ସମସ୍ୟାରେ ସନ୍ତୁଳିତ ଚିତ୍ରକର ପରିବାର

ଧରାକୋଟ,୧୦।୭(ଡି.ଏନ୍‌.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ ଖଞ୍ଜୀଥିଲେ। ପ୍ରାୟ ଚାରିଶହ ବର୍ଷ ପୂର୍ବର ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାବେଳେ ଧରାକୋଟ ଆସିଥିବା ଚତ୍ରକର ପରିବାର ଭୋକର ଭୂଗୋଳରେ ଏବେ ସନ୍ତୁଳିତ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସେମାନଙ୍କୁ ଚିନ୍ତା ଘାରିଛି। ସ୍ନାନ ବେଦିରୁ ଅଣସର ଘରକୁ ଠାକୁର ଯିବାପରେ ଆରମ୍ଭ ହୁଏ ତାଙ୍କର କାର୍ଯ୍ୟ। ଠାକୁରଙ୍କୁ ବସ୍ତ୍ର ପିନ୍ଧାଇବା, ଚିତ୍ରକରିବା ସେମାନଙ୍କ କାମ। ଯେଉଁ ହାତରେ ଠାକୁରଙ୍କ ସେବା କରନ୍ତି ବଳକା ସମୟରେ କାଠ, ମାଟି, ସିମେଣ୍ଟ ମୂର୍ତ୍ତି ତିଆରି କରି ସେସବୁକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ କରୋନାରେ ସବୁକିଛି ସ୍ଥିତି ବଦଳି ଯାଇଛି। ରାଜା ଦେଇଥିବା ଜମି ପୂର୍ବଜମାନେ ବିକି ଦେଇଛନ୍ତି। ଏବେ ପର୍ବପର୍ବାଣିରେ ମୂର୍ତ୍ତି ବିକ୍ରି କରିବା ସହ କୌଳିକ ପ୍ରଥାକୁ ଏଡାଇ ରାଜମିସ୍ତ୍ରି କାମ ଆପଣାଇଛନ୍ତି ଏଠାକାର ଚାରୋଟି ପରିବାର। ଯେଉଁ ହାତ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି, ତୋରଣ,ମନ୍ଦିର ଗଢ଼ିଥିଲା ସେହି ହାତରେ ସିମେଣ୍ଟ, ବାଲି, ଇଟାର ଘର ଗଢୁଛି। ରାଜା ଠାକୁରଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ପାଇଁ ସେମାନଙ୍କୁ ପୁରୀରୁ ଆଣି ଚିତ୍ରକର ଉପାଧି ପ୍ରଦାନ କରିଥିଲେ। ପିଢ଼ି ପରେ ପିଢ଼ି ଠାକୁରଙ୍କ କାର୍ଯ୍ୟ ନିଷ୍ଠାର ସହ କରି ଚାଲିଥିବା ବେଳେ ରାଜ ରାଜୁଡ଼ା ପ୍ରଥା ବିଲୋପ ହୋଇଯିବାପରେ ସେମାନେ ଉପଯୁକ୍ତ ପାଉଣା ପାଉନାହାନ୍ତି। ଏଣୁ ଅନ୍ୟ ଉପାର୍ଜନ ଆଡ଼କୁ ଅଗ୍ରସର ହେଲେଣି । କରୋନା କଟକଣା ଏମାନଙ୍କ ହାତ ଗତ ଦୁଇ ବର୍ଷହେଲା ବାନ୍ଧି ରଖିଛି। ଚଳିତ ବର୍ଷ ଏକାଦଶୀ ଯାତ୍ରାରେ ମୂର୍ତ୍ତି ବିକ୍ରିକରି ବେଶ ଦୁଇପାଇସା ରୋଜଗାର କରିବାର ଆଶା ରଖିଛନ୍ତି ଚିତ୍ରକର ପରିବାର । କାରଣ ବଡ଼ଦାଣ୍ଡରେ ରଥ ଗଡ଼ିଲେ ହାତ ତିଆରି ମୂର୍ତ୍ତି , ମାଟି କଣ୍ଢେଇ ପସରା ମେଲି ବେଶ କିଛି ଉପାର୍ଜନ କରନ୍ତି ଏହି ପରିବାର। ବାର୍ଷିକ ଚଲଣିର କିଛିମାତ୍ରାରେ ଏଥିରେ ଚଳିଯାଏ। ହେଲେ ଏହା ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉନାହିଁ। ଏସବୁ ଜାଣି ସୁଦ୍ଧା ପିଢ଼ି ପରେ ପିଢ଼ି ବାପା, ଜେଜେଙ୍କ ଠାରୁ ଚିତ୍ରକର କାର୍ଯ୍ୟ ଶିଖି କୌଳିକ ବୃତ୍ତିକୁ ଉତ୍ତରାଧିକାରୀମାନେ ବଜାୟ ରଖିଛନ୍ତି। ହେଲେ ଆଗକୁ ଏଥିରେ ଘର ଚଳିବନି ବୋଲି ଏଠାକାର ଚିତ୍ରକର ପରିବାରର ମୁରବି ସୁରେନ୍ଦ୍ର ମହାପାତ୍ର, ରାମହରି ମହାପାତ୍ର, ବିପ୍ର ମହାପାତ୍ର ଓ ଚନ୍ଦ୍ର ଶେଖର ମହାପାତ୍ର କହିଛନ୍ତି। ପେଟ ପୋଷିବାପାଇଁ ସରକାରୀ ପ୍ରୋତ୍ସାହନ, ତାଲିମ, ଭତ୍ତା ସହ ଗଢିଥିବା ମୂର୍ତ୍ତି ବିକ୍ରିପାଇଁ ବଜାରର ଆବଶ୍ୟକତା ରହିଛି। ଏଣୁ ସରକାର ସହାୟତାର ହାତ ବଢାଇଲେ ସୂଚାରୁ ରୂପେ ଠାକୁର ସେବା ସହ ପରିବାର ଚାଲିବା ଏବଂ କୌଳିକ ପ୍ରଥା ବଞ୍ଚି ରୁହନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri