ନିର୍ବାଚିତ ସମିତି ସଭ୍ୟାସଭ୍ୟଙ୍କୁ ଅଣଦେଖା, ବିଧାୟକଙ୍କୁ ଭେଟି ପ୍ରଦାନ କଲେ ଦାବିପତ୍ର

କୋକସରା,୨ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ସମିତି ସଭ୍ୟାସଭ୍ୟଙ୍କୁ ଅଣଦେଖା କରାଯାଉଥିବା ଓ ସେମାନଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଶନିବାର ଧର୍ମଗଡ଼ ବିଧାୟକ ମୋଷଧି ବାଗଙ୍କୁ ଭେଟି ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି କୋକସରା ବ୍ଲକ ୨୨ଟି ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟା ସଭ୍ୟ। ୧୨ ଦାବି ମଧ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମିତି ପ୍ରତିନିଧିଙ୍କ ପାଇଁ ପରିବର୍ତ୍ତନ ଆଣିବାକୁ ଦାବି କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ସମିତି ସଭ୍ୟ ପାଣ୍ଠି ବାର୍ଷିକ ୨୦ ଲକ୍ଷକୁ ବୃଦ୍ଧି, ପ୍ରତି ପଞ୍ଚାୟତରେ ସମିତି ପ୍ରତିନିଧିଙ୍କ ପାଇଁ ସ୍ଥାୟୀ କାର୍ଯ୍ୟାଳୟ ଓ ନାମ ଫଳକ ସ୍ଥାପନ,ପଞ୍ଚାୟତର ସମସ୍ତ ବୈଠକରେ ସମିତି ଓ ସରପଞ୍ଚଙ୍କ ଯୁଗ୍ମ ଦସ୍ତଖତ, ମନରେଗା ଯୋଜନାରେ ସ୍ବଚ୍ଛତା ପାଇଁ ସମିତିଙ୍କ କାଉଣ୍ଟର ଦସ୍ତଖତ, ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଚିଠି କରାଯିବା, ସମିତି ବୈଠକରେ କେବଳ ସମିତି ସଦସ୍ୟ ସ୍ଥାୟୀ ସଦସ୍ୟ ରହିବା ଦରକାର, ଅନାସ୍ଥା ଭୋଟରେ କେବଳ ସମିତି ସଦସ୍ୟମାନେ ଭୋଟ ଦେବା ଅଧିକାର ମିଳିବା, ସମିତି ପ୍ରତିନିଧିଙ୍କୁ ମାସିକ ୨୦ ହଜାର ଭତ୍ତା ପ୍ରୋତ୍ସାହନ ରାଶି ଓ କାର୍ଯ୍ୟକାଳ ଶେଷରେ ମାସିକ ୧୦ ହଜାର ଭତ୍ତା ପ୍ରଦାନ, ସମସ୍ତ ପ୍ରମାଣପତ୍ରରେ ସମିତିଙ୍କ ଦସ୍ତଖତ, ସମିତିଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଜୀବନବୀମା ଓ ୧୦ ଲକ୍ଷ ସ୍ବାସ୍ଥ୍ୟ ବୀମା, ନିର୍ବାଚନରେ ବିଜୟ ପରେ ଏକ ବିଜୟ ଘୋଷଣା ପ୍ରମାଣପତ୍ର ପ୍ରଦାନ କରିବା ଭଳି ଦାବି ପ୍ରମୁଖ ରହିଛି। ଏହି ପ୍ରସଙ୍ଗକୁ ନେଇ ଧର୍ମଗଡ଼ ବିଧାୟକ ବିଧାନସଭାରେ ଉପସ୍ଥାପନ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସମିତି ସଂଘର ସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ଗଜାନନ ନିଆଲ, ବ୍ଲକ ଉପାଧ୍ୟକ୍ଷ ତଥା ଫୁଫଗାଁ ପଞ୍ଚାୟତ ସମିତି ସଭ୍ୟ ରାଜୀବ କୁମାର ଅଗ୍ରଓ୍ବାଲ, ଦେବେନ୍ଦ୍ର ଧରୁଆ, ଚିନ୍ତାମଣି ଚଣ୍ଡି, ମୁକ୍ତେଶର ନାଏକ, ଅନସୂୟା ମାଝି, ପାର୍ବତୀ ବାଗ, ନମିତା ଚଣ୍ଡି, ଗୁପ୍ତେଶର ବାଗ, ଅଞ୍ଜନା ଦୁର୍ଗା, ବୈଦେହୀ ବେଶ୍ରା, ଉଆଁସୀ ପାନ, ଶିବାନୀ ଗଇନ୍ତା ପ୍ରମୁଖ ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri