ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.)

ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା ଆଣିଦେଇଥିବାବେଳେ କରୋନା ପ୍ରହାରରେ ଧରାଶାୟୀ କଳାଜଗତ ଅଣ୍ଟାସଳଖି ଠିଆ ହେବାକୁ ପୁଣି ଥରେ ଆରମ୍ଭ କରିଛି ଉଦ୍ୟମ।
କଳା ଏବଂ କଳାକାର ଗଁା ହେଉଛି ଢେଙ୍କାନାଳ ଜିଲାର ଭୁବନ। ଏହି ମାଟିରେ ଜନ୍ମିତ ଅନେକ ଅଭିନେତା ଚମକିଛନ୍ତି ରୂପେଲି ପରଦାରେ। ଯାତ୍ରା ମଞ୍ଚରେ ଦେଖାଇଛନ୍ତି ସେମାନଙ୍କ ଅଭିନୟର ଚାତୁରି। ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ହେଲେ କରୋନା ମାଡ଼ରେ ପାଖାପାଖି ୧୦ ମାସ ଧରି ଦୋହଲି ଯାଇଥିଲା ସମଗ୍ର କଳାଜଗତ। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଭିତରେ ଅନ୍ଧାର ହୋଇଯାଇଥିଲା ମଞ୍ଚ। ପେଣ୍ଡାଲ-ଯାତ୍ରାପ୍ରେମୀଙ୍କ ମଧ୍ୟରେ ଦୀର୍ଘ ଦୂରତା ସୃଷ୍ଟି ହୋଇଯାଇଥିବାବେଳେ ରୋଜଗାର ହରାଇ ବାଟବଣା ହୋଇଯାଇଥିଲେ କଳାକାର। ଅଭିନୟରୁ ଦୂରେଇ ରହିବା ପରେ ଅନେକେ ଆପଣାଇଥିଲେ ଭିନ୍ନ ପେସା। ଗୁରୁଗମ୍ଭୀର ସ୍ବରରେ ମଞ୍ଚକୁ ଥରାଉଥିବା ଯାତ୍ରାଜଗତର ଅନ୍ୟତମ ଖଳନାୟକ ଜ୍ଞାନରଞ୍ଜନ ସାହୁ ଓ୍ବେଲ୍ଡିଂ ଓ୍ବାର୍କଶପ୍‌ରେ ଭାଗ୍ୟ ପରୀକ୍ଷା କରିଥିଲେ। ସେହିପରି ଅନ୍ୟତମ ଚରିତ୍ର ଅଭିନେତା ଅଭିମନ୍ୟୁ ସାହୁ ଜୀବିକାର୍ଜନରେ ଘର ଲୋକଙ୍କୁ ସହାୟତା କରିଥିଲେ। ସେହିପରି ହାତରେ କାମ ନ ଥିବାରୁ ନିର୍ଦ୍ଦେଶକ, ସହକର୍ମୀ, ଯାତ୍ରା ମାଲିକ ହାତବାନ୍ଧି ବସିଥିଲେ।
ଦୀର୍ଘଦିନର ଅପେକ୍ଷା ପରେ ଫେବୃୟାରୀ ଗାଇଡ୍‌ ଲାଇନ୍‌ରେ ଯାତ୍ରା ପରିବେଷଣକୁ ସବୁଜ ସଙ୍କେତ ଦେଇଛନ୍ତି ସରକାର। ତେବେ ଏଥିଲାଗି ଗାଇଡ୍‌ ଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି। ଦର୍ଶକ ସଂଖ୍ୟା, ସାମାଜିକ ଦୂରତ୍ୱ ନିୟମ, ହାତ ସାନିଟାଇଜେଶନକୁ ଗୁରୁତ୍ୱ ଦେଇ ଯାତ୍ରା ପରିବେଷଣ କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି। ଯାତ୍ରା ପରିବେଷଣ ଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ପଡ଼ିବ। ଅପରପକ୍ଷେ ଯାତ୍ରା ସାଧାରଣତଃ ଘେରାବନ୍ଦୀ କରି ପରିବେଷିତ ହୋଇଥାଏ। ଏପରିସ୍ଥଳେ ସର୍ବାଧିକ ୫୦୦ ଜଣ ଦର୍ଶକଙ୍କୁ ଅନୁମତି ମିଳିପାରିବ। ହେଲେ ଏହା ଯାତ୍ରା ପାର୍ଟି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଦୀର୍ଘଦିନ ପରେ ଯାତ୍ରା ପରିବେଷଣ ହେବାକୁ ଥିବାବେଳେ ଏହାକୁ ନେଇ କଳାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିବା ସ୍ବାଭାବିକ। ଏପରିସ୍ଥଳେ କଟକଣା ନୂଆ ସମସ୍ୟା ସୃଷ୍ଟି କରିଛି। ଆଗାମୀ ଦିନରେ ଖଣ୍ଡଗିରି ମାଘ ମେଳା ସମେତ ବିଭିନ୍ନ ପର୍ବପର୍ବାଣି ଆସୁଛି, ଯାହା ଯାତ୍ରା ପରିବେଷଣ ପାଇଁ ଏକ ସୁଯୋଗ। ହେଲେ ସରକାରୀ ଗାଇଡ୍‌ ଲାଇନ୍‌ ଏଥିରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏ ଦିଗରେ ସରକାର ପୁନର୍ବିଚାର କରି ନିୟମ ଆଉଟିକେ କୋହଳ କରିବାକୁ କଳାକାରମାନେ ଦାବି କରିଛନ୍ତି।

ନୂଆବର୍ଷ ନୂଆ ଆଶା ଆଣିଛି
କରୋନା ପାଇଁ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୃହବନ୍ଦୀ ଜୀବନ ସମସ୍ତ ଭାବନାକୁ ପଣ୍ଡ କରି ଦେଇଥିଲା। ମଞ୍ଚରେ ପରଦା ପଡ଼ିବା ପରେ ଏହାକୁ ନେଇ ବଞ୍ଚୁଥିବା ସମସ୍ତ କଳାକାର, ନିର୍ଦ୍ଦେଶକ, କର୍ମକର୍ତ୍ତା, ମାଲିକ ଚିନ୍ତାରେ ପଡ଼ିଯାଇଥିଲେ। ନୂଆ ବର୍ଷ ନୂଆ ଆଶା ଆଣିଛି। ଚଳିତ ବର୍ଷ ୪ ନାଟକ ଲେଖାସରିଛି। ୨ଟି ଯାତ୍ରା ଅନୁଷ୍ଠାନରେ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ସରିଛି। ସରକାରଙ୍କ ଗାଇଡ୍‌ ଲାଇନ କେତେଦୂର ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।
-ଗୁରୁପ୍ରସାଦ ମିଶ୍ର, ଯାତ୍ରା ନିର୍ଦ୍ଦେଶକ
ଗାଇଡ୍‌ ଲାଇନ୍‌ରେ ଯାତ୍ରା ପରିବେଷଣ କଷ୍ଟକର
କରୋନା ମହାମାରୀ କଳାକାରଙ୍କୁ ଦିଗହରା କରିଦେଇଥିଲା। ଫେବୃୟାରୀ ଗାଇଡ୍‌ ଲାଇନ୍‌ରେ ସରକାର କଟକଣା ମଧ୍ୟରେ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି। ଏହାପରେ ପୁଣିଥରେ ଆଖଡ଼ା ଆରମ୍ଭ ହୋଇଛି। ବର୍ଷକର ଦୁଃଖ ଦୂର ହୋଇଗଲା ଭଳି ଲାଗୁଛି। ହେଲେ ସରକାରୀ ଗାଇଡ୍‌ ଲାଇନ ପାଳନ କରି ଯାତ୍ରା ପରିବେଷଣ କରିବା କଷ୍ଟକର। ଏବେ ଅଧିକାଂଶ କ୍ଷେତ୍ର ଖୋଲିଲାଣି। ତେଣୁ ଯାତ୍ରା କ୍ଷେତ୍ରକୁ ଅଧିକ କୋହଳ କରାଯିବା ଉଚିତ।
-ଜ୍ଞାନରଞ୍ଜନ ସାହୁ, ଯାତ୍ରା ଅଭିନେତା
କୋଲକାତା ଭଳି ନିୟମ ଲାଗୁ ହେଉ
୮ବର୍ଷ ହେଲା ଯାତ୍ରା ଅଭିନୟ ସହିତ ଜଡ଼ିତ। ୨୦୨୦ ବର୍ଷରେ କରୋନା ଦେଇଥିବା ଯନ୍ତ୍ରଣା ସାରା ଜୀବନ ଅପାସୋରା ହୋଇ ରହିବ। ଆଖଡ଼ାରେ ଅଭ୍ୟାସ ଆରମ୍ଭ ହୋଇଛି। ଏବେ ବି ଅନେକ କଳାକାର କାମ ଅପେକ୍ଷାରେ ଅଛନ୍ତି। ଫେବୃୟାରୀ ଗାଇଡ୍‌ ଲାଇନ ଯଦିଓ ମନରେ ଆଶ୍ୱସ୍ତି ଆଣିଛି, ତଥାପି ଏଥିରେ ସମସ୍ୟା ଦୂର ହେବନାହିଁ। କୋଲକାତାରେ ଖୋଲାମଞ୍ଚରେ ଯାତ୍ରା ପରିବେଷଣ ହେଉଛି। ରାଜ୍ୟ ସରକାରଙ୍କ ନୀତି ଯାତ୍ରା ଆୟରେ ବାଧକ ସୃଷ୍ଟି କରିବା ଆଶଙ୍କା ରହିଛି।
-ଅଭିମନ୍ୟୁ ସାହୁ, ଯାତ୍ରା ଅଭିନେତା
ସରକାରୀ ନିଷ୍ପତ୍ତି ସ୍ବାଗତଯୋଗ୍ୟ
ଅଭିନୟ ପ୍ରତି ରହିଥିବା ଆଗ୍ରହ ମୋ ଭଳି ଜଣେ କମ୍ପ୍ୟୁଟର ବିଜ୍ଞାନ ଛାତ୍ରକୁ ଯାତ୍ରା ଜଗତକୁ ଟାଣି ଆଣିଲା। ନୂଆ ନୂଆ ମଞ୍ଚରେ ପାଦ ରଖିବାର ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି। କରୋନା ମହାମାରୀରେ ସବୁକ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଯାତ୍ରା ଜଗତ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଥିଲା। କରୋନା ପ୍ରଭାବ କମିବା ପରେ ରାଜ୍ୟ ସରକାର ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସ୍ବାଗତଯୋଗ୍ୟ। ନୂଆ ବର୍ଷ ନୂଆ ଆଶା ଆଣିଛି। ଏଥିରେ ସଫଳ ହେବି ବୋଲି ଆଶା ରହିଛି।
-ଲିପୁନ ଚିନ୍ନାରା, ଯାତ୍ରା ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

ପେନ୍‌ସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ିବନି

ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ):ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି। ଏଣିକି ଅବସର ପରେ ପେନ୍‌ସନ୍‌ ପାଇବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ...

ଆଇନ ଅମାନ୍ୟ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ୱର, ୧।୧୨ (ବନ୍ଦନା ସେଠୀ):ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଡମ୍ଫିଂୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଭାଜପା ପକ୍ଷରୁ ଜାରି ରହିଥିବା ସତ୍ୟାଗ୍ରହ ଗୁରୁବାର ୩ୟ...

ଧର୍ମେନ୍ଦ୍ରଙ୍କ ଲଢ଼ିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଢେଙ୍କାନାଳ,୧ା୧୨ (ରତନ ନାୟାର):ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ଆସନରୁ ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଚର୍ଚ୍ଚା...

ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେଲେ ଆହ୍ୱାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଉରକେଲା,୩୦।୧୧: ଛାତ୍ରଛାତ୍ରୀମାନେ ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri