ଫେସବୁକ୍‌ ଆପ୍‌ କହିବ ଭବିଷ୍ୟବାଣୀ !

ସାନ୍‌ ଫ୍ରାନସିସ୍‌କୋ,୨୫।୬: ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ ଫେସବୁକ୍‌ ଏବେ ଏକ ବଡ ଯୋଜନାରେ ଥିବା ଜଣାପଡିଛି। ଫେସ୍‌ବୁକ୍‌ ଖୁବ୍‌ଶୀଘ୍ର ଏକ ଫୋରକାଷ୍ଟ ଆପ୍‌ ଲଞ୍ଚ କରିବାକୁ ଯାଉଛି। ଯାହା ଭବିଷ୍ୟତ ବିଷୟରେ ସୂଚନା ଦେବ। ଏହାଏକ ଆଇଓଏସ୍‌ ଆପ୍‌ ଯାହା କୋଭିଡ-୧୯ ମହାମାରୀ ସହିତ ସଂସାରର ବିଭିନ୍ନ ଘଟଣାର ଭବିଷ୍ୟବାଣୀ ସମ୍ବନ୍ଧରେ ଏକ ଗ୍ରୁପ୍‌ ଗଠନ କରିବ। ଏଥିରେ ଯେଉଁ ସଦସ୍ୟ ସାମିଲ ହେବେ ସେ ଭବିଷ୍ୟତ ସମ୍ପର୍କରେ ତାଙ୍କର ପ୍ରଶ୍ନ ପଚାରି ପାରିବେ। ଏହା ସମ୍ପର୍କରେ ଆଲୋଚନା କରି ନିଜର ଜ୍ଞାନ ମଧ୍ୟ ବୃଦ୍ଧି କରିପାରିବେ। ଏହି ଆପ୍‌ ଏବେ ଏକ ଇନ୍‌ଭାଇଟ ଓନ୍‌ଲି ବିଟା ଭର୍ସନରେ ରହିଛି। ଫେସବୁକ୍‌ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଏଥିରେ ପୂର୍ବନୁମାନ ବା ଭବିଷ୍ୟବାଣୀ ଅପେକ୍ଷା ଜନତାଙ୍କ ଜ୍ଞାନ ବୃଦ୍ଧିରେ ଏହା ବିଶେଷ ସହାୟକ ହେବ। ଭଲଭାବେ କୌଣସି ବିଷୟକୁ ନେଇ ଚର୍ଚ୍ଚା କରାଯାଇ ପାରିବ। ଏହା ପ୍ରଥମେ ଆମେରିକା ଓ କାନାଡାର ଜନତାଙ୍କୁ ଭବିଷବାଣୀ କହିବ ଓ ଏ ସମ୍ପର୍କରେ କଥା ହେବାକୁ ସୁଯାଗ ଦେବ। ସମସ୍ତ ଭବିଷ୍ୟବାଣୀ ଓ ଚର୍ଚ୍ଚା ଫୋରକାଷ୍ଟ ଓ୍ବେବସାଇଟରେ ଉପଲବ୍ଧ ହେବ ଏହା ବିଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଇ ପାରିବ। ତେବେ କୋଭିଡ-୧୯ ମହାମାରୀ ଓ ବିଶ୍ୱରେ ଏହାର ପ୍ରଭାବକୁ ନେଇ ଭବିଷ୍ୟବାଣୀ ସମ୍ପର୍କରେ ସ୍ବାସ୍ଥ୍ୟ, ଗବେଷଣା ଓ ଶିକ୍ଷାବିତଙ୍କୁ ଆମନ୍ତ୍ରିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri