ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା ଘଟଣାକୁ ପ୍ରତିବାଦ କରି ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା ଦେଇ ନିଜ ଦାବି ପୂରଣ ପାଇଁ ସୂର ଉଠାଇଛନ୍ତି। ଏହିପରି କିଛି ଦୃଶ୍ୟ କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ସ୍ଥାନୀୟ ବ୍ଲକ ଅଧିନସ୍ଥ କୋଟିଆ ପଞ୍ଚାୟତର ଉପର ଗଞ୍ଜେଇ ପଦର ଗ୍ରାମର ବିଶ୍ୱନାଥ ଗେମେଲ ମୃତ ଦେହକୁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଚାଲିଯିବା ପରେ ମୃତଦେହକୁ ଗ୍ରାମରେ ପହଞ୍ଚାଇବା ନେଇ ସ୍ବାସ୍ଥ୍ୟ କେନ୍ଦ୍ର କତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ପରିବାର ବର୍ଗ ଏବଂ ଉପର ଗଞ୍ଜେଇ ପଦର ଗ୍ରାମବାସୀ କହିଥିଲେ। ହେଲେ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନ ଥିବା ଯୋଗୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଯାଇଥିଲା। ଶେଷରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ତଥା ଡାକ୍ତର ଭାଗବତ ମୁର୍ମୁଙ୍କ ଦୁର୍ବ୍ୟବହାର କରାଯିବା ସହ ଧକ୍କା ମରା ଯାଇଥିଲା। ଯାହାକୁ ନେଇ ସ୍ବାସ୍ଥ୍ୟ କର୍ମୀମାନେ ସ୍ବାସ୍ଥ୍ୟ ବିଭାଗ ସମୁଖରେ ଧାରଣା ଦେବା ସହ ସ୍ବାସ୍ଥ୍ୟ ଅଧିକାରୀ ମୁର୍ମୁଙ୍କୁ ଯେଉଁମାନେ ଦୁର୍ବ୍ୟବହାର କରିଥିଲେ ସେମାନେ ଭୁଲ ମାଗିବା ସହ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉବୋଲି ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ ପୋଲିସ ଏଏସ୍‌ଆଇ ନରସିଂହ ଦୋରା ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ସ୍ବାସ୍ଥ୍ୟ କର୍ମୀଙ୍କୁ ବୁଝାସୁଝା କରିଥିଲେ। ଧାରଣାରତ ସ୍ବାସ୍ଥ୍ୟ କର୍ମୀମାନେ ଉପରୋକ୍ତ ଦାବି ପୂରଣ ପାଇଁ ଏକ ଲିଖିତ ଦାବି ପତ୍ର ଜିଲାପାଳ, ଜିଲା ସ୍ବାସ୍ଥ୍ୟାଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri