ସାଂଖ୍ୟ ଦର୍ଶନର ମୂଳତତ୍ତ୍ୱ

ଡା. ଗୋପାଳ ଚନ୍ଦ୍ର ଦାଶ

ସାଂଖ୍ୟ ଦର୍ଶନର ରଚୟିତା ମହର୍ଷି କପିଳ। ଭାରତୀୟ ଦର୍ଶନରେ ସାଂଖ୍ୟ ଦର୍ଶନ ସବୁଠାରୁ ପ୍ରାଚୀନତମ। କର୍ଦ୍ଦମ ମୁନୀ ଓ ଦେବହୁତିଙ୍କ ଗର୍ଭରୁ ସତ୍ୟ ଯୁଗରେ କପିଳ ମୁନୀ ଜନ୍ମଗ୍ରହଣ କରିଥିଲେ ବୋଲି ଭାଗବତରେ ପ୍ରମାଣ ମିଳେ। ଭାଗବତ ଗୀତା ଦଶମ ଅଧ୍ୟାୟରେ ତାଙ୍କୁ ଜଣେ ସିଦ୍ଧ ପୁରୁଷ ବୋଲି ବର୍ଣ୍ଣନା କରାଯାଇଛି। ସିଦ୍ଧାନାଂ କପିଳୋ ମୁନିଃ (୧୦/୧୬)। କପିଳଙ୍କ ଦ୍ୱାରା ରଚିତ ସାଂଖ୍ୟ ଦର୍ଶନ ଗ୍ରନ୍ଥଟି ଛଅ ଗୋଟି ଅଧ୍ୟାୟରେ ବିଭକ୍ତ। ଏଥିରେ ଥିବା ମୋଟ ସୂତ୍ର ସଂଖ୍ୟା ୫୨୪। ପୁରାତନ ସାଂଖ୍ୟ ବିଶ୍ୱର ଧାରାକୁ କପିଳ ମୁନି ଏକ ସୁସଙ୍ଗଠିତ ଓ ସୁବ୍ୟବସ୍ଥିତ ଭାବରେ ଏହି ଦର୍ଶନ ଶାସ୍ତ୍ରରେ ପ୍ରତିପାଦନ କରିଛନ୍ତି। ଏହା ଏକ ମନୋବିଜ୍ଞାନ ଦର୍ଶନ, କାରଣ ଜଗତର ସୂକ୍ଷ୍ମ ତତ୍ତ୍ୱକୁ ନେଇ ଏହା ରଚନା କରାଯାଇଛି। ଶ୍ରୀମଦ ଭାଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ, (ସାଂଖ୍ୟ ଯୋଗ) ଏହି ଦର୍ଶନର ପ୍ରତିବିମ୍ବ ଅଟେ। ସାଂଖ୍ୟ ଦର୍ଶନର ତତ୍ତ୍ୱକୁ ଗୀତାରେ ନିଷ୍କାମ କର୍ମ ଯୋଗ ଭାବରେ ପ୍ରତିପାଦନ କରାଯାଇଛି। ସାଂଖ୍ୟ ଦର୍ଶନର ପ୍ରଥମ ସୂତ୍ରରେ ଦର୍ଶାଯାଇଛି ଯେ ତ୍ରିବିଧ ଦୁଃଖ (ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ)ରୁ ମୁକ୍ତି ଦ୍ୱାରା ପରମ ପୁରୁଷାର୍ଥ- ଅର୍ଥାତ୍‌ ମୋକ୍ଷ ପ୍ରାପ୍ତି ହୋଇଥାଏ। ସୂତ୍ରରେ କୁହାଯାଇଛି, ”ଅଥ ତ୍ରିବିଧ ଦୁଃଖାତ୍ୟନ୍ତ ନିବୃତ୍ତିରତ୍ୟନ୍ତ ପୁରୁଷାର୍ଥ“ (ସୂତ୍ର-୧)। ସାଂଖ୍ୟ ଦର୍ଶନ ବୈଦିକ ମତର ପ୍ରତିପାଦକ ଓ ଦୈତ୍ୟବାଦ ଉପରେ ପ୍ରତିଷ୍ଠିତ। ଏହି ଦର୍ଶନରେ କୁହାଯାଇଛି ଯେ, ମନୁଷ୍ୟର ୨୫ ଗୋଟି ତତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ହେଲେ ଦୁଃଖ ଦୂର ହୁଏ ଓ ଜୀବ ମୁକ୍ତ ହୁଏ। ଆହୁରି ମଧ୍ୟ ଏହି ଦର୍ଶନରେ ୪ ଆଶ୍ରମ, ୨୫ ତତ୍ତ୍ୱ, ତ୍ରିବିଧ ଦୁଃଖ, ପଞ୍ଚ ତୁଷ୍ଟି ଓ ଅଷ୍ଟ ସିଦ୍ଧି ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
ଆତ୍ମା, ପରମାତ୍ମା, ସୃଷ୍ଟି ରଚନା ପ୍ରକୃତିର କ୍ରମବିକାଶ ଆଦି ମୁଖ୍ୟ ସିଦ୍ଧାନ୍ତ ଉପରେ ଏହି ଦର୍ଶନ ଦୃଷ୍ଟିପାତ କରାଯାଏ। ଏହି ଦର୍ଶନକୁ ସାଂଖ୍ୟ ଦର୍ଶନରେ ନାମିତ କରିବା ପଛରେ ଦୁଇଗୋଟି ମତ ଦର୍ଶାଯାଇଥାଏ। କେତେକ ନିର୍ଦ୍ଦିଷ୍ଟ ସଂଖ୍ୟକ ତତ୍ତ୍ୱକୁ ଆଧାର ଭାବରେ ଗ୍ରହଣ କରାଯାଇଥିବାରୁ ଏହି ଦର୍ଶନର ନାମ ସାଂଖ୍ୟ ଦର୍ଶନ। ସେହି ତତ୍ତ୍ୱଗୁଡ଼ିକର ସଂଖ୍ୟା ହେଉଛି ୨୫- ଯାହା ସୃଷ୍ଟିର ପ୍ରାରମ୍ଭ କାଳରୁ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ଅଛି ବୋଲି ଗ୍ରହଣ କରାଯାଇଛି। ଏହା ଏକ ଦୈତ୍ୟମୂଳକ ଦର୍ଶନ। ଦୁଇଟି ପ୍ରଧାନ ତତ୍ତ୍ୱ- ପ୍ରକୃତି ଓ ପୁରୁଷ। ପ୍ରକୃତି ଜଡ଼ ମାତ୍ର ପୁରୁଷ ଚେତନ। ଉଭୟେ ନିତ୍ୱ ଓ ସୃଷ୍ଟି ଆରମ୍ଭରୁ ବିଦ୍ୟମାନ। ପ୍ରକୃତି ତ୍ରିଗୁଣାତ୍ମକ- ସତ୍ତ୍ୱ, ରଜ ଓ ତମ ଗୁଣର ସମନ୍ବୟ। ଏହି ତିନି ଗୁଣ ମଧ୍ୟରେ ଭାରସାମ୍ୟ ରକ୍ଷାକରି ପ୍ରକୃତି ତିଷ୍ଠି ରହିଥାଏ। ପ୍ରକୃତି ଓ ପୁରୁଷର ସଂଯୋଗରେ ଜଗତ ସୃଷ୍ଟି ହୋଇଥାଏ। ପୁରୁଷ ଅବିନାଶୀ ଓ ଅପରିବର୍ତ୍ତନୀୟ। ମାତ୍ର ବିଶ୍ୱ ବ୍ରହ୍ମାଣ୍ଡର ପରିବର୍ତ୍ତନର କାରଣ-ପ୍ରକୃତି। ସାଂଖ୍ୟର ଅର୍ଥ ସମ୍ୟକ୍‌ ଜ୍ଞାନ। ତେଣୁ କେତେକଙ୍କ ମତରେ ଏହି ଦର୍ଶନ ଈଶ୍ୱର ଓ ପ୍ରକୃତି ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରୁଥିବାରୁ ଏହାର ନାମ ସାଂଖ୍ୟ ଦର୍ଶନ। ଏହି ଦର୍ଶନରେ ଯେଉଁ ୨୫ ଗୋଟି ତତ୍ତ୍ୱ ସମ୍ବନ୍ଧରେ ବିଚାର କରାଯାଇଛି ତାହାର ଦୁଇଗୋଟି ମୁଖ୍ୟ ବିଭାଗ ହେଉଛି ପ୍ରକୃତି ଓ ପୁରୁଷ। ପୁରୁଷ ଅଥବା ଆତ୍ମା ଚୈତନ୍ୟ ସ୍ବରୂପ। ସେ କୌଣସି ତତ୍ତ୍ୱରୁ ନିର୍ମିତ ହୁଅନ୍ତି ନାହିଁ। ଅନ୍ୟ ୨୪ ଗୋଟି ତତ୍ତ୍ୱ ପ୍ରକୃତିର, ଯାହାକୁ ଆଠ ବିଭାଗ ଓ ୧୬ ବିକୃତି ଭାବରେ ଦର୍ଶାଯାଇଛି। ଆଠ ବିଭାଗଗୁଡ଼ିକ ହେଲେ ମୂଳ ପ୍ରକୃତି (ସତ୍ତ୍ୱ, ରଜ, ତମ), ମହତତ୍ତ୍ୱ (ବୁଦ୍ଧି), ଅହଂକାର ଓ ପାଞ୍ଚ ତନ୍ମାତ୍ରା (ଶବ୍ଦ, ରସ, ଗନ୍ଧ, ରୂପ, ସ୍ପର୍ଶ)। ଶୋହଳ ବିକୃତିଗୁଡ଼ିକ ହେଲା- ପଞ୍ଚ ସ୍ଥୂଳ ଭୂତ(ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ), ପଞ୍ଚ ଜ୍ଞାନେନ୍ଦ୍ରିୟ (ତ୍ୱଚା, ରସନା, ନେତ୍ର, ଘ୍ରାଣ, ଶ୍ରୋତ୍ର), ପଞ୍ଚ କର୍ମେନ୍ଦ୍ରିୟ (ବାକ୍‌, ପାଣି, ପାଦ, ଉପସ୍ଥ, ଗୁଦା) ଓ ମନ। ଏହିପରି ଭାବରେ ପ୍ରକୃତି ୨୪ ତତ୍ତ୍ୱର ସମାବେଶ। ପ୍ରକୃତି ଓ ପୁରୁଷ ଯଥାକ୍ରମେ ଜଡ଼ ଓ ଚେତନର ସଂଯୋଗରୁ ସୃଷ୍ଟି ନିର୍ମିତ।
ପ୍ରକୃତି ଓ ପୁରୁଷ ବ୍ୟତୀତ ତୃତୀୟ ସତ୍ତା ଈଶ୍ୱର ସମ୍ବନ୍ଧରେ ଏହି ଦର୍ଶନ ନୀରବ ଥିବା ଦର୍ଶାଇ କେତେକେ ମତ ପ୍ରଦାନ କରିଛନ୍ତି ଯେ, ଏହି ଦର୍ଶନ ଅବୈଦିକ। ମାତ୍ର ଏହି ଦର୍ଶନ ଶାସ୍ତ୍ରରେ ଅଧିକାଂଶ ସ୍ଥାନର ଉଭୟ ଜୀବାତ୍ମା ଓ ପରମାତ୍ମାଙ୍କୁ ପୁରୁଷ ଭାବରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଶରୀରରେ ଥିବା ଜୀବାତ୍ମା ପୁରୁଷ ଓ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରମାତ୍ମା ଭରି ରହିଥିବାରୁ ସେ ମଧ୍ୟ ପୁରୁଷ। ତେଣୁ ସାଂଖ୍ୟ ଦର୍ଶନ ଅବୈଦିକ ଓ ଅନଶ୍ୱରବାଦୀ ନୁହେଁ। ସୃଷ୍ଟି ତତ୍ତ୍ୱର ବିଚାରକୁ ନେଲେ ମହର୍ଷି କପିଳଙ୍କ ଦ୍ୱାରା ରଚିତ ସାଂଖ୍ୟ ଦର୍ଶନ ଓ ପତଞ୍ଜଳିଙ୍କ ଦ୍ୱାରା ରଚିତ ଯୋଗ ଦର୍ଶନ ସହିତ କେତେକ ସାମଞ୍ଜସ୍ୟ ମିଳିଥାଏ। ସାଂଖ୍ୟ ଦର୍ଶନରେ ବର୍ଣ୍ଣନା କରାଯାଇଥିବା ୨୪ ଗୋଟି ତତ୍ତ୍ୱକୁ ଯୋଗ ଦର୍ଶନର ସୂକ୍ଷ୍ମରୁ ସ୍ଥୂଳ କ୍ରମରେ ୪ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲେ- ଅଲିଙ୍ଗ (ମୂଳ ପ୍ରକୃତି), ଲିଙ୍ଗମାତ୍ର (ମହାତତ୍ତ୍ୱ) ଅବିଶେଷ (ଅହଂକାର ଓ ପଞ୍ଚ ତନ୍ମାତ୍ରା) ଏବଂ ବିଶେଷ (ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚତତ୍ତ୍ୱ ଓ ମନ)।
ଜଗତର ସୂକ୍ଷ୍ମ ତତ୍ତ୍ୱକୁ ନେଇ ଏହି ଦର୍ଶନ ରଚନା କରାଯାଇଥିବାରୁ ଏହାକୁ ମନୋବିଜ୍ଞାନ ଦର୍ଶନ କୁହାଯାଇଥାଏ। ସମୟ ଥିଲା ଯେତେବେଳେ ସାଂଖ୍ୟ ଦର୍ଶନର ଅଧ୍ୟୟନ ବ୍ୟାପକ ରୂପେ ହେଉଥିଲା। ସମୟକ୍ରମେ ପ୍ରାଚୀନ ପରମ୍ପରା ଲୋପ ପାଇଗଲା। ବିଦ୍ୱାନଗଣ ନ୍ୟାୟ ଓ ବୈଶେଷିକ ଦର୍ଶନରେ ବର୍ଣ୍ଣନା କରାଯାଇଥିବା ସ୍ଥୂଳ ଜଗତର ତତ୍ତ୍ୱଗୁଡ଼ିକୁ ମାନିବାରେ ଲାଗିଲେ। ଜ୍ଞାନ ପରିବର୍ତ୍ତେ ତର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଗଲା। ତେଣୁ ଏହି ଦର୍ଶନର ଗୁରୁତ୍ୱ କମିଗଲା। ଶ୍ରୀମଦ୍‌ ଭାଗବତ ଗୀତାରେ ସାଂଖ୍ୟ-ନିଷ୍ଟକୁ ବହୁତ ମହତ୍ତ୍ୱ ଦିଆଯାଇଛି। ଏହାକୁ ନିଷ୍କାମ କର୍ମଯୋଗର ପରିପୂରକ ବୋଲି ମାନ୍ୟତା ଦିଆଯାଇଛି। ବୌଦ୍ଧ ଓ ଜୈନମାନଙ୍କର ଅହିଂସାବାଦ ତତ୍ତ୍ୱଗୁଡ଼ିକ ସାଂଖ୍ୟ ଦର୍ଶନରୁ ନିଆଯାଇଛି ବୋଲି ଅନୁମାନ କରାଯାଏ।
ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ, ଭୁବନେଶ୍ୱର
ମୋ: ୮୪୫୫୮୮୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri