ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା ବାହାନା ଦେଖାଇ ଲୋକଙ୍କଠାରୁ ଟଙ୍କା, ସୁନା ଆଦି ଲୁଟି ନେଉଛନ୍ତି। ସୁଯୋଗ ପାଇବା ମାତ୍ରେ ବୟସ୍କ ଓ ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବାରମ୍ବାର ଏପରି ଅପରାଧ ଥାନା ଅଞ୍ଚଳରେ ଘଟୁଥିଲେ ବି ପୋଲିସ କେବଳ ମାମଲା ରୁଜୁ କରିବା ବ୍ୟତୀତ ଏହାକୁ ରୋକିପାରୁ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ପୋଲିସର ଏହି ବିଫଳତା ପାଇଁ ମହିଳା ଓ ବୟସ୍କ ବ୍ୟକ୍ତିମାନେ ବଜାର କି ବ୍ୟାଙ୍କ ଆସିବାକୁ ଭୟ କରୁଥିବା ସହରବାସୀ କହିଛନ୍ତି।
କିଛି ଦିନ ତଳେ ଅନୁଗୋଳ ସହର ହନୁମାନ ବଜାର ନିକଟରୁ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଲୁଟେରାମାନେ ଝାମ୍ପି ନେଇଥିଲେ। ଅନୁଗୋଳ ଜେଲ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଭୁଲାଇ ଟଙ୍କା, ସୁନା ମୁଦି ଓ ଚେନ ଥିବା ବ୍ୟାଗ ଧରି ଫେରାର ହୋଇଯାଇଥିଲେ। ଗତ ସୋମବାର କାଞ୍ଚନ ଟକିଜ୍‌ ନିକଟରେ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରିଥିଲେ। ଆଠମଲ୍ଲିକରୁ ଆସିଥିବା ସମ୍ପୃକ୍ତା ମହିଳାଙ୍କୁ ଭୂତାଇ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟିବାରେ ସକ୍ଷମ ହୋଇଥିଲେ। ବିଇଡି ଛକରୁ ଆରମ୍ଭ କରି ଉପଜିଲାପାଳଙ୍କ ବାସଭବନ ଓ ମିଶ୍ରପଡ଼ା ଛକ ଆଦି ଅଞ୍ଚଳରେ ଏହି ଲୁଟେରାମାନେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ଏପରି କି କଲୋନୀ, ଓ୍ବାର୍ଡଗୁଡ଼ିକରେ ପ୍ରାତଃଭ୍ରମଣ କରୁଥିବା କିମ୍ବା ଫୁଲ ତୋଳୁଥିବା ମହିଳା, ବୟସ୍କଙ୍କଠାରୁ ସୁନା ଚେନ, କାନଫୁଲ ଆଦି ଝାମ୍ପି ନେଉଛନ୍ତି। ଏଥିସହ ଠିକଣା ପଚାରିବା ବାହାନାରେ ବେକରୁ ଚେନ ଝାମ୍ପି ଚମ୍ପଟ ମାରୁଛନ୍ତି। ସେହିପରି ଏହି ଗ୍ୟାଙ୍ଗରେ ଥିବା କେତେଜଣ ନାବାଳକ ଦାମୀ ମୋଟର ସାଇକେଲଗୁଡ଼ିକୁ ଟାର୍ଗେଟ୍‌ କରି ଚୋରି କରୁଥିବା ଜଣାପଡ଼ିଛି। ମୋବାଇଲ ଠାରୁ ଆରମ୍ଭ କରି ଘରେ ପଶି କଳାକନା ବୁଲାଇବା ନେଇ ଏକାଧିକ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ସହରବାସୀଙ୍କୁ ସୁରକ୍ଷା ଦେଇପାରୁ ନାହିଁ। ଅଳ୍ପକେତୋଟି ମାମଲାରେ ଯଦିଓ ପୋଲିସ ଅପରାଧୀଙ୍କୁ ଧରିପାରିଛି, ହେଲେ ତାହା ସନ୍ତୋଷଜନକ ନୁହେଁ ବୋଲି ସହରବାସୀ ମତ ଦେଇଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏରାଗୁଲା ଗ୍ୟାଙ୍ଗ ଏପରି ଲୁଟ୍‌ପାଟରେ ସାମିଲ ଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

NEET ପେପର ଲିକ୍ ନେଇ NTAରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ, ୪୭ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍ ଏବଂ ଦେଶବ୍ୟାପୀ ପ୍ରଦର୍ଶନ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଏକ…

ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ଗୋକର୍ଣ୍ଣପୁରରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ: ମହାଯଜ୍ଞ ପୂର୍ଣ୍ଣାହୁତିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଗତ ୩ ଧରି ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲମା ଶ୍ରୀ ପୋତୁରାଜଙ୍କ…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

କୁଲାଡ ବାହୁଡ଼ା ଯାତ୍ରା: ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତି….

ଭଞ୍ଜନଗର,୨୪।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ବାହୁଡ଼ା ଯାତ୍ରା ଐତିହାସିକ ଓ ପ୍ରସିଦ୍ଧ। ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଶହ ଶହ ବର୍ଷ ଧରି…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri