ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା ଏକ୍ୟୁଏଲ୍‌ଆଇ) ରିପୋର୍ଟ ଅନୁସାରେ ସମ୍ପୂର୍ଣ୍ଣ ଭାରତରେ ୨୦୨୩ରେ ବାୟୁ ପ୍ରଦୂଷଣ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବାହୁ) ଦ୍ୱାରା ନିର୍ଦ୍ଦିଷ୍ଟ ସୁରକ୍ଷା ସୀମାର ଆଠଗୁଣାଠାରୁ ଅଧିକ ଥିଲା। ରିପୋର୍ଟ ଏ କଥା ମଧ୍ୟ ସତର୍କ କରାଇ ଦେଇଛି ଯେ ଯଦି ଭାରତ ହୁ’ର ମାନଦଣ୍ଡ ଅନୁସାରେ ପ୍ରଦୂଷଣ କମାଇବାରେ ସକ୍ଷମ ହୁଏ, ତେବେ ଭାରତୀୟମାନଙ୍କ ଆୟୁ ପାଖାପାଖି ୩.୫ ବର୍ଷ ବୃଦ୍ଧି ପାଇପାରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପରିସ୍ଥିତି ଚିନ୍ତାଜନକ। ୨୦୨୩ରେ ରାଜ୍ୟର ପିଏମ ୨.୫ (୨.୫ ମାଇକ୍ରୋମିଟରରୁ କ୍ଷୁଦ୍ର ପାର୍ଟିକୁଲେଟ ମ୍ୟାଟର ଅର୍ଥାତ ବାୟୁରେ ରହୁଥିବା ସୂକ୍ଷ୍ମ ଧୂଳି, ଧୂଆଁ, ତରଳ କଣିକା, ଧାତୁ ଓ ରାସାୟନିକ କଣିକା ତଥା ଅନ୍ୟାନ୍ୟ ପ୍ରଦୂଷକ ଯାହା ମଣିଷ ଆଖିକୁ ଦେଖାଯାଏ ନାହିଁ), ଶ୍ୱାସରେ ଶରୀରରେ ପଶି ନାକ, ଗଳା, ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡର କ୍ଷତିକରେ। ଏହାର ସ୍ତର ପ୍ରତି ଘନ ମିଟର ପିଛା ୩୬.୪ ମାଇକ୍ରୋଗ୍ରାମ ରହିଥିଲା, ଯାହା ହୁ’ର ସୁରକ୍ଷା ମାପଦଣ୍ଡଠାରୁ ଯଥେଷ୍ଟ ବେଶି।
ସାଧାରଣତଃ ସୂକ୍ଷ୍ମ ପ୍ରଦୂଷକ ତତ୍ତ୍ୱକୁ ପିଏମ ୨.୫ ଏବଂ ସ୍ଥୂଳ ପ୍ରଦୂଷକ ତତ୍ତ୍ୱକୁ ପିଏମ ୧୦ ବୋଲି କୁହାଯାଏ। ହୁ’ ଦ୍ୱାରା ନିର୍ଦ୍ଧାରିତ ସୀମା ଅନୁଯାୟୀ ପିଏମ ୨.୫ ପ୍ରଦୂଷକ ତତ୍ତ୍ୱର ବାର୍ଷିକ ହାରାହାରି ସୀମା ୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ହୋଇଥିବା ବେଳେ ଦୈନିକ ହାରାହାରି ସୀମା ୧୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର, ଯାହା ପିଏମ ୧୦ କ୍ଷେତ୍ରରେ ଯଥାକ୍ରମେ ୧୫ ଓ ୪୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର। ରିପୋର୍ଟ ଅନୁଯାୟୀ ଯଦି ପ୍ରଦୂଷଣ ସ୍ତର ହୁ’ ଦ୍ୱାରା ନିର୍ଦ୍ଧାରିତ ସୀମାକୁ ଅଣାଯାଏ, ତେବେ ଓଡ଼ିଶାର ଲୋକମାନେ ପାଖାପାଖି ୩.୧ ବର୍ଷ ଅଧିକ ଆୟୁ ଲାଭ କରିପାରିବେ। ଏହି ତଥ୍ୟସମୂହ ସାଧାରଣ ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ତୁରନ୍ତ ନିଷ୍ପତ୍ତିମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ। ୨୦୨୫ର ଏକ୍ୟୁଏଲଆଇ ରିପୋର୍ଟ ଅନୁଯାୟୀ ଚିନ୍ତାଜନକ ଭାବେ ଭାରତର ଜନସଂଖ୍ୟା ଅନୁପାତରେ ପିଏମ ୨.୫ ସାନ୍ଧ୍ରତା ୨୦୨୨ର ୩୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରରୁ ବୃଦ୍ଧି ପାଇ ୨୦୨୩ରେ ୪୧ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରରେ ପହଞ୍ଚିଛି। ଯେଉଁଠି ଅନ୍ୟାନ୍ୟ ଦେଶଗୁଡ଼ିକରେ ବାୟୁ ଗୁଣବତ୍ତାରେ କ୍ରମାଗତ ସୁଧାର ଆସିଛି, ସେଠି ଭାରତ ନିୟନ୍ତ୍ରଣ ଲକ୍ଷ୍ୟରେ ଥିଲେବି ପ୍ରଦୂଷଣର ଅବସ୍ଥା ଧୀରେ ଧୀରେ ଖରାପ ହେଉଛି । ଇଂଲଣ୍ଡରୁ ପ୍ରକାଶିତ ସ୍ୱାସ୍ଥ୍ୟ ପତ୍ରିକା ‘ଦ ଲାନସେଟ’ରେ ବିଶ୍ୱ ରୋଗ ଭାର ଅଧ୍ୟୟନ (ଗ୍ଲୋବାଲ ବର୍ଡନ ଅଫ ଡିଜିଜ) ଉପରେ ଆଧାରିତ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ୨୦୧୭ରେ ଭାରତରେ ପ୍ରଦୂଷଣ ଜନିତ ମୃତ୍ୟୁ ୧୨,୪୦,୫୩୦ (ମୋଟ ମୃତ୍ୟୁର ୧୨.୫%) ଥିଲା ଯାହା କ୍ରମାଗତ ବୃଦ୍ଧି ପାଇ ୨୦୧୯ରେ ୧୬,୭୦,୦୦୦ (ମୋଟ ମୃତ୍ୟୁର ୧୭.୮%) ଓ ୨୦୨୨ରେ ୧୭,୧୮,୦୦୦ରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ୨୦୧୭ରେ ଓଡ଼ିଶାରେ ଏହି ମୃତ୍ୟୁସଂଖ୍ୟା ଥିଲା ୩୧,୧୧୮, ଯାହା ମୋଟ ମୃତ୍ୟୁସଂଖ୍ୟାର ୬.୩%। ତେଣୁ ପ୍ରଦୂଷଣ ଜନିତ ମୃତ୍ୟୁର ଭୟାବହତା କେତେ ତାହା ଏହି ତଥ୍ୟରୁ ସ୍ପଷ୍ଟ ଅନୁମେୟ।
ଭାରତର ଦ୍ରୁତ ସହରୀକରଣ ଏବଂ ଯାତାୟାତର ବୃଦ୍ଧି ଏହି ସମସ୍ୟାକୁ ଆହୁରି ତୀବ୍ର କରିଛି। ଯାନବାହନରୁ ନିର୍ଗତ ଧୂଆଁ ସହ ଅନିୟନ୍ତ୍ରିତ ନିର୍ମାଣ କାର୍ଯ୍ୟକଳାପମାନ ସହରୀ ପ୍ରଦୂଷଣ ସ୍ତରକୁ ବୃଦ୍ଧି କରିଛି। ଓଡ଼ିଶାରେ କୋଇଲା ଆଧାରିତ ଶକ୍ତି ଉତ୍ପାଦନ କେନ୍ଦ୍ର ଥିବା ଶିଳ୍ପାଞ୍ଚଳଗୁଡ଼ିକରେ ପ୍ରଦୂଷଣ ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟା ବେଶ୍‌ ଦୃଶ୍ୟମାନ, ଯାହା ସମ୍ୱେଦନଶୀଳ ଲୋକଙ୍କ ମଧ୍ୟରେ ଶ୍ୱାସ ରୋଗର ହାର ବୃଦ୍ଧି ଏବଂ ଜୀବନର ଗୁଣବତ୍ତାକୁ ହ୍ରାସ କରିଛି। ଏହି ସଙ୍କଟକୁ ଠିକ୍‌ କରିବା ପାଇଁ ପ୍ରତୀକାତ୍ମକ ପଦକ୍ଷେପ ଛାଡ଼ି ବ୍ୟବସ୍ଥାଗତ ବହୁମୁଖୀ ଯୋଜନା ଆପଣେଇବାକୁ ପଡ଼ିବ। ବୃକ୍ଷରୋପଣ ଭଳି ମହତ ପ୍ରୟାସର ଆବଶ୍ୟକତାକୁ ଶକ୍ତି, ଶିଳ୍ପ, ପରିବହନ ଓ ସହରାଞ୍ଚଳ ଯୋଜନା ଭଳି କ୍ଷେତ୍ରରେ ବ୍ୟବସ୍ଥାଗତ ସୁଧାର ସହ ପରିପୂରକ କରାଯିବା ଆବଶ୍ୟକ। ଏଠି କହି ରଖିବା ଉଚିତ ହେବ ଯେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାୟୁମଣ୍ଡଳର ଗୁଣବତ୍ତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିପାରିବ ନାହିଁ। ବରଂ ଯୋଜନାବଦ୍ଧ ଭାବରେ ହୋଇ ନଥିବା ବୃକ୍ଷରୋପଣ, ଘନ ଜନବସତି ପୂର୍ଣ୍ଣ ତଥା ନିମ୍ନ ବାତାୟନଯୁକ୍ତ ସହରାଞ୍ଚଳରେ ପ୍ରଦୂଷକ କଣିକା ସମୂହକୁ ବାନ୍ଧି ରଖିବାରେ ସକ୍ଷମ ଥିବାରୁ ଅନେକ ସମୟରେ ସେହିସବୁ ଅଞ୍ଚଳର ବାୟୁମଣ୍ଡଳୀୟ ଗୁଣବତ୍ତା ହ୍ରାସ ପାଇଥାଏ। ଏଥିପାଇଁ, ଯୋଜନାବଦ୍ଧ ବୃକ୍ଷରୋପଣ ସହ କୋଇଲା-ଆଧାରିତ ଶକ୍ତି ଉତ୍ପାଦନରୁ ଦୂରେଇ ଯାଇ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ଆଧୁନିକ ନିର୍ଗମନ ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସହ ଶୁଦ୍ଧ ଉର୍ଜାର ଅନୁଗମନ କରିବା ଜରୁରୀ। ସଡ଼କ ପରିବହନରୁ ହେଉଥିବା ନିର୍ଗମନକୁ କମେଇବା ପାଇଁ ବିଏସ-୬ ଯାନ ମାନଦଣ୍ଡର କଠୋର ପାଳନ, ସର୍ୱସାଧାରଣ ପରିବହନରେ ନିବେଶ ଏବଂ ବିଦ୍ୟୁତ ଚାଳିତ ଯାନ-ଚାଳନା ପାଇଁ ପ୍ରୋତ୍ସାହନ ଅତ୍ୟନ୍ତ ଜରୁରୀ। ଏହାସହ ଧୂଳି-ଧୂଆଁ ନିୟନ୍ତ୍ରଣ ପଦକ୍ଷେପ, ଯନ୍ତ୍ରଚାଳିତ ରାସ୍ତା ସଫେଇ ଏବଂ ନିର୍ମାଣ ନିୟମାବଳୀର କଠୋର ପାଳନ ସହରାଞ୍ଚଳର ପ୍ରଦୂଷିତ କଣିକା ସ୍ତରକୁ କମାଇପାରିବ। ବାୟୁ ପ୍ରଦୂଷଣ କେବଳ ଏକ ପରିବେଶୀୟ ଆହ୍ୱାନ ନୁହେଁ, ବରଂ ସାର୍ୱଜନୀନ ସ୍ୱାସ୍ଥ୍ୟ ପାଇଁ ଏକ ଜରୁରୀ ପରିସ୍ଥିତିରେ ପରିଣତ ହୋଇଛି ବୋଲି ଏକ୍ୟୁଏଲଆଇ ୨୦୨୫ ରିପୋର୍ଟ ଚେତାବନୀ ଦେଉଛି।

ବୃହସ୍ପତି ସାମଲ
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?