Posted inଜାତୀୟ

ଚଳନ୍ତା ବସ୍‌ ଉପରେ ରାଗ ଶୁଝାଇଲା ହାତୀ, ଭାଙ୍ଗିଲା ଝରକା; ଆଉ ତା’ ପରେ…

ଚେନ୍ନାଇ,୨୯ା୯: ଏକ ହାତୀ ଯେ, ରାଗିଲେ କ’ଣ ସବୁ କ୍ଷତି ଘଟାଇପାରେ ତାହାର ଝଲକ ଦେଖିବାକୁ ମିଳିଛି ଏକ ଭିଡିଓରେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ତାମିଲନାଡୁର ଏକ ହାତୀ ରାଗି କି ଯାତ୍ରୀ ଭର୍ତ୍ତି ଥିବା ବସ୍‌ରେ ହମ୍‌ଲା କରିଛି।

୨୫ ତାରିଖ ସକାଳେ ଜଣେ ଡ୍ରାଇଭର ଯାତ୍ରୀ ଭର୍ତ୍ତି ଥିବା ବସ୍‌ ଚଳାଇ ମେଟୁପାଲୟମ ଯାଉଥିଲେ। ବସ୍‌ରେ ଥିବା ଜଣେ ଯାତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଫୁଟେଜରେ ଦନ୍ତାହାତୀଟି ଶୁଣ୍ଢରେ ଝରକା ଭାଙ୍ଗିବା ସହ ଦାନ୍ତରେ କାଚ ଭାଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ବସ୍‌ରେ ବସିଥିବା ଯାତ୍ରୀମାନେ ଜୋର୍‌ରେ ପାଟି କରିଥିଲେ। ଝରକା ଭାଙ୍ଗିବା ପରେ ବି ହାତୀର ରାଗ ଶାନ୍ତ ପଡ଼ି ନ ଥିଲା। ସେ ପୁଣି ଶୁଣ୍ଢରେ ଆକ୍ରମଣ କରିବ ବୋଲି ଫେରି ଆସୁଥିଲା। ଏହା ଦେଖି ଡ୍ରାଇଭର ଜଣଙ୍କ ବସ୍‌ଟିକୁ ପଛକୁ ଫେରାଇଥିଲେ।

 

ଭିଡିଓକୁ ତାମିଲନାଡୁର ପରିବେଶ ତଥା ବନ ବିଭାଗ ସଚିବ ସୁପ୍ରିୟା ସାହୁ ଟୁଇଟରରେ ଶେୟାର କରି କହିଛନ୍ତି, ଏପରି ଜଟିଳ ପରିସ୍ଥିତିରେ ଡ୍ରାଇଭର ଶାନ୍ତ ରହିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ଅତ୍ୟନ୍ତ ପ୍ରଶଂସନୀୟ। ସେ ଆହୁରି ଲେଖିଛନ୍ତି, ନୀଳଗିରିରେ ଏହି ବସଚାଳକଙ୍କ ପ୍ରତି ବହୁତ ସମ୍ମାନ ରହିଛି। ଏତେ ଭୟଙ୍କର ସ୍ଥିତିକୁ ଆପଣ ହ୍ୟାଣ୍ଡେଲ କରିଛନ୍ତି। ଆପଣଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଆଦୌ ବିଚଳିତ ନ ହୋଇ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇଛନ୍ତି। ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri