିଷ୍ଠାନ ପକ୍ଷରୁ କେରଳ, ମହାରାଷ୍ଟ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲାର ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟକୁ ସାମିଲ କରାଯିିବ ବୋଲି ସମ୍ପାଦକ ବିଶ୍ୱନାଥ ବେହେରା ସୂଚନା ଦେଇଛନ୍ତି। ୧୯୪୮ରେ ପ୍ରଥମେ ଗଣେଶ ବଜାର ପୂଜା କମିଟି ପକ୍ଷରୁ ପୂଜା ପାଳନ କରାଯାଇଥିବା ବେଳେ ଦେବଦାରୁ ଡାଳରେ ଛାମୁଣ୍ଡିଆ କରାଯାଇଥିଲା। ସେ ସମୟରେ ୫୬ ଟଙ୍କା ଖର୍ଚ୍ଚ ହୋଇଥିଲା। ସ୍ବର୍ଗତ ବାବାଜୀ ମଧୁସୂଦନ ଦାସ, ଦଣ୍ଡପାଣୀ ଦୋରା, କୁଞ୍ଜ ବିହାରୀ ସାହୁ, ଶ୍ୟାମସୁନ୍ଦର ସାହୁ, ନାଥ ସାହୁ, ମାୟାଧର ନାୟକ, ରଘୁନାଥ ମହାରଣା, ଶ୍ରୀଧର ବାରିକ ପ୍ରମୁଖ ପୂଜା ଉତ୍ସବ ଆରମ୍ଭ କରିଥିଲେ। ବର୍ତମାନ ପ୍ରତିଯୋଗିତାମୂଳକ ଯୁଗରେ କଂକ୍ରିଟ ପୂଜା ମଣ୍ଡପରେ ରଙ୍ଗିନ ଆଲୋକମାଳା, ବିଶାଳ ତୋରଣ ଏବଂ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ପୂଜା କମିଟି ଅଧ୍ୟକ୍ଷ ଶେଖ ହୁସେନ, ସଭାପତି ବସନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ଶରତ କୁମାର ସାହୁ, ସମ୍ପାଦକ ବିଶ୍ୱନାଥ ବେହେରା, ଟ୍ରଷ୍ଟ ଅଧ୍ୟକ୍ଷ ଶେଖ ନଇମ୍‌, ଟ୍ରଷ୍ଟ ସମ୍ପାଦକ ଅତୁଲ କୁମାର ନାୟକ ଓ ପୂଜା କମିଟି ସଦସ୍ୟ ଜି. ଶଙ୍କର ଦୋରା ପ୍ରମୁଖ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?