ଚାଲିଛି ଭୂତ ପିଲାଙ୍କ ନାମଲେଖା

ଯାଜପୁର ଅଫିସ,୩୦।୭: ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଯାଜପୁର ଜିଲାର ଘରୋଇ ସ୍କୁଲଗୁଡ଼ିକରେ ଶତକଡା ୨୫ ଭାଗ ସ୍ଥାନ ସଂରକ୍ଷଣ ପ୍ରତିପୂରଣ (ରିମ୍ବର୍ସମେଣ୍ଟ) ବାବଦ ଅର୍ଥ କୌଣସି ସ୍କୁଲ ପାଇ ନାହାନ୍ତି। ସୂଚନା ଅଧିକାର ଆଇନ(ଆରଟିଇ)ରେ ୨୫ ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର କ୍ଷେତ୍ରରେ ଯେଉଁ ପିଲା ନାମ ଲେଖାଇଛନ୍ତି ସେମାନଙ୍କ ନାମ ଓ ଠିକଣା ସମ୍ପର୍କିତ ତଥ୍ୟ ଯାଜପୁର ସମଗ୍ର ଶିକ୍ଷା ବିଭାଗ ଦ୍ୱାରା ହସ୍ତଗତ ହୋଇନାହିଁ। ଆରଟିଆଇରେ ହସ୍ତଗତ ତଥ୍ୟରେ ବିଭାଗ ପକ୍ଷରୁ ଏହା ଦର୍ଶାଯାଇଛି। ବିଧାୟକ ମୋହନ ଚରଣ ମାଝିଙ୍କ ଦ୍ୱାରା ବିଧାନସଭା ପ୍ରଶ୍ନର ଉତ୍ତର ଏବଂ ଏହି ଆରଟିଆଇ ତଥ୍ୟରେ କୌଣସି ତାଳମେଳ ରହୁନାହିଁ। ଏହିକ୍ରମରେ ୨୫ ପ୍ରତିଶତ ସଂରକ୍ଷଣ ଆଧାରରେ ବିଧାନସଭାର ତଥ୍ୟରେ ଦୁର୍ବଳ ଶ୍ରେଣୀର ଭୂତ ପିଲାଙ୍କ ନାମ ଲେଖା ଯାଇଛି ବୋଲି ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
୨୦୧୯-୨୦ ବର୍ଷରେ ୟୁଡିଆଇଏସ୍‌ଇ (ୟୁନିଫାଏଡ ଡିଷ୍ଟ୍ରିକ୍ସ ଇନର୍ଫମେଶନ ସିଷ୍ଟମ ଫର ଏଜୁକେଶନ) ଅନୁସାରେ ଯାଜପୁର ଜିଲାର ୧୦୧ ଘରୋଇ ସ୍କୁଲରେ ୧୬୬୪ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ନାମ ଲେଖାଯାଇଛି। ୧୭ା୩ା୨୦୨୧ରେ ବିଧାନସଭାର ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହି ତଥ୍ୟ ଉପସ୍ଥାପନା କରିଥିଲେ। ବିଧାନସଭାର ଏହି ତଥ୍ୟକୁ ଅଧାର କରି ସୂଚନା କର୍ମୀ ସଂଗ୍ରାମ ବାରିକ ଗତ ୧୫ା୪ା୨୦୨୧ରେ ଆରଟିଆଇରେ ସୂଚନା ପାଇବାକୁ ଯାଜପୁର ଜିଲା ସମଗ୍ର ଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ତଥ୍ୟ ନ ମିଳିବାରୁ ସୂଚନା କର୍ମୀ ବାରିକ ଫାଷ୍ଟ ଅପିଲେଟ ଅଥରିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଗତ ୫ା୭ା୨୦୨୧ରେ ସମଗ୍ର ଶିକ୍ଷା ବିଭାଗର ଯୋଜନା ସଂଯୋଜକ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ। ଅପିଲ କରିବା ପରେ ଯାଇ ଦାଖଲ କରିଥିବା ତଥ୍ୟରେ କୌଣସି ପିଲା ଶିକ୍ଷା ଅଧିକାର ଆଇନରେ ନାମ ଲେଖାଇ ନାହାନ୍ତି କିମ୍ବା ସେମାନଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା ହୋଇ ନାହିଁ ବୋଲି ଦର୍ଶାଯାଇଛି। ଏଠାରେ ବଡ ବିଡମ୍ବନା ଯେ, ବିଧାନସଭା ଉତ୍ତର ନା ଯାଜପୁର ଜିଲା ସମଗ୍ର ଶିକ୍ଷା ବିଭାଗର ତଥ୍ୟ ଭୁଲ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପବିତ୍ର ବିଧାନସଭାରେ କେଉଁ ଉଦ୍ଦେଶ୍ୟ ରଖି ଏଭଳି ତଥ୍ୟ ଦାଖଲ କରାଯାଇଛି ତାହା ଏବେ ତଦନ୍ତସାପେକ୍ଷ। ଅନ୍ୟପକ୍ଷେ ଯାଜପୁର ସମଗ୍ର ଶିକ୍ଷା ବିଭାଗର ଆରଟିଆଇ ତଥ୍ୟ ଉପରେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। କାଗଜକଲମରେ ଭୂତ ପିଲାଙ୍କ ନାମ ଦର୍ଶାଇ ଆବଣ୍ଟିତ ଅର୍ଥକୁ ଚଳୁ କରିବାକୁ ମସୁଧା ରହିଥିଲା ବୋଲି ମଧ୍ୟ ସନ୍ଦେହ କରାଯାଉଛି।
ଶିକ୍ଷା ଅଧିକାର ଆଇନରେ ୨୫ ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର ପିଲାଙ୍କ ପାଇଁ ଘରୋଇ ସ୍କୁଲରେ ସିଟ୍‌ ସଂରକ୍ଷଣ ରଖିବା ବାଧ୍ୟତାମୂଳକ ବୋଲି ଗତ ୧୨ ଏପ୍ରିଲ ୨୦୧୨ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ତେବେ ଆରଟିଆଇ ରିପୋର୍ଟ ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଯାଜପୁର ଜିଲାର କୌଣସି ବେସରକାରୀ ସ୍କୁଲରେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ପିଲାଙ୍କ ନାମ ଲେଖା ହୋଇ ନ ଥିବା ଘଟଣା ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ଅବମାନନା କରାଯାଇଛି। ଫଳରେ ଶିକ୍ଷା ଅଧିକାର ଆଇନ ଏହି ଜିଲାରେ ପ୍ରହସନ ପାଲଟିଛି ବୋଲି ମତପ୍ରକାଶ ପାଇଛି। କେବଳ ବ୍ୟବସାୟକୁ ମାଧ୍ୟମ କରୁଥିବାରୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ଅଧିକାର ଆଇନକୁ ଉଲ୍ଲଂଘନ କରିବାରେ ଲାଗିଛନ୍ତି। ଶିକ୍ଷା ବିଭାଗ ପାଖରେ ମଧ୍ୟ ଏନେଇ କୌଣସି ତଥ୍ୟ ନାହିଁ।
ଯାଜପୁର ଜିଲାର ୧୯୭୯ ଟି ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨,୨୪,୯୧୪ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ଥିବା ପରିବାର ସେମାନଙ୍କ ପିଲାମାନଙ୍କୁ ବେସରକାରୀ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢାଉଛନ୍ତି। କିନ୍ତୁ ଗରିବ ପିଲାମାନେ ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି। ଏହି ୨୫ ପ୍ରତିଶତ ପିଲାଙ୍କ ମଧ୍ୟରୁ ୧୫ ପ୍ରତିଶତ ଆଦିବାସୀ, ହରିଜନ, ଶିଶୁ ଶ୍ରମିକ, ଷ୍ଟ୍ରିଟ ଚାଇଲ୍ଡ, ଘର ନ ଥିବା ଆଦି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ଚଳିତ ବର୍ଷ ଯାଜପୁର ଜିଲାରେ ପ୍ରଥମ କରି ଆରଟିଇ ପାରଦର୍ଶୀ ଜରିଆରେ ଆବେଦନ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?