ସ୍ତ୍ରୀଙ୍କ ଠାରୁ କମ୍‌ ରୋଜଗାର କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ନାନା ପାଟେକର ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର କୋଲାବାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର। ହିନ୍ଦୀ ବ୍ୟତୀତ ସେ ମରାଠୀ ସିନେମାରେ ମଧ୍ୟ ସେକାମ କରିଛନ୍ତି। ନାନା ତାଙ୍କର ଅଭିନୟ ପାଇଁ ବେଶ ପ୍ରସିଦ୍ଧ। ତାଙ୍କ ଫିଲ୍ମ କ୍ୟାରିୟର ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା। ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ…

ସେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୁମ୍ବାଇରେ ଟେକ୍ସଟାଇଲ ବ୍ୟବସାୟ କରୁଥିଲେ। ଏକ ସମୟ ଥିଲା ଯେତେବେଳେ ତାଙ୍କ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ଏହି ସମୟରେ ସେ ପାଠପଢ଼ା ସହିତ କାମ କରିବା ବିଷୟରେ ଚିନ୍ତା କରିଥିଲେ। ସେ ସକାଳେ କଲେଜ ଯାଉଥିଲେ ଏବଂ ସମୟ ମିଳିବା ମାତ୍ରେ ଏକ ବିଜ୍ଞାପନ ଏଜେନ୍ସିରେ କାମ କରୁଥିଲେ।

ଏକ ଦିନ ସେ ନୀଲକାନ୍ତି ପାଟେକରଙ୍କୁ ଭେଟିବା ପରେ ତାଙ୍କୁ ଭଲପାଇ ବସିଥିଲେ। ସେହି ସମୟରେ ନୀଲକାନ୍ତି ବ୍ୟାଙ୍କରେ କାମ କରୁଥିଲେ। ତେବେ ସେ ଥିଏଟର ପ୍ରତି ମଧ୍ୟ ଆଗ୍ରହୀ ଥିଲେ ଏବଂ ମଞ୍ଚରେ ଅଭିନୟ କରୁଥିଲେ। ୧୯୭୮ରେ ସେମାନେ ବିବାହ କରିଥିଲେ। ସେହିବର୍ଷ ସେ ଫିଲ୍ମ ଡେବ୍ୟୁ ମଧ୍ୟ କରିଥିଲେ। ସେହି ସମୟରେ ନାନାଙ୍କୁ ୨୭ ବର୍ଷ ହୋଇଥିଲା।

ପ୍ରାରମ୍ଭରେ, ଯେତେବେଳେ ନାନା କେବଳ ଥିଏଟର କାମ କରୁଥିଲେ, ସେତେବେଳେ ତାଙ୍କର ଆର୍ଥିକ ସମସ୍ୟା ଦେଖାଦେଇଥିଲା। ସେ ଗୋଟିଏ ଶୋ ପାଇଁ ୭୫ ଟଙ୍କା ପାଉଥିଲେ। ଏହି ସମୟରେ ସ୍ତ୍ରୀ ନୀଲକାନ୍ତିଙ୍କ ମାସକୁ ଦରମା ଅଢ଼େଇ ହଜାର ଟଙ୍କା ଥିଲା। ଏକ ସାକ୍ଷାତକାରରେ ନାନା କହଥିଲେ ,‘ନୀଲକାନ୍ତି ମୋତେ ସେହି କଷ୍ଟ ସମୟରେ କହିଥିଲେ ଯେ ତୁମେ ଟଙ୍କା ବିଷୟରେ ଚିନ୍ତା କର ନାହିଁ ଏବଂ କଠିନ ପରିଶ୍ରମ ସହିତ ତୁମର କାମ କର’। ଏହା ପରେ ନାନା ପାଟେକର ପ୍ରାୟ ଏକ ଦଶନ୍ଧି ଧରି ଥିଏଟରରେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri