ଘାତକ ସାଜିଛି ଇଂଲିଶ ଚ୍ୟାନେଲ

ପ୍ୟାରିସ/ଲଣ୍ଡନ, ୨୬।୧୧:ଆଟଲାଣ୍ଟିକ୍‌ ମହାସାଗରରେ ଥିବା ଇଂଲିଶ ଚ୍ୟାନେଲର ଲମ୍ବ ୫୬୦ କି.ମି. ଓ ଚଉଡ଼ା ୨୪୦ କି.ମି.। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜାହାଜ ଚଳାଚଳ ଲେନ୍‌ ଡୋଭର ପ୍ରଣାଳୀରେ ଏହା ସଂକୀର୍ଣ୍ଣ ହୋଇ ୩୪ କି.ମି. ରହିଛି। ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରୁଥିବା ଏହି ଜଳପଥ ବ୍ରିଟେନକୁ ନୌସେନାର ସୁପରପାଓ୍ବାର ପାଲଟିବାରେ ସହାୟକ ହୋଇଛି। କିଛିବର୍ଷ ହେଲା ଫ୍ରାନ୍ସରୁ ଇଂଲିଶ ଚ୍ୟାନେଲ ଦେଇ ବ୍ରିଟେନକୁ ଯାତ୍ରା କରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାର ଫାଇଦା ନେଉଛନ୍ତି ମାନବ ଚାଲାଣକାରୀ। ଦୁର୍ବଳ ବୋଟ୍‌ଗୁଡ଼ିକରେ ବିନା କୌଣସି ଜୀବନ ରକ୍ଷକ ଜ୍ୟାକେଟରେ ବିପଦପୂର୍ଣ୍ଣ ଯାତ୍ରା କରାଇ ଦେଶାନ୍ତରୀ ଶ୍ରମିକମାନଙ୍କଠାରୁ ମୋଟା ଅଙ୍କର ମୁନାଫା କମାଇଥାନ୍ତି ଏହି ସ୍ମଗ୍‌ଲରମାନେ। ଏହି କ୍ରମରେ ବୁଧବାର ଫ୍ରାନ୍ସରୁ ଇଂଲିଶ ଚ୍ୟାନେଲ ଦେଇ ଇଂଲଣ୍ଡ ଯାଉଥିବାବେଳେ କାଲାଇସ୍‌ ବନ୍ଦର ନିକଟରେ ବୋଟ୍‌ ବୁଡ଼ିଯିବାରୁ ୨୭ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୭ ପୁରୁଷ, ୭ ମହିଳା ଓ ୩ ଶିଶୁ ଅଛନ୍ତି। ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିଲେ। ଫ୍ରାନ୍ସ ଉପକୂଳ ଡୋଭର ନିକଟରେ ଜୀବନ ରକ୍ଷକ ଜ୍ୟାକେଟ ପିନ୍ଧାଇ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଫ୍ରାନ୍ସର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଏହି ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଜଣେ ଇରାକ ଓ ଅନ୍ୟ ଜଣେ ସୋମାଲିଆ ନାଗରିକ ବୋଲି ଜଣାପଡ଼ିଛି। ଏହି ବୋଟ୍‌ ବୁଡ଼ିକୁ ଚ୍ୟାନେଲରେ ସବୁଠୁ ଘାତକ ଦୁର୍ଘଟଣା ବୋଲି ୨୦୧୪ରୁ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ଅନ୍ତର୍ଜାତୀୟ ପ୍ରବାସୀ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏହି ପ୍ରସଙ୍ଗରେ ମୁହଁାମୁହିଁ ହୋଇଛନ୍ତି ବ୍ରିଟେନ ଓ ଫ୍ରାନ୍ସ।
ଇଂଲିଶ ଚ୍ୟାନେଲରେ ୨୭ ଜଣ ସଳିଳ ସମାଧି ନେବା ପରେ ଫ୍ରାନ୍ସ ଓ ବ୍ରିଟେନ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଫ୍ରାନ୍ସ ଗୃହମନ୍ତ୍ରୀ ଗେରାଲ୍ଡ ଡର୍ମାନିନ୍‌ କହିଛନ୍ତି, ସଦ୍ୟ ଦୁର୍ଘଟଣା ପରେ ୫ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଜଳପଥରେ ପ୍ରବାସୀ ସ୍ଥାନାନ୍ତର ହେବା ଏକ ଅନ୍ତର୍ଜାତୀୟ ସମସ୍ୟା। ବ୍ରିଟେନର ଆପ୍ରବାସନ ପରିଚାଳନା ନୀତି ଖରାପ। ଫ୍ରାନ୍ସ ଓ ବ୍ରିଟେନ ଉପକୂଳ ଦେଇ ଅତିକ୍ରମ କରୁଥିବା ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଦିଗରେ ଅଧିକ ଯନତ୍ଶୀଳ ହେବା ଆବଶ୍ୟକ। ସେହିପରି ବ୍ରିଟେନ ଗୃହ ସଚିବ ପ୍ରୀତି ପଟେଲ ଗେରାଲ୍ଡଙ୍କ ସହ ଏହି ଟ୍ରାଜେଡି ସମ୍ପର୍କରେ ଆଲୋଚନା କରିଛନ୍ତି। ଇଂଲଣ୍ଡର ଦକ୍ଷିଣ ଉପକୂଳରେ କ୍ରମାଗତ ଭାବେ ପ୍ରବାସୀମାନେ ପହଞ୍ଚୁଥିବାର ଦୃଶ୍ୟ ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତାକୁ ସୂଚାଉଛି ବୋଲି ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି, ୟୁକେ ଏବଂ ଫ୍ରାନ୍ସ ଏ ଦିଗରେ ଅଧିକ ପଦକ୍ଷେପ ନିଆଯିବା ଉପରେ ସହମତ ହୋଇଥିଲେ। କିନ୍ତୁ ଫ୍ରାନ୍ସର ଅବହେଳା ଯୋଗୁ ସ୍ଥିତିରେ ସୁଧାର ଆସୁନାହିଁ। ସଦ୍ୟ ଦୁର୍ଘଟଣା ପରେ ଫ୍ରେଞ୍ଚ୍‌ ଚ୍ୟାନେଲ ଉପକୂଳରେ ମିଳିତ ପାଟ୍ରୋଲିଂ ନେଇ ଫ୍ରାନ୍ସ ନୂଆ ବାଟ ଖୋଜିବା ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ୍‌ ମାକ୍‌ରଁ ଏଭଳି ଦୁଃଖଦ ସ୍ଥିତିକୁ ନେଇ ରାଜନୀତି କରାଯିବା ଅନୁଚିତ ବୋଲି ଜନ୍‌ସନ୍‌ଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?