ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୪।୧୧: ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଗୁରୁବାର ରାତିରେ ପ୍ରବେଶ କରିଥିବା ୩୦ରୁ ଊର୍ଦ୍ଧ୍ୱ ହାତୀ ସେଠାରେ ଆତଙ୍କ ଖେଳାଇ ଦେଇଛନ୍ତି। ଏପରି କି ଘଉଡ଼ାଇବା ବେଳେ ଜଣେ ଫରେଷ୍ଟ ଗାର୍ଡଙ୍କୁ ହାତୀ ପଲ ଦଳି ମାରିଦେଇଥିବା ସୂଚନା ମିଳିଛି। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ଗାର୍ଡଙ୍କ ପରିବାର ଲୋକେ ନ ଆସିବା ପର୍ଯ୍ୟନ୍ତ ସେଠାରୁ ମୃତଦେହ ଛଡ଼ାଯିବ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରିଛନ୍ତି।
ପ୍ରକାଶ ଯେ, ତାଳଚେର ରେଞ୍ଜ ବନ୍ଧାପଟରୁ ଏହି ହାତୀପଲ କୁଲାଡ଼ ଗାଁ ଭିତରକୁ ପଶିଆସିଛନ୍ତି। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ କୋଠାଘର ଛାତ ଉପରେ ରାତି କାଟୁଥିବା ଜଣାପଡ଼ିଛି। ଖବରପାଇ ଅନୁଗୋଳ ବନ ବିଭାଗର ୬ରୁ ୮ ଜଣ କର୍ମଚାରୀ କୁଲାଡ଼ରେ ପହଞ୍ଚି ତଡ଼ିବାକୁ ଚେଷ୍ଟା କରିବାବେଳେ ହାତୀ ଜଣେ ଗାର୍ଡଙ୍କୁ ଦଳି ମାରିଦେଇଛି। ମୃତ ଫରେଷ୍ଟ ଗାର୍ଡଙ୍କ ଘର ତାଳଚେର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଅଘଟଣ ପରେ ବନ କର୍ମଚାରୀମାନେ ଗାର୍ଡଙ୍କ ମୃତଦେହ ଧରି ଘଟଣାସ୍ଥଳରୁ ପଳାଇ ଆସିବାକୁ ଉଦ୍ୟମ କରିଥିଲେ ହେଁ ଗ୍ରାମବାସୀ ସେମାନଙ୍କୁ ଛାଡ଼ିନାହାନ୍ତି। ମୃତକଙ୍କ ପରିବାର ଲୋକେ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି କୁଲାଡ଼ବାସୀ ଅଡ଼ି ବସିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଡିଏଫ୍‌ଓ ବିବେକ କୁମାରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri