ମୋବାଇଲ ପଡିଯିବାରୁ ଡ୍ୟାମ୍‌କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ

ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା ମେଗା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ତାମିଲନାଡୁର ମୁକୁନ୍ଦମ(୨୨) ନିଜ ୨ ସହକର୍ମୀଙ୍କ ସହ ଗତ ରବିବାର ସାଲୁଙ୍କି ନଦୀର ପାଲଝାର ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ନିଜ ମୋବାଇଲ ପାଣିରେ ଖସି ପଡିଯିବାରୁ ସେ ପାଣିକୁ ଡେଇଁ ପଡିଥିଲେ। କିନ୍ତୁ ସେ ପାଣିରୁ ବାହାରି ନ ଥିଲେ। ଅନ୍ୟ ଦୁଇ ସହଯୋଗୀ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ବୌଦ୍ଧ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ରାତି ହୋଇଯିବାରୁ ସୋମବାର ସକାଳୁ ପୁନର୍ବାର ଖୋଜାଖୋଜି କରିବା ପରେ ଡ୍ୟାମର ୧ କିମି ଦୂରତାରେ ମୁକନ୍ଦମଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବୌଦ୍ଧ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୁକୁନ୍ଦମ ତାମିଲନାଡୁରୁ ଆସି ଏଠାରେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ଓ ରୋଗୀଙ୍କ ଶର୍ଯ୍ୟା ସଫା ନ ଥିବା...

ମାସ୍କ, ସାବୁନ ବଣ୍ଟନ

କେନ୍ଦୁଝର, ୧୮।୪(ସ୍ବ.ପ୍ର.)-ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ମହାମାରୀ ପାଇଁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ସାବୁନ, ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି।...

୨ ମାସ ହେବ ବିଦ୍ୟୁତ୍‌ ସେବା ଅଚଳ: ସମାଧାନ ନେଇ ଗ୍ରାମବାସୀଙ୍କ ଚେତାବନୀ

କୋରୁକୋଣ୍ଡା, ୨୪।୯ (ଡ଼ି.ଏନ୍‌.ଏ) : ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ଡୁରୁକାଗୁଡା ଗ୍ରାମରେ ପ୍ରାୟ ଦୁଇ ମାସରୁ ଊଦ୍ଧର୍‌ବ ହେବ ବିଦ୍ୟୁତ୍‌ ସେବା ଅଚଳ ହୋଇପଡିଛି।...

ଗାଡ଼ି ପାଇଁ ମା’ଙ୍କୁ ଛୁରୀ ଭୁଶି ହତ୍ୟା କଲା ପୁଅ

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ୍‌,୨୭ା୭-ଲୁନା ଗାଡ଼ି ପାଇଁ ପୁଅ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି। କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା...

୨୨ କଏଦୀ ସ୍ଥାନାନ୍ତର

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ସବ୍‌ଜେଲରେ କ୍ଷମତା ଠାରୁ ପ୍ରାୟ ଦୁଇଗୁଣା କଏଦୀ ରହି ଆସୁଥିଲେ। ଜେଲ୍‌ ପରିସରରେ ସାମାଜିକ ଦୂରତା ପାଳନ ହେଉ ନ...

ଗଛରେ ପିଟିହେଲା ପର୍ଯ୍ୟଟକଙ୍କ କାର୍‌: ୩ ଗୁରୁତର, ୨ ଆହତ

ଗୋପ,୧୦।୧୦(ଡି.ଏନ୍‌.ଏ.): ଗୋପ-କୋଣାର୍କ ରାସ୍ତାର ଜୁଣେଇ ନିକଟରେ ଗୁରୁବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। କୋଣାର୍କ ବୁଲିବାକୁ ଯାଉଥିବା ଭଦ୍ରକ ଅଞ୍ଚଳର ଏକ କାର୍‌(ଓଡି୨୨ଏଲ୍‌୪୫୫୫) ଗଛରେ...

ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର

ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍‌ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ...


Coronavirus Update

Archives

Model This Week

Why Dharitri