ନିର୍ବାଚିତ ସମିତି ସଭ୍ୟାସଭ୍ୟଙ୍କୁ ଅଣଦେଖା, ବିଧାୟକଙ୍କୁ ଭେଟି ପ୍ରଦାନ କଲେ ଦାବିପତ୍ର

କୋକସରା,୨ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ସମିତି ସଭ୍ୟାସଭ୍ୟଙ୍କୁ ଅଣଦେଖା କରାଯାଉଥିବା ଓ ସେମାନଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଶନିବାର ଧର୍ମଗଡ଼ ବିଧାୟକ ମୋଷଧି ବାଗଙ୍କୁ ଭେଟି ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି କୋକସରା ବ୍ଲକ ୨୨ଟି ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟା ସଭ୍ୟ। ୧୨ ଦାବି ମଧ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମିତି ପ୍ରତିନିଧିଙ୍କ ପାଇଁ ପରିବର୍ତ୍ତନ ଆଣିବାକୁ ଦାବି କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ସମିତି ସଭ୍ୟ ପାଣ୍ଠି ବାର୍ଷିକ ୨୦ ଲକ୍ଷକୁ ବୃଦ୍ଧି, ପ୍ରତି ପଞ୍ଚାୟତରେ ସମିତି ପ୍ରତିନିଧିଙ୍କ ପାଇଁ ସ୍ଥାୟୀ କାର୍ଯ୍ୟାଳୟ ଓ ନାମ ଫଳକ ସ୍ଥାପନ,ପଞ୍ଚାୟତର ସମସ୍ତ ବୈଠକରେ ସମିତି ଓ ସରପଞ୍ଚଙ୍କ ଯୁଗ୍ମ ଦସ୍ତଖତ, ମନରେଗା ଯୋଜନାରେ ସ୍ବଚ୍ଛତା ପାଇଁ ସମିତିଙ୍କ କାଉଣ୍ଟର ଦସ୍ତଖତ, ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଚିଠି କରାଯିବା, ସମିତି ବୈଠକରେ କେବଳ ସମିତି ସଦସ୍ୟ ସ୍ଥାୟୀ ସଦସ୍ୟ ରହିବା ଦରକାର, ଅନାସ୍ଥା ଭୋଟରେ କେବଳ ସମିତି ସଦସ୍ୟମାନେ ଭୋଟ ଦେବା ଅଧିକାର ମିଳିବା, ସମିତି ପ୍ରତିନିଧିଙ୍କୁ ମାସିକ ୨୦ ହଜାର ଭତ୍ତା ପ୍ରୋତ୍ସାହନ ରାଶି ଓ କାର୍ଯ୍ୟକାଳ ଶେଷରେ ମାସିକ ୧୦ ହଜାର ଭତ୍ତା ପ୍ରଦାନ, ସମସ୍ତ ପ୍ରମାଣପତ୍ରରେ ସମିତିଙ୍କ ଦସ୍ତଖତ, ସମିତିଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଜୀବନବୀମା ଓ ୧୦ ଲକ୍ଷ ସ୍ବାସ୍ଥ୍ୟ ବୀମା, ନିର୍ବାଚନରେ ବିଜୟ ପରେ ଏକ ବିଜୟ ଘୋଷଣା ପ୍ରମାଣପତ୍ର ପ୍ରଦାନ କରିବା ଭଳି ଦାବି ପ୍ରମୁଖ ରହିଛି। ଏହି ପ୍ରସଙ୍ଗକୁ ନେଇ ଧର୍ମଗଡ଼ ବିଧାୟକ ବିଧାନସଭାରେ ଉପସ୍ଥାପନ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସମିତି ସଂଘର ସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ଗଜାନନ ନିଆଲ, ବ୍ଲକ ଉପାଧ୍ୟକ୍ଷ ତଥା ଫୁଫଗାଁ ପଞ୍ଚାୟତ ସମିତି ସଭ୍ୟ ରାଜୀବ କୁମାର ଅଗ୍ରଓ୍ବାଲ, ଦେବେନ୍ଦ୍ର ଧରୁଆ, ଚିନ୍ତାମଣି ଚଣ୍ଡି, ମୁକ୍ତେଶର ନାଏକ, ଅନସୂୟା ମାଝି, ପାର୍ବତୀ ବାଗ, ନମିତା ଚଣ୍ଡି, ଗୁପ୍ତେଶର ବାଗ, ଅଞ୍ଜନା ଦୁର୍ଗା, ବୈଦେହୀ ବେଶ୍ରା, ଉଆଁସୀ ପାନ, ଶିବାନୀ ଗଇନ୍ତା ପ୍ରମୁଖ ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?