ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି ହୋଇଛି, କେହି ଜଣେ ସୃଷ୍ଟି କରିଛନ୍ତି ଅଥବା ଅନ୍ୟ କୌଣସି କାରଣ ରହିଛି ଏହି ସୃଷ୍ଟିର ତା’ ଉପରେ ବହୁ ତର୍ଜମା ହୋଇଛି। ଏହାକୁ ନେଇ ଅନେକ ପ୍ରକାରର ମତ ମଧ୍ୟ ଆସିଛି। ଅନେକ ଦାର୍ଶନିକ ଓ ଚିନ୍ତକ ଏହାର ସମାଧାନର ସୂତ୍ର ବାହାର କରିବାକୁ ଚେଷ୍ଟା କରିଛନ୍ତି। ଏପରିକି ବିଭିନ୍ନ ଧର୍ମରେ ମଧ୍ୟ ଏ ବିଷୟରେ ଚର୍ଚ୍ଚା କରାଯାଇଛି। କାରଣ ଧର୍ମ ପ୍ରଚାରକମାନେ ଏହି ସମାନ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ତାଙ୍କ ଅନୁଗାମୀଙ୍କ ନିକଟରୁ। ମନୁଷ୍ୟର ଜଗତ ସହିତ ସମ୍ୱନ୍ଧ ଓ ଜଗତ ତା’ର ସୃଷ୍ଟି ସହିତ କିପରି ଭାବେ ସମ୍ୱନ୍ଧିତ ତାହାର ପ୍ରାଞ୍ଜଳ ବ୍ୟାଖ୍ୟା ବିନା କୌଣସି ଧର୍ମ ସ୍ୱୟଂସମ୍ପୂର୍ଣ୍ଣ ହୋଇପାରେ ନାହିଁ। ଜଣେ ଧର୍ମଗୁରୁ ଶିଷ୍ୟମାନଙ୍କ ଜିଜ୍ଞାସାର ସନ୍ତୋଷଜନକ ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି। ଉତ୍ତର କେତେ ଯୁକ୍ତିସଙ୍ଗତ ଓ ବିଜ୍ଞାନସମ୍ମତ ତାହା ଭିନ୍ନ କଥା।
ଜଗତର ସୃଷ୍ଟିତତ୍ତ୍ୱ ସମ୍ୱନ୍ଧରେ ଆଲୋଚନା କଲାବେଳେ ଏ ସମ୍ୱନ୍ଧରେ ଚିନ୍ତା କରିଥିବା ଦାର୍ଶନିକମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଉଛି ଭାରତୀୟ ଦାର୍ଶନିକ ଓ ଅନ୍ୟଟି ହେଉଛି ପାଶ୍ଚାତ୍ୟ ଦାର୍ଶନିକ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ଦର୍ଶନ ଧର୍ମଭିତ୍ତିକ ହୋଇଥିବା ବେଳେ ପାଶ୍ଚାତ୍ୟ ଦର୍ଶନ ଧର୍ମଭିତ୍ତିକ ନୁହେଁ। ଅର୍ଥାତ୍‌ ଭାରତୀୟ ଦାର୍ଶନିକମାନଙ୍କ ବିଚାର ଧର୍ମର ରୂପ ନେଇଥିବା ବେଳେ ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ବିଚାର ଧର୍ମର ରୂପ ନେଇ ନାହିଁ। ତେବେ ପ୍ରାୟ ସମସ୍ତ ଦାର୍ଶନିକଙ୍କ ସୃଷ୍ଟି ସମ୍ୱନ୍ଧୀୟ ମତକୁ ତିନି ପ୍ରକାରରେ ସୂଚୀବଦ୍ଧ କରାଯାଏ। ଅର୍ଥାତ୍‌ ଏମାନଙ୍କ ମଧ୍ୟରୁ କେତେକ ଏକାନ୍ତବାଦରେ, ଆଉ କେତେକ ଦ୍ୱୈତବାଦରେ ଓ ଅନ୍ୟ କେତେକ ଅନେକାନ୍ତବାଦରେ ବିଶ୍ୱାସ କରନ୍ତି। ହୁଏତ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ଆଧାର ଗୋଟିଏ କିମ୍ୱା ଦୁଇଟି କିମ୍ୱା ଅନେକ। ଏହାକୁ ନେଇ ଦାର୍ଶନିକମାନଙ୍କ ମଧ୍ୟରେ ଅନେକ ମତପାର୍ଥକ୍ୟ ରହିଛି। ସମସ୍ତେ ନିଜ ନିଜ ମତରେ ଅଟଳ ରହିଛନ୍ତି ଓ ସୃଷ୍ଟିତତ୍ତ୍ୱକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛନ୍ତି।
ଯେଉଁମାନେ ଏକାନ୍ତବାଦୀ, ସେମାନେ ବିଶ୍ୱାସ କରନ୍ତି ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ଗୋଟିଏ ମୂଳ ଆଧାରରୁ ହୋଇଛି। ପାଶ୍ଚାତ୍ୟ ଦର୍ଶନରେ ଏହାକୁ ମୋନିଜିମ ବୋଲି କୁହାଯାଇଛି। ଏହି ଏକାନ୍ତବାଦୀମାନେ ପ୍ରାୟତଃ ଆସ୍ତିକ ହୋଇଥାନ୍ତି। ସୃଷ୍ଟିର ଏହି ମୂଳ ଆଧାର ହେଉଛନ୍ତି ଭଗବାନ୍‌। ଭାରତୀୟ ଦର୍ଶନରେ ବେଦାନ୍ତିକମାନେ ଏକାନ୍ତବାଦୀ। ଏମାନଙ୍କ ମତରେ ବ୍ରହ୍ମ ବା ଭଗବାନ୍‌ ହେଉଛନ୍ତି ସକଳ ସୃଷ୍ଟିର ମୂଳ ଆଧାର। ସକଳ ସୃଷ୍ଟିର ମୂଳ କାରଣ ଓ ଶେଷ କାରଣ ମଧ୍ୟ। ଭଗବାନ୍‌ ହେଉଛନ୍ତି ସୃଷ୍ଟିକାରୀ, ପାଳନକାରୀ ଓ ଧ୍ୱଂସକାରୀ। ବ୍ରହ୍ମ ସମସ୍ତଙ୍କ କାରଣ, କିନ୍ତୁ ତାଙ୍କ ସୃଷ୍ଟିର କୌଣସି କାରଣ ନାହିଁ। ସେ ହେଉଛନ୍ତି ଅଜାତ। ସେ ଚିରନ୍ତନ। ସେ ହେଉଛନ୍ତି ଜଗତର ଏକମାତ୍ର ସତ୍ୟ ଉପାଦାନ। ଭାରତବର୍ଷରେ ହିନ୍ଦୁ ଦର୍ଶନ କହିଲେ ବେଦାନ୍ତିକ ଦର୍ଶନକୁ ବୁଝାଇଥାଏ। ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏହି ଏକାନ୍ତବାଦର ସମର୍ଥକ ଓ ଆଦିପ୍ରବର୍ତ୍ତକ କହିଲେ ଅତ୍ୟୁକ୍ତି ହେବ ନାହିଁ। ହିନ୍ଦୁଧର୍ମ ସମର୍ଥିତ ସମସ୍ତ ଦାର୍ଶନିକ ଏକାନ୍ତବାଦୀ। ପାଶ୍ଚାତ୍ୟ ଦର୍ଶନରେ ସ୍ପିନୋଜା, ହେଗେଲ, ବାରକ୍ଲେ ପ୍ରମୁଖ ଦାର୍ଶନିକମାନେ ମୋନିଜିମ ବା ଏକାନ୍ତବାଦରେ ବିଶ୍ୱାସ କରନ୍ତି। ଇସାଇ ଧର୍ମାବଲମ୍ୱୀମାନେ ଏକାନ୍ତବାଦୀ। ସୃଷ୍ଟିକର୍ତ୍ତା ଭାବେ ସେମାନେ ଈଶରଙ୍କୁ ବିଶ୍ୱାସ କରନ୍ତି। ଇସ୍‌ଲାମ ଧର୍ମାବଲମ୍ୱୀମାନେ ମଧ୍ୟ ଏକାନ୍ତବାଦୀ। ଏମାନେ ଆଲ୍ଲାଙ୍କୁ ସୃଷ୍ଟିର ମୂଳ କାରଣ ବୋଲି ଗ୍ରହଣ କରନ୍ତି। ସମସ୍ତ ଆସ୍ତିକ ଏକାନ୍ତବାଦୀ।
ଦ୍ୱୈତବାଦ ଦୁଇଟି ତତ୍ତ୍ୱରେ ବିଶ୍ୱାସ କରେ। ଦ୍ୱୈତବାଦୀମାନେ ଜଗତ ସୃଷ୍ଟିର ଦୁଇଟି କାରଣ ରହିଛି ବୋଲି କହନ୍ତି। ପାଶ୍ଚାତ୍ୟ ଦର୍ଶନରେ ଏହାକୁ ଡୁଆଲିଜିମ ବୋଲି କୁହାଯାଇଛି, ତାହା ହେଉଛି ମନ ଓ ଶରୀର। ଭାରତୀୟ ଦର୍ଶନରେ ଏହି ଦୁଇ ତତ୍ତ୍ୱ ହେଉଛି ‘ପ୍ରକୃତି’ ଓ ’ପୁରୁଷ’। ସାଂଖ୍ୟ ଓ ଯୋଗ ଦର୍ଶନ ସୃଷ୍ଟିର ଏହି ଦୁଇ ମୂଳ ଉପାଦାନକୁ ସ୍ୱୀକୃତି ଦିଅନ୍ତି। ଏମାନଙ୍କ ସଂଯୋଗରେ ସୃଷ୍ଟିର ସଂରଚନା ହୁଏ। ଏହି ଦୁଇ ଉପାଦାନ ଚିରନ୍ତନ। ଏମାନେ ଅଜାତ ମଧ୍ୟ। ସଦାସର୍ୱଦା ଏମାନେ ବିଦ୍ୟମାନ। ଏହି ଦୁଇଟି ଉପାଦାନକୁ ବସ୍ତୁ ଓ ଚେତନ ବୋଲି ମଧ୍ୟ କୁହାଯାଏ। ପ୍ରକୃତି ହେଉଛି ବସ୍ତୁ ଓ ପୁରୁଷ ହେଉଛି ଚେତନ। ଦୁଇଟିଯାକ ହେଉଛି ମୂଳକାରଣ। ଏମାନଙ୍କ ସଂଯୋଗ ବିନା ଜଗତରେ ସୃଷ୍ଟି ସମ୍ଭବପର ନୁହେଁ। ପାଶ୍ଚାତ୍ୟ ଦର୍ଶନରେ ଡେକାଡର୍‌ସ ହେଉଛନ୍ତି ଦ୍ୱୈତବାଦର ଦୃଢ଼ ସମର୍ଥକ। ସେ ମାଇଣ୍ଡ ଓ ବଡି ବା ମନ ଓ ଶରୀରକୁ ଦୁଇଟି ସ୍ୱତନ୍ତ୍ର ଉପାଦାନ ଭାବେ ସ୍ୱୀକୃତି ଦେଇଛନ୍ତି। ଏହାରି ମାଧ୍ୟମରେ ସେ ସୃଷ୍ଟିତତ୍ତ୍ୱକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କ ପୂର୍ୱରୁ ପ୍ଲାଟୋ ଓ ଆରିଷ୍ଟଟଲ ଦ୍ୱୈତବାଦର ପ୍ରଚାର କରିଛନ୍ତି। ତାଙ୍କ ପରେ ବି ଅନେକ ଦାର୍ଶନିକ ଆସିଛନ୍ତି, ଯେଉଁମାନେ ସମାନ ବିଚାରକୁ ସମର୍ଥନ କରିଛନ୍ତି। ଦ୍ୱୈତବାଦୀମାନଙ୍କ ମଧ୍ୟରୁ ଅଧିକାଂଶ ନାସ୍ତିକ। ସାଂଖ୍ୟ-ଯୋଗରେ ପୁରୁଷକୁ ସୃଷ୍ଟିକର୍ତ୍ତା ଭାବେ ନୁହେଁ, ବରଂ ସର୍ୱୋଚ୍ଚ ସତ୍ତାଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ପୁରୁଷ ପ୍ରକୃତିର ସଂସ୍ପର୍ଶରେ ଆସିଲା ପରେ ହିଁ ସୃଷ୍ଟି ସମ୍ଭବପର ହୁଏ। ବେଦାନ୍ତିକ ଦାର୍ଶନିକମାନେ ଦ୍ୱୈତବାଦକୁ ଅସ୍ୱୀକାର କରୁଥିବା ଯୋଗୁ ତାଙ୍କ ପ୍ରଦତ୍ତ ଏକାନ୍ତବାଦକୁ ଅଦ୍ୱୈତ ବେଦାନ୍ତ ବୋଲି କହନ୍ତି। କାରଣ ବେଦାନ୍ତବାଦର ଉତ୍‌ଥାନ କାଳରେ ଦ୍ୱୈତବାଦୀ ବିଚାର ମୁଖ୍ୟ ପ୍ରତିବନ୍ଧକ ଥିଲା, ମୁଖ୍ୟ ପ୍ରତିରୋଧୀ ଥିଲା।
ଅନେକାନ୍ତବାଦ ସୃଷ୍ଟିର ଅନେକ ଉପାଦାନରେ ବିଶ୍ୱାସ କରେ। ଏହାକୁ ବିଶେଷବାଦ ବୋଲି ମଧ୍ୟ କୁହାଯାଏ। ପାଶ୍ଚାତ୍ୟ ଦର୍ଶନରେ ଏହାକୁ ପ୍ଲୁରାଲିଜିମ ବୋଲି କୁହାଯାଇଛି। ଏହି ମତବାଦର ସମର୍ଥକମାନେ ଜଗତ ସୃଷ୍ଟିର ମୂଳରେ ଅନେକ ଉପାଦାନ ରହିଛି ବୋଲି କହନ୍ତି। କୌଣସି ଗୋଟିଏ ବା ଦୁଇଟି ଉପାଦାନରେ ଜଗତ ସୃଷ୍ଟି ହୋଇନାହିଁ। ଏହି ଉପାଦାନଗୁଡିକ ଅମର। ଏହି କ୍ଷୁଦ୍ରତମ ଉପାଦାନଗୁଡ଼ିକୁ ଅଣୁ ବା ଆଟମ୍‌, ମୋନାଡ, ସାବ୍‌ଷ୍ଟେନ୍ସ ଇତ୍ୟାଦି ବୋଲି କୁହାଯାଇଛି। ଏଗୁଡ଼ିକ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱରେ। ଭାରତୀୟ ଦର୍ଶନରେ ଜୈନ, ଚାର୍ୱାକ୍‌, ନ୍ୟାୟ ଓ ବୈଶେଷିକମାନେ ଏହି ତତ୍ତ୍ୱରେ ବିଶ୍ୱାସ କରନ୍ତି। ଅନେକାନ୍ତବାଦୀମାନେ ସାଧାରଣତଃ ନାସ୍ତିକ। ଜୈନମାନଙ୍କ ମତରେ ଅସଂଖ୍ୟ ଅଣୁ ଓ ଆତ୍ମାକୁ ନେଇ ଜଗତ ସୃଷ୍ଟି ହୋଇଛି। ଏଗୁଡ଼ିକ ଅମର। ପ୍ରତ୍ୟେକ ସୃଷ୍ଟି ଏମାନଙ୍କ ସମ୍ମିଶ୍ରଣରେ ସଂଗଠିତ ହୁଏ। ଚାର୍ୱାକ୍‌ମାନେ ଚାରୋଟି ଅନୁଭୂତିସିଦ୍ଧ ଉପାଦାନକୁ ଅମର ବୋଲି ସ୍ୱୀକାର କରନ୍ତି। ସେଗୁଡ଼ିକ ହେଉଛି ମାଟି, ଜଳ, ଅଗ୍ନି ଓ ବାୟୁ। ଏମାନଙ୍କ ସଂଯୋଗରେ ଜଗତ ସୃଷ୍ଟି ହୋଇଛି। ନ୍ୟାୟ-ବୈଶେଷିକମାନେ ମଧ୍ୟ ଅସଂଖ୍ୟ ଉପାଦାନରେ ଜଗତ ସୃଷ୍ଟି ହୋଇଛି ବୋଲି ଯୁକ୍ତି ରଖନ୍ତି। ଅସଂଖ୍ୟ ‘ବିଶେଷ କଣା’ ଦ୍ୱାରା ଜଗତର ସୃଷ୍ଟି ହୋଇଛି। ପାଶ୍ଚାତ୍ୟ ଦର୍ଶନରେ ଯେଉଁମାନେ ଅନେକାନ୍ତବାଦରେ ବିଶ୍ୱାସ କରନ୍ତି, ସେମାନେ ହେଲେ ଅନକ୍ସାଗୋରସ, ଆରକୁଲେସ, ଜନ ହିକ୍ସ ପ୍ରମୁଖ। ବିଜ୍ଞାନକୁ ବସ୍ତୁର କ୍ଷୁଦ୍ରତମ ଉପାଦାନ ଅଣୁର ଅବଧାରଣା ଏମାନଙ୍କ ନିକଟରୁ ଆସିଛି। ଅଣୁମାନଙ୍କ ସଂଯୋଗରେ ବସ୍ତୁର ସୃଷ୍ଟି ହୁଏ ଓ ଏମାନଙ୍କ ବିଘଟନରେ ବସ୍ତୁର ବିନାଶ।
ଜଗତ ସୃଷ୍ଟିର ମୂଳକାରଣ କ’ଣ, ତାହାର ବାସ୍ତବବାଦୀ ସମାଧନ ଏଯାଏଁ ମିଳିନାହିଁ। ଅବଶ୍ୟ ଯେଉଁମାନେ ଆଧ୍ୟାତ୍ମିକବାଦୀ ଓ ଧର୍ମୀୟ ଅନୁଗାମୀ, ସେମାନେ ଜଗତ ସୃଷ୍ଟିର ମୂଳକାରଣ ଜଣେ ସର୍ୱୋଚ୍ଚ ବ୍ୟକ୍ତି ବୋଲି କହି ବିତର୍କ ଓ ଜିଜ୍ଞାସାର ସମାପ୍ତ କରନ୍ତି। ଯେକି ଈଶ୍ୱର, ଗଡ୍‌, ଆଲ୍ଲା, ବ୍ରହ୍ମ, ଭଗବାନ୍‌ ଇତ୍ୟାଦି ନାମରେ ସମ୍ୱୋଧିତ ହୁଅନ୍ତି। ଏହାସତ୍ତ୍ୱେ ସୃଷ୍ଟିତତ୍ତ୍ୱ ଉପରେ ଜିଜ୍ଞାସା ଓ ବିତର୍କ ଏଯାଏଁ ସମାପ୍ତ ହୋଇନାହିଁ ପରି ମନେହୁଏ। କାରଣ ଏପରି ଧର୍ମୀୟ ମତବାଦକୁ ଅନେକେ ଗ୍ରହଣ କରନ୍ତି ନାହିଁ। ବିଶ୍ୱବ୍ରହ୍ମାଣ୍ଡର ମୂଳସତ୍ୟକୁ ନେଇ ତାଙ୍କ ମନରେ ଅନେକ ପ୍ରଶ୍ନ ଏବେବି ଅଙ୍କୁରିତ ହେଉଛି।

ଅଧ୍ୟାପକ ଗୋପବନ୍ଧୁ
(ଦର୍ଶନ ବିଭାଗ), ଅବସରପ୍ରାପ୍ତ
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?