Odisha Elections 2024

ପ୍ରଚାରରେ ପିଲାଙ୍କୁ ଲଗାଇବା ମନା

ଭୁବନେଶ୍ୱର,୨୯ା୪ (ପି.ଟି.):ନିର୍ବାଚନୀ ସଭା ଓ ରାଲିରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ନିର୍ବାଚନ କମିଶନ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଦଳର ପ୍ରଚାର କାର୍ଯ୍ୟରେ ପିଲାମାନଙ୍କୁ ସାମିଲ କରାଯାଉଥିବା ନେଇ ଅଭିଯୋଗ ପାଇବା ପରେ ଓଡ଼ିଶା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌. ଥିରୁମାଲା ନାଏକ ଉପରୋକ୍ତ ସର୍କୁଲାର ଜାରି କରିଛନ୍ତି। ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ଜାତୀୟ ଏବଂ ଆଞ୍ଚଳିକ ଦଳର ସଭାପତି ତଥା ସମ୍ପାଦକଙ୍କୁ ଏହି ନିର୍ଦ୍ଦେଶନାମା ପଠାଯାଇଛି। ସର୍କୁଲାର ଅନୁଯାୟୀ ନିର୍ବାଚନ ପ୍ରଚାର, ପ୍ରାଚୀର ଲିଖନ, କୌଣସି ପ୍ରକାର ରାଲି, ପୋଷ୍ଟର ଲଗାଇବା, ପ୍ରଚାରପତ୍ର ବଣ୍ଟନ କରିବା କିମ୍ବା ସ୍ଲୋଗାନ ଦେବା ଆଦି କାର୍ଯ୍ୟରେ ରାଜନୈତିକ ଦଳ ପିଲାମାନଙ୍କୁ ଲଗାଇପାରିବେ ନାହିଁ। ପ୍ରଚାର ରାଲି ଏବଂ ନିର୍ବାଚନୀ ସଭାରେ ସେମାନଙ୍କୁ ସାମିଲ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ତେବେ ମା’, ବାପା କିମ୍ବା ଅଭିଭାବକଙ୍କ ସହ ପିଲାମାନେ ନିର୍ବାଚନୀ ସଭାକୁ ଯାଇପାରିବେ। ରାଜନେତାଙ୍କ ପ୍ରଚାର କାର୍ଯ୍ୟରେ ସମ୍ପୃକ୍ତ ନ ଥିବା ଅଭିଭାବକଙ୍କ ସହ ପିଲାମାନେ ସଭାକୁ ଗଲେ ଉପରୋକ୍ତ ଗାଇଡ୍‌ଲାଇନର ଉଲ୍ଲଂଘନ ବୋଲି ଧରାଯିବ ନାହଁି। ଓଡ଼ିଶାରେ ମେ’ ୧୩ରୁ ୪ ପର୍ଯ୍ୟାୟରେ ଲୋକ ସଭା ସହିତ ରାଜ୍ୟ ବିଧାନସଭା ନର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା

କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର...

ସୃଷ୍ଟି ହେଲା ବାତ୍ୟା ‘ରେମାଲ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହା ପ୍ରାୟ ୧୨ କିଲୋମିଟର ବେଗ ସହିତ ଉତ୍ତର ଦିଗକୁ...

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୫୯.୭୨ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫ା୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୫୯.୭୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବରରେ...

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ...

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର,୨୫ା୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ଶନିବାର...

ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି...

ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସୁବାସିନି ଜେନା ସବୁଠୁ ଧନୀ

ଭୁବନେଶ୍ୱର,୨୫ା୫: ବିଜୁ ଜନତା ଦଳ (ବିଜେଡି) ନେତା ସୁବାସିନି ଜେନାଙ୍କ ସମ୍ପତ୍ତି ପ୍ରାୟ ୧୩୫ କୋଟି ଟଙ୍କା ରହିଛି ଯାହା ଜୁନ ୧ ରେ ହେବାକୁ...

ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଉଥିଲେ ପ୍ରଶାନ୍ତ ଜଗଦ୍ଦେବ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକର ଏକ ବୁ୍‌ଥ୍‌ରେ ପଶି ଇଭିଏମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri