ଶାଶୁ-ଶ୍ୱଶୁରଙ୍କଠାରୁ ଗାଳି ଖାଆନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରାଠସକଙ୍କ ସହ ସେ ଫଟୋ ଏବଂ ଭିଡିଓ ଶେୟାର କରିଚନ୍ତି। ନିକଟରେ ‘ସୁପର ଡାନ୍ସର୍‌ ୪’ର ଜଜ ଭୂମିକାରେ ଥିବା ଶିଳ୍ପା ନିଜ ବିଷୟରେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆଜି ବି ତାଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ଏବଂ ମା’ଙ୍କଠାରୁ ଗାଳି ପଡିଥାଏ। ଏହାର କାରଣ ବି ଶିଳ୍ପା କହିଛନ୍ତି। ଜଣେ ପ୍ରତିଯୋଗୀଙ୍କ ଅଭିନୟ ପରେ ଶୋ’ ଅନ୍ୟ ଜଜ୍‌ ଗୀତା କପୁର ସମ୍ପୃକ୍ତ ପ୍ରତିଯୋଗୀଙ୍କ ନୃତ୍ୟ ପସନ୍ଦ ଆସି ନ ଥିଲା। କିନ୍ତୁ ଶିଳ୍ପଙ୍କୁ ତାଙ୍କ ନୃତ୍ୟ ପସନ୍ଦ ଆସିଥିଲା। ସେ କହିଥିଲେ ଯେ ବେଳେବେଳେ ମୁଁ ଅନୁଭବ କରେ ଯେ ଆମେ ପିଲାଙ୍କୁ ଅଧିକ ବିଚାର କରୁ। କିନ୍ତୁ ତାଙ୍କ ପ୍ରତିଭାକୁ ଆମେ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହି ପିଲାମାନେ ବେଳେବେଳେ ଏହି ନୃତ୍ୟକୁ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ କରନ୍ତି। ବେଳେବେଳେ ଏହି କାରଣରୁ ମୋତେ ମୋ ଶାଶୁ, ଶ୍ୱଶୁର ଏବଂ ମା’ ମୋତେ ଗାଳି ଦିଅନ୍ତି। ମୁଁ ମୋ ପିଲାଙ୍କ ପ୍ରଦର୍ଶନରେ ମଧ୍ୟ ତ୍ରୁଟି ବାହାର କରେ। କିନ୍ତୁ ମୋ ମୋ ଶାଶୁ, ଶ୍ୱଶୁର ଏବଂ ମା’ ଭାବନ୍ତି ପିଲାମାନଙ୍କର ପ୍ରଦର୍ଶନ ବହୁତ ଭଲ ଏବଂ ଆମେ ସେମାନଙ୍କୁ ଭୁଲ କହୁଛୁ। ମୋତେ ସବୁବେଳେ କୁହାଯାଏ ଯେ ତୁମେ କେତେ ଭଲ କରିଛ, ତୁମେ ଏପରି କଥା କାହିଁକି ପିଲାଙ୍କୁ କହିଲ?। ଖୁବ୍‌ଶୀଘ୍ର ଶିଳ୍ପା ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ହଙ୍ଗାମା ୨’ରେ ନଜର ଆସିବେ। ଏହି ଫିଲ୍ମ ଡିଜ୍‌ନୀ + ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ କୋଟି କ୍ଲବ୍‌ରେ ‘ଭୁଲ୍‌ ଭୁଲେୟା-୨’, ଏହି ଖୁସିରେ କାର୍ତ୍ତିକ କଲେ ଏମିତି କାମ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ଫିଲ୍ମଟି ୧୦୦ କୋଟି...

କମଲ ହାସନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଚମତ୍କାର ଅଭିନୟ ଦେଖାଇଥିବା କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କମଲ ହାସନ ତାଙ୍କ ଫିଲ୍ମ କ୍ୟାରିୟରରେ ଏକରୁ...

ରାସ୍ତାକଡ଼ରେ ଚା’ ବିକୁଛନ୍ତି ଏହି ହାସ୍ୟ ଅଭିନେତା

ମୁମ୍ବାଇ: କପିଲ ଶର୍ମା ଶୋ’ ବନ୍ଦ ହେବାର ଖବର କିଛିଦିନ ଧରି ଚର୍ଚ୍ଚା ହେଉଛି। ଏହା ଶୁଣି ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଯଦିଓ ଏପର୍ଯ୍ୟନ୍ତ ଅଫିସିଆଲ...

ଅଜୟ ଦେବଗନ୍‌ଙ୍କ କିଣିଲେ ନୂଆ ଘର: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ...

‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ...

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା...

ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ ଦେଖାଇବେ ହ୍ରିତିକ୍‌

ବଲିଉଡ୍‌ର ଦେଶି ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ହ୍ରିତିକ୍‌ ରୋଶନ ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ହ୍ରିତିକ୍‌ ହଲିଉଡ୍‌ର...

‘ରକି ଔର ରାଣି କି ପ୍ରେମ କାହାଣି’ର ନୂଆ ରିଲିଜ ଡେଟ ଶେୟାର କଲେ କରନ

ମୁମ୍ବାଇ: ବଲିଉଡ ଫିଲ୍ମ ମେକର କରନ ଜୋହର ପୁଣିଥରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମ ‘ରକି ଔର ରାଣି କି ପ୍ରେମ କାହାଣି’ର ନିର୍ଦ୍ଦେଶନା ଦେଇଛନ୍ତି...

Advertisement
Archives

Model This Week