ହାତୀ-ମଣିଷ ସମସ୍ୟା

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

 

ଜାତିସଂଘର ପରିସଂଖ୍ୟାନରୁ ଜଣାଯାଏ ପୃଥିବୀରେ ଦୈନିକ ପ୍ରାୟ ୮୦ହଜାର ଏକର ପରିମିତ ଜଙ୍ଗଲ ଧ୍ୱଂସ ହେଉଛି। ତା’ଛଡ଼ା ଜଙ୍ଗଲର ଜୀବଜନ୍ତୁଙ୍କ ନିମନ୍ତେ ସବୁଠାରୁ ବଡ଼ ବିପଦ ସାଜିଛି ମଣିଷର ସର୍ବଗ୍ରାସୀ ଲୋଭ । ପଶୁପକ୍ଷୀଙ୍କ ଚମଡ଼ା, ଦାନ୍ତ ଏବଂ ଶରୀରର ବିଭିନ୍ନ ଅଂଶକୁ ପାଇବା ଲୋଭରେ ବାଘ, ହାତୀ, ହରିଣ, ବଜ୍ରକାପ୍ତା, ସାପ, ବେଙ୍ଗ, ଗୋଧି, କଇଁଛ, ମୟୂର, ଶୁଆ, ବଣି ପ୍ରଭୃତିଙ୍କୁ ହତ୍ୟା କରାଯାଉଛି ଅଥବା ଚୋରାରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଏଣୁ ଜଙ୍ଗଲର ବିଲୁପ୍ତ ପ୍ରାୟ ପଶୁପକ୍ଷୀଙ୍କୁ ବଞ୍ଚାଇ ରଖିବାର ସମସ୍ୟା ଆଜି ଏକ ଆହ୍ବାନ ହୋଇ ଉଭାହୋଇଛି।
ସମଗ୍ର ଦେଶରେ ଯେଉଁ କେତୋଟି ରାଜ୍ୟରେ ହାତୀ ଅଭୟାରଣ୍ୟ ରହିଛି ତନ୍ମଧ୍ୟରେ ଓଡ଼ିଶା ଅନ୍ୟତମ । କିନ୍ତୁ ସ୍ବାର୍ଥପର ମଣିଷମାନେ ହାତୀଦାନ୍ତ ଲୋଭରେ ନିର୍ମମ ଭାବରେ ହାତୀଙ୍କୁ ଶିକାର କରୁଛନ୍ତି। ଇଲେକ୍ଟ୍ରିକ୍‌ ଫାଶରେ ଅଥବା ବିଷ ପ୍ରୟୋଗ କରି ମାରି ଦେଉଛନ୍ତି। ତା’ଛଡ଼ା ଉପଯୁକ୍ତ ସତର୍କତା ଅଭାବରୁ ଉଚ୍ଚ ଶକ୍ତିସମ୍ପନ୍ନ ବଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି, ଟ୍ରେନ୍‌ ଧକ୍କାରେ ଅଥବା ପରିତ୍ୟକ୍ତ କୂଅରେ ପଡ଼ି ଅନେକ ହାତୀଙ୍କର ମୃତ୍ୟୁ ଘଟୁଛି । ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ପ୍ରତିବର୍ଷ ନାନା କାରଣରୁ ପ୍ରାୟ ୮୦ ହାତୀଙ୍କର ଅସ୍ବାଭାବିକ ମୃତ୍ୟୁ ଘଟୁଛି। ଏଥି ସହିତ ଅନ୍ୟ ଏକ ସମସ୍ୟା ହେଉଛି ଜଙ୍ଗଲର ପରିମାଣ କ୍ରମାଗତ ହ୍ରାସ ପାଉଥିବାରୁ ଖାଦ୍ୟାଭାବରେ ପଡ଼ି ହାତୀ ଜଙ୍ଗଲ ନିକଟସ୍ଥ ଜନବସତିକୁ ପଶିଆସି ଲୋକଙ୍କ କ୍ଷେତ ବାଡ଼ି ନଷ୍ଟ କରୁଛନ୍ତି। ଘରଦ୍ୱାର ଭାଙ୍ଗୁଛନ୍ତି ଏବଂ ନିରୀହ ଲୋକଙ୍କୁ ଆକ୍ରମଣ କରି ମାରି ଦେଉଛନ୍ତି । ଏକ ପରିସଂଖ୍ୟାନରୁ ଜଣାଯାଏ ବିଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ଆକ୍ରମଣରେ ୯୭୫ ଜଣ ଲୋକଙ୍କର ଜୀବନ ଯାଇଛି।
କୌଣସି ମଣିଷ ହାତୀ ମୃତ୍ୟୁର କାରଣ ହେଲେ ଆଇନ ଅନୁଯାୟୀ ତାହାର ଜେଲ ଏବଂ ଜରିମାନ ଇତ୍ୟାଦି ଦଣ୍ଡର ବ୍ୟବସ୍ଥା ଅଛି। ମାତ୍ର ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ଘଟିଲେ ସରକାର ଦୁଇ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତିି। ବର୍ତ୍ତମାନ ଆମ ଦେଶରେ ଦୁଇଟି ଜିନିଷ ବହୁତ ଶସ୍ତା ହୋଇଛି, ଗୋଟିଏ ହେଲା ଟଙ୍କା ଏବଂ ଅନ୍ୟଟି ମଣିଷର ଜୀବନ। ଏଠାରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଯେଭଳି ଜୀବନହାନି ଘଟୁଛି ତାହା ଅନ୍ୟ କୌଣସି ଦେଶରେ ଦେଖାଯାଏ ନାହିଁ। ସରକାର ହାତୀ ପଲଙ୍କୁ ଜଗିବା ନିମନ୍ତେ ଜଗୁଆଳି ବ୍ୟବସ୍ଥା କରିଛନ୍ତି ଏବଂ ସମ୍ପ୍ରତି ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ତାଙ୍କ ବେକରେ ଅତ୍ୟନ୍ତ ବ୍ୟୟବହୁଳ ରେଡିଓ କଲାର ଲଗାଇବାକୁ ଯାଉଛନ୍ତି। ତେବେ ସମସ୍ୟାର ସମାଧାନ ନିମନ୍ତେ ଏ ସମସ୍ତ ବ୍ୟବସ୍ଥା ଯଥାର୍ଥ ମନେହୁଏ ନାହିଁ। କାରଣ, ହାତୀ ଭଳି ବିରାଟକାୟ ଜନ୍ତୁ ଯେତେବେଳେ ଭୋକିଲା ହୋଇ ହିଂସ୍ର ହୋଇଉଠେ ସେତେବେଳେ କୌଣସି ଜଗୁଆଳି ବ୍ୟବସ୍ଥା ତାହାକୁ ଅଟକାଇ ପାରିବ ନାହିଁ। ଗୋଟିଏ ପୂର୍ଣ୍ଣ ବୟସ୍କ ହାତୀ ଦିନକୁ ୧୫୦-୨୦୦କି.ଗ୍ରା. ଖାଦ୍ୟ ଏବଂ ୨୦୦ ଲିଟର ପାଣି ଆବଶ୍ୟକ କରେ। ଜଙ୍ଗଲ ମଧ୍ୟରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ପାଣିର ଅଭାବ ଘଟିବାରୁ ହାତୀମାନେ ଜନବସତି ଅଞ୍ଚଳରେ ପ୍ରବେଶ କରି ଧନ ଜୀବନର କ୍ଷତି ଘଟାଉଛନ୍ତି। ସେଥିପାଇଁ ହାତୀଙ୍କୁ ଗ୍ରାମାଞ୍ଚଳ ତଥା ସହର ନିକଟସ୍ଥ ଅରଣ୍ୟରୁ ଅପେକ୍ଷାକୃତ ଗଭୀର ଅରଣ୍ୟକୁ ସ୍ଥାନାନ୍ତରିତ କରି ସେଠାରେ ସେମାନଙ୍କୁ ଅଟକାଇ ରଖିବାର ବ୍ୟବସ୍ଥା ହେବା ଉଚିତ। ତା’ ଛଡା ହାତୀପଲ ଗୋଟିଏ ସ୍ଥାନରେ ବେଶିଦିନ ରହନ୍ତି ନାହିଁ। ସ୍ବାଭାବିକ ଚଳ ପ୍ରଚଳ ନିମନ୍ତେ ସେମାନେ ମାଇଲ ମାଇଲ ଅରଣ୍ୟ ପଥ ଆବଶ୍ୟକ କରନ୍ତି। ତେଣୁ ହାତୀ- ଅଭୟାରଣ୍ୟରେ କୌଣସି ଟ୍ରେନ୍‌ ଲାଇନ୍‌, ସଡ଼କ ପଥ ଅଥବା ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାରର ଲାଇନ୍‌ ରହିବା ଉଚିତ ନୁହେଁ। ଦ୍ୱିତୀୟତଃ ଯେଉଁ ଅଭୟାରଣ୍ୟରେ ଅତ୍ୟଧିକ ଜଙ୍ଗଲକ୍ଷୟ ଘଟିଛି ସେଠାରେ ହାତୀମାନଙ୍କ ଖାଦ୍ୟ ଉପଯୋଗୀ ହଜାର ହଜାର ବୃକ୍ଷ ରୋପଣ କରିବାକୁ ହେବ ଏବଂ କୃତ୍ରିମ ଜଳାଧାରମାନ ସୃଷ୍ଟି କରିବାକୁ ପଡ଼ିବ। ଯେଉଁ ଜଙ୍ଗଲରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇଛି ସେହି ଜଙ୍ଗଲ ମଧ୍ୟରେ ହିଁ ହାତୀଙ୍କ ନିମନ୍ତେ ଉପଯୁକ୍ତ ଖାଦ୍ୟ ଏବଂ ପାନୀୟଜଳର ବ୍ୟବସ୍ଥା କରିବା ଛଡ଼ା ଗତ୍ୟନ୍ତର ନାହିଁ। ଏ ଯୁଗରେ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଜଙ୍ଗଲ ମଧ୍ୟରେ ହିଁ ପ୍ରାକୃତିକ ପରିବେଶରେ ସେମାନଙ୍କ ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବାକୁ ପଡ଼ିବ। ନଚେତ ହାତୀ ଏବଂ ମଣିଷ ଉଭୟଙ୍କର ଜୀବନ କ୍ରମାଗତ ବିପନ୍ନ ହୋଇଚାଲିଥିବ। ଏଥିପାଇଁ ଆମର ଆଭିମୁଖ୍ୟରେ ପରିବର୍ତ୍ତନ ଆବଶ୍ୟକ।
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri