ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀକୁ ବନ୍ଧା ହୋଇ ଗାଡ଼ିରେ ନିଆଯାଉଥିବା ବେଳେ ଟ୍ରାଫିକ୍ରେ ଏକ ଆଖୁ ବୋଝେଇ ଗାଡ଼ି ଅଟକିଥିବା ଦେଖିବାକୁ ମିଳୁଛି। ସେଥିରୁ ହାତୀଟି ଆଖୁ ଟାଣି ଖାଇବାକୁ ଲାଗୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Lucky snack break pic.twitter.com/2ah6fLeyQk
— Susanta Nanda IFS (@susantananda3) February 11, 2021