ଶେଷ ହେଲା ଦେବଦୀପାବଳି

ପୁରୀ ଅଫିସ,୧୬।୧୨: ଶ୍ରୀମନ୍ଦିରରେ ଶ୍ରୀମହାପ୍ରଭୁଙ୍କ ଦେବଦୀପାବଳି ଉତ୍ସବ ମଙ୍ଗଳବାର ଶେଷ ହୋଇଛି। ମାର୍ଗଶିର ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ପରେ ଦ୍ୱିତୀୟ ଭୋଗମଣ୍ଡପ ଅପରାହ୍ନ ୨ ଘଣ୍ଟା ୨୫ମିନିଟ୍‌ରେ ସମ୍ପନ୍ନ ହୋଇଛି। ଏହାପରେ ଦକ୍ଷିଣୀ ଘର ଭୋଗ ଶେଷ ହେବାପରେ ମହାପ୍ରଭୁଙ୍କ ମଇଲମ ଅପରାହ୍ନ ୪ଟା ୩୫ମିନିଟ୍‌ରେ ଶେଷ ହେବାପରେ ଶ୍ରୀଜୀଉମାନଙ୍କ ଶ୍ରାଦ୍ଧବେଶ ଅପରାହ୍ନ ୪ଟା ୪୦ମିନିଟ୍‌ରେ ଆରମ୍ଭ ହୋଇ ୫ଟା ୨୫ରେ ଶେଷ ହୋଇଥିଲା। ସନ୍ଧ୍ୟା ଆଳତି ୫ଟା ୩୦ରେ ଶେଷ ହୋଇଥିଲା। ସେହିପରି ସନ୍ଧ୍ୟାଧୂପ ପ୍ରସାଦ ବାହାରି ପାଣି ପଡ଼ିବାପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ପୋଛା ମରା ହୋଇଥିଲା। ଏହାପରେ ଦେବଦୀପାବଳି ସମାପନ ନିମନ୍ତେ ପୂର୍ବଦିନ ଭଳି ଚାଉଳ ଗଛ ହେବାପରେ ଦକ୍ଷିଣ ଘରୁ ଶ୍ରୀମଦନ ମୋହନଙ୍କୁ ବିଜୟ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି ହେବାପରେ ୩ଜଣ ପୂଜାପଣ୍ଡା ସଂସ୍କାର କରିଥିଲେ। ଏହାପରେ ପୂଜାପଣ୍ଡା ପତି ମହାପାତ୍ର ମୁଦିରସ୍ତ ସିଂହାସନ ଉପରକୁ ଯାଇ ବନ୍ଦାପନା ନୀତି କରି ଓହ୍ଲାଇ ଠାକୁର ଠାକୁରାଣୀଙ୍କୁ ଆଜ୍ଞାମାଳ ଲାଗିପରେ ମହାଜନ ସେବକମାନେ ଠାକୁର, ଠାକୁରାଣୀଙ୍କୁ ହାତରେ ବିଜେ କରାଇ ଜୟ-ବିଜୟ ଦ୍ୱାର ଭିତର ପାଖରେ ହୋଇଥିବା ଚାଉଳ ଗଛ ନିକଟରେ ଛିଡ଼ା ହୋଇଥିଲେ। ପଢ଼ିଆରୀ ଜୟ-ବିଜୟ ଦୁଆର ଫିଟାଇବାପରେ ମହାଦୀପ ବନ୍ଦାପନା ଶେଷ ହୋଇ ମହାଦୀପ ନେଇ ଚୁନରା ସେବକମାନେ ଶ୍ରୀମନ୍ଦିର ଚୂଡାକୁ ବିଜୟ କରିଥିଲେ। ପରେ ଶ୍ରୀମଦନ ମୋହନ ଶ୍ରୀଦେବୀ ଭୂଦେବୀକୁ ମହାଜନ ସେବକମାନେ ହାତରେ ବିଜେ କରାଇ ଝୁଲଣ ମଣ୍ଡପ ତଳେ ଥିବା ବିମାନକୁ ବିଜୟ କରାଇଥିଲେ। ରୁନ୍ଧାବଡ଼ି ଫୁଲମାଳ ଲାଗି ହୋଇ ବିମାନବଡୁଙ୍କ ଦ୍ୱାରା ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ବିଜୟ କରାଇଥିଲେ। ସେଠାରେ ମୂଳିଆ ସୁଆସିଆଁରେ ଦେଇଥିବା କାଠ ଭଦ୍ରାସନ ଉପରେ ଆସ୍ଥାନ ପଢିଆରୀ କରିଥିବା ଚାଉଳ ଗଛରେ ଦୀପ ସଂସ୍କାର କରିଥିଲେ। ପରେ ମୁଦିରସ୍ତ ବନ୍ଦାପନା କରି ମହାପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା କାର୍ଯ୍ୟ ସମାପନ କରି ବିଜେ ପ୍ରତିମାମାନେ ଶ୍ରୀମନ୍ଦିରଖୁ ବାହୁଡା ବିଜେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri