ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.)

ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା ଆଣିଦେଇଥିବାବେଳେ କରୋନା ପ୍ରହାରରେ ଧରାଶାୟୀ କଳାଜଗତ ଅଣ୍ଟାସଳଖି ଠିଆ ହେବାକୁ ପୁଣି ଥରେ ଆରମ୍ଭ କରିଛି ଉଦ୍ୟମ।
କଳା ଏବଂ କଳାକାର ଗଁା ହେଉଛି ଢେଙ୍କାନାଳ ଜିଲାର ଭୁବନ। ଏହି ମାଟିରେ ଜନ୍ମିତ ଅନେକ ଅଭିନେତା ଚମକିଛନ୍ତି ରୂପେଲି ପରଦାରେ। ଯାତ୍ରା ମଞ୍ଚରେ ଦେଖାଇଛନ୍ତି ସେମାନଙ୍କ ଅଭିନୟର ଚାତୁରି। ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ହେଲେ କରୋନା ମାଡ଼ରେ ପାଖାପାଖି ୧୦ ମାସ ଧରି ଦୋହଲି ଯାଇଥିଲା ସମଗ୍ର କଳାଜଗତ। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଭିତରେ ଅନ୍ଧାର ହୋଇଯାଇଥିଲା ମଞ୍ଚ। ପେଣ୍ଡାଲ-ଯାତ୍ରାପ୍ରେମୀଙ୍କ ମଧ୍ୟରେ ଦୀର୍ଘ ଦୂରତା ସୃଷ୍ଟି ହୋଇଯାଇଥିବାବେଳେ ରୋଜଗାର ହରାଇ ବାଟବଣା ହୋଇଯାଇଥିଲେ କଳାକାର। ଅଭିନୟରୁ ଦୂରେଇ ରହିବା ପରେ ଅନେକେ ଆପଣାଇଥିଲେ ଭିନ୍ନ ପେସା। ଗୁରୁଗମ୍ଭୀର ସ୍ବରରେ ମଞ୍ଚକୁ ଥରାଉଥିବା ଯାତ୍ରାଜଗତର ଅନ୍ୟତମ ଖଳନାୟକ ଜ୍ଞାନରଞ୍ଜନ ସାହୁ ଓ୍ବେଲ୍ଡିଂ ଓ୍ବାର୍କଶପ୍‌ରେ ଭାଗ୍ୟ ପରୀକ୍ଷା କରିଥିଲେ। ସେହିପରି ଅନ୍ୟତମ ଚରିତ୍ର ଅଭିନେତା ଅଭିମନ୍ୟୁ ସାହୁ ଜୀବିକାର୍ଜନରେ ଘର ଲୋକଙ୍କୁ ସହାୟତା କରିଥିଲେ। ସେହିପରି ହାତରେ କାମ ନ ଥିବାରୁ ନିର୍ଦ୍ଦେଶକ, ସହକର୍ମୀ, ଯାତ୍ରା ମାଲିକ ହାତବାନ୍ଧି ବସିଥିଲେ।
ଦୀର୍ଘଦିନର ଅପେକ୍ଷା ପରେ ଫେବୃୟାରୀ ଗାଇଡ୍‌ ଲାଇନ୍‌ରେ ଯାତ୍ରା ପରିବେଷଣକୁ ସବୁଜ ସଙ୍କେତ ଦେଇଛନ୍ତି ସରକାର। ତେବେ ଏଥିଲାଗି ଗାଇଡ୍‌ ଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି। ଦର୍ଶକ ସଂଖ୍ୟା, ସାମାଜିକ ଦୂରତ୍ୱ ନିୟମ, ହାତ ସାନିଟାଇଜେଶନକୁ ଗୁରୁତ୍ୱ ଦେଇ ଯାତ୍ରା ପରିବେଷଣ କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି। ଯାତ୍ରା ପରିବେଷଣ ଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ପଡ଼ିବ। ଅପରପକ୍ଷେ ଯାତ୍ରା ସାଧାରଣତଃ ଘେରାବନ୍ଦୀ କରି ପରିବେଷିତ ହୋଇଥାଏ। ଏପରିସ୍ଥଳେ ସର୍ବାଧିକ ୫୦୦ ଜଣ ଦର୍ଶକଙ୍କୁ ଅନୁମତି ମିଳିପାରିବ। ହେଲେ ଏହା ଯାତ୍ରା ପାର୍ଟି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଦୀର୍ଘଦିନ ପରେ ଯାତ୍ରା ପରିବେଷଣ ହେବାକୁ ଥିବାବେଳେ ଏହାକୁ ନେଇ କଳାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିବା ସ୍ବାଭାବିକ। ଏପରିସ୍ଥଳେ କଟକଣା ନୂଆ ସମସ୍ୟା ସୃଷ୍ଟି କରିଛି। ଆଗାମୀ ଦିନରେ ଖଣ୍ଡଗିରି ମାଘ ମେଳା ସମେତ ବିଭିନ୍ନ ପର୍ବପର୍ବାଣି ଆସୁଛି, ଯାହା ଯାତ୍ରା ପରିବେଷଣ ପାଇଁ ଏକ ସୁଯୋଗ। ହେଲେ ସରକାରୀ ଗାଇଡ୍‌ ଲାଇନ୍‌ ଏଥିରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏ ଦିଗରେ ସରକାର ପୁନର୍ବିଚାର କରି ନିୟମ ଆଉଟିକେ କୋହଳ କରିବାକୁ କଳାକାରମାନେ ଦାବି କରିଛନ୍ତି।

ନୂଆବର୍ଷ ନୂଆ ଆଶା ଆଣିଛି
କରୋନା ପାଇଁ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୃହବନ୍ଦୀ ଜୀବନ ସମସ୍ତ ଭାବନାକୁ ପଣ୍ଡ କରି ଦେଇଥିଲା। ମଞ୍ଚରେ ପରଦା ପଡ଼ିବା ପରେ ଏହାକୁ ନେଇ ବଞ୍ଚୁଥିବା ସମସ୍ତ କଳାକାର, ନିର୍ଦ୍ଦେଶକ, କର୍ମକର୍ତ୍ତା, ମାଲିକ ଚିନ୍ତାରେ ପଡ଼ିଯାଇଥିଲେ। ନୂଆ ବର୍ଷ ନୂଆ ଆଶା ଆଣିଛି। ଚଳିତ ବର୍ଷ ୪ ନାଟକ ଲେଖାସରିଛି। ୨ଟି ଯାତ୍ରା ଅନୁଷ୍ଠାନରେ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ସରିଛି। ସରକାରଙ୍କ ଗାଇଡ୍‌ ଲାଇନ କେତେଦୂର ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।
-ଗୁରୁପ୍ରସାଦ ମିଶ୍ର, ଯାତ୍ରା ନିର୍ଦ୍ଦେଶକ
ଗାଇଡ୍‌ ଲାଇନ୍‌ରେ ଯାତ୍ରା ପରିବେଷଣ କଷ୍ଟକର
କରୋନା ମହାମାରୀ କଳାକାରଙ୍କୁ ଦିଗହରା କରିଦେଇଥିଲା। ଫେବୃୟାରୀ ଗାଇଡ୍‌ ଲାଇନ୍‌ରେ ସରକାର କଟକଣା ମଧ୍ୟରେ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି। ଏହାପରେ ପୁଣିଥରେ ଆଖଡ଼ା ଆରମ୍ଭ ହୋଇଛି। ବର୍ଷକର ଦୁଃଖ ଦୂର ହୋଇଗଲା ଭଳି ଲାଗୁଛି। ହେଲେ ସରକାରୀ ଗାଇଡ୍‌ ଲାଇନ ପାଳନ କରି ଯାତ୍ରା ପରିବେଷଣ କରିବା କଷ୍ଟକର। ଏବେ ଅଧିକାଂଶ କ୍ଷେତ୍ର ଖୋଲିଲାଣି। ତେଣୁ ଯାତ୍ରା କ୍ଷେତ୍ରକୁ ଅଧିକ କୋହଳ କରାଯିବା ଉଚିତ।
-ଜ୍ଞାନରଞ୍ଜନ ସାହୁ, ଯାତ୍ରା ଅଭିନେତା
କୋଲକାତା ଭଳି ନିୟମ ଲାଗୁ ହେଉ
୮ବର୍ଷ ହେଲା ଯାତ୍ରା ଅଭିନୟ ସହିତ ଜଡ଼ିତ। ୨୦୨୦ ବର୍ଷରେ କରୋନା ଦେଇଥିବା ଯନ୍ତ୍ରଣା ସାରା ଜୀବନ ଅପାସୋରା ହୋଇ ରହିବ। ଆଖଡ଼ାରେ ଅଭ୍ୟାସ ଆରମ୍ଭ ହୋଇଛି। ଏବେ ବି ଅନେକ କଳାକାର କାମ ଅପେକ୍ଷାରେ ଅଛନ୍ତି। ଫେବୃୟାରୀ ଗାଇଡ୍‌ ଲାଇନ ଯଦିଓ ମନରେ ଆଶ୍ୱସ୍ତି ଆଣିଛି, ତଥାପି ଏଥିରେ ସମସ୍ୟା ଦୂର ହେବନାହିଁ। କୋଲକାତାରେ ଖୋଲାମଞ୍ଚରେ ଯାତ୍ରା ପରିବେଷଣ ହେଉଛି। ରାଜ୍ୟ ସରକାରଙ୍କ ନୀତି ଯାତ୍ରା ଆୟରେ ବାଧକ ସୃଷ୍ଟି କରିବା ଆଶଙ୍କା ରହିଛି।
-ଅଭିମନ୍ୟୁ ସାହୁ, ଯାତ୍ରା ଅଭିନେତା
ସରକାରୀ ନିଷ୍ପତ୍ତି ସ୍ବାଗତଯୋଗ୍ୟ
ଅଭିନୟ ପ୍ରତି ରହିଥିବା ଆଗ୍ରହ ମୋ ଭଳି ଜଣେ କମ୍ପ୍ୟୁଟର ବିଜ୍ଞାନ ଛାତ୍ରକୁ ଯାତ୍ରା ଜଗତକୁ ଟାଣି ଆଣିଲା। ନୂଆ ନୂଆ ମଞ୍ଚରେ ପାଦ ରଖିବାର ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି। କରୋନା ମହାମାରୀରେ ସବୁକ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଯାତ୍ରା ଜଗତ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଥିଲା। କରୋନା ପ୍ରଭାବ କମିବା ପରେ ରାଜ୍ୟ ସରକାର ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସ୍ବାଗତଯୋଗ୍ୟ। ନୂଆ ବର୍ଷ ନୂଆ ଆଶା ଆଣିଛି। ଏଥିରେ ସଫଳ ହେବି ବୋଲି ଆଶା ରହିଛି।
-ଲିପୁନ ଚିନ୍ନାରା, ଯାତ୍ରା ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri