ଶିକ୍ଷିତଙ୍କ ଅହଙ୍କାର

ଅରୁଣ କୁମାର ତ୍ରିପାଠୀ

 

ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ, ‘ଶିକ୍ଷା ତଥ୍ୟର ଅଧ୍ୟୟନ ନୁହଁ ବରଂ ଭାବନା ଉଦ୍ରେକ ନିମିତ୍ତ ମସ୍ତିଷ୍କକୁ ତାଲିମ ପ୍ରଦାନ କରିବା।’ ପାଶ୍ଚାତ୍ୟ ଶିକ୍ଷାବିତ୍‌ ପିଟର ଡ୍ରକର୍‌ଙ୍କ ମତରେ ଶିକ୍ଷା ହେଉଛି ଏକ ଜୀବନବ୍ୟାପୀ ପ୍ରକ୍ରିୟା। କିନ୍ତୁ ମନୁଷ୍ୟର ମନ ସବୁବେଳେ ସୁବିଧାବାଦୀ। ଆଉ ଏହି ସୁବିଧାବାଦୀ ଗୁଣଟି ଭାରତୀୟଙ୍କ ମଧ୍ୟରେ ଅଧିକ ସଞ୍ଚରେ। ୭ଟି ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ତଥା ରତିସୁଖ ସାଧନ ହୋଇଗଲେ ମନୁଷ୍ୟ ଘୁମେଇପଡୁଛି। ସନ୍ତୁଷ୍ଟି ତଥା ମହାଆନନ୍ଦର ସଂଜ୍ଞା ସେ ପରିବର୍ତ୍ତନ କରିବାରେ ପଛାଉ ନାହିଁ। ଆଜିକାଲି ଶାସକ ଦଳର ରାଜନୈତିକ ସ୍ଲୋଗାନରେ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଶୁଣିବାକୁ ମିଳୁଛି। ତତ୍କାଳୀନ ଭାରତୀୟ ମନୀଷୀମାନେ ଏହିସବୁ ମୌଳିକ ଆବଶ୍ୟକତାରେ ଯଦି ସନ୍ତୁଷ୍ଟ ହୋଇ ରହିଯାଇଥା’ନ୍ତେ ତେବେ ହୁଏତ ଆମେ ଆଜିର ସ୍ତରରେ ପହଞ୍ଚିପାରନ୍ତେ ନାହିଁ। ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଏହି ପୃଥିବୀକୁ ଉତ୍ତର ପିଢିଙ୍କୁ ଆହୁରି ଅଧିକ ସମୁନ୍ନତ କରି ଉପହର ଦେବା ମାନବର ପରମ କର୍ତ୍ତବ୍ୟ। ମନରେ ଅନେକ ପ୍ରଶ୍ନ ଉଠିବା ସ୍ବାଭାବିକ। ବର୍ତ୍ତମାନ ଅଙ୍ଗାରକାମ୍ଳ ଯେଉଁ ପରିମାଣରେ ରହିଛି ତାହାକୁ କ’ଣ ଆମେ କମେଇପାରିବା। ମାନବ ସମାଜରେ ଯେଉଁ ଆତଙ୍କବାଦୀ ରହୁଛନ୍ତି ସେମାନଙ୍କ ଲକ୍ଷ୍ୟ କ’ଣ ଆମେ ବଦଳେଇପାରିବା? ରାଜନୀତିର ଧ୍ରୁବୀକରଣ ନତୁବା ଅପରାଧୀକରଣକୁ କ’ଣ ଆମେ ରୋକିପାରିବା। ଏଥି ସମସ୍ତ ନିମିତ୍ତ ମୁଁ ବହୁତ କ୍ଷୁଦ୍ର। ଏଗୁଡି଼କ ଭାବି ଅଯଥା ମୁଣ୍ତବ୍ୟଥା ବଢେଇବା ଅପେକ୍ଷା ଦିନକୁ ଚାରି ଛଅ ଥର ଚା’ ପିଇ ଉଷୁମ ହେବା ଶ୍ରେୟସ୍କର ବୋଲି ତଥାକଥିତ ଶିକ୍ଷିତ ମାନବ କୁହେ। କିନ୍ତୁ ସେହି ଭାବନା ପ୍ରସୂତ ମାନବସମାଜ ମନେରଖିବା ବିଧେୟ ଯେ ଗୁଣ୍ତୁଚିମୂଷା ଶ୍ରୀରାମଙ୍କ ସେତୁ ନିମିତ୍ତ ନିଜ କ୍ଷୁଦ୍ର ତନୁରେ ବାଲି ଗୁଡ଼େଇ ହୋଇ ନେଇ ଅଜାଡି଼ଦେଇ ଆସୁଥିଲା। କିନ୍ତୁ ଆଜିକାଲିର ମନୁଷ୍ୟ ସବୁ ଅହଙ୍କାର ଏବଂ ତଥାକଥିତ ସନ୍ତୁଷ୍ଟିର ନିୟମିତ ଉପଭୋକ୍ତା ସାଜି ନିଜର ତଥା ସମାଜର ବିକାଶ କରିପାରୁ ନାହାନ୍ତି। ଜ୍ଞାନ କେବେ ମଧ୍ୟ ସମସ୍ତଙ୍କୁ ସମାନ ମିଳେ ନାହିଁ। ଅଧ୍ୟବସାୟ କରିଲେ ମଧ୍ୟ ଯାହାର ଆତ୍ମିକ ଗୁଣ ଯେତିକି ସେ ସେତିକି ଚରେଇଯାଏ। ମାନବ ମଧ୍ୟରେ ବିଧାତା ଯେଉଁ ସ୍ବତନ୍ତ୍ର ଗୁଣସବୁ ଖଞ୍ଜିଦେଇଛନ୍ତି ତାହାର ବ୍ୟାପକ ବିସ୍ତାର ତଥା ମାନବତାର ଉନ୍ନତି ନିମିତ୍ତ ନିବେଶ କରିବା ବିଧେୟ। ୧୯୮୦ ଦଶକରେ ଅଣବିକଶିତ ରାଷ୍ଟ୍ରମାନଙ୍କର ସମସ୍ୟାଗୁଡ଼ିକ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରମାନେ ମିଳିମିଶି ସମାଧାନ କରିବାକୁ ଚେଷ୍ଟାକଲେ। ସେମାନଙ୍କର ମତ ଥିଲା ଯେ ଯେକୌଣସି ସ୍ଥାନରେ ଅଣବିକଶିତ ଅବସ୍ଥା ସମସ୍ତ ଜାଗାରେ ବିକଶିତ ଅବସ୍ଥାକୁ ପ୍ରଭାବିତ କରିପାରିବ, କାରଣ ପ୍ରାକୃତିକ ସମ୍ପଦ ସମସ୍ତ ଦେଶମାନଙ୍କରେ ଭିନ୍ନ । କାହାର ଅଭିବୃଦ୍ଧି କଞ୍ଚାମାଲ ବିକ୍ରି କରି ହୁଏ ତ ଆଉ କାହାର ବୈଷୟିକ ସହାୟତା ପ୍ରଦାନ କରି।
ଏହି ପରିପ୍ରେକ୍ଷୀରେ ଭାରତୀୟ ଯୁବାଙ୍କ ମଧ୍ୟରେ ପ୍ରାପ୍ତ ଆଧାରରେ ସନ୍ତୁଷ୍ଟି ଗୁଣ ଯୋଗୁ ଅନେକ ବିଷୟ ଅସ୍ପର୍ଶ ହୋଇ ରହୁଛି। ମନୁଷ୍ୟ ଖାଦ୍ୟରେ, ପାରିବାରିକ ସମ୍ପର୍କରେ ନତୁବା ନିଜର ଭୌତିକ ସମ୍ପଦରେ ସନ୍ତୁଷ୍ଟ ହେଲେ ଚଳିବ, କିନ୍ତୁ ଯଦି ସେ ଜ୍ଞାନରେ ଏବଂ ଉପଲବ୍ଧିରେ ସନ୍ତୁଷ୍ଟି ହୋଇ ବସୁଛି ତେବେ ସେ କ’ଣ ସାମାଜିକ ଆତଙ୍କବାଦୀ ବୋଲାଇବ ନାହିଁ କି? ସମସ୍ତଙ୍କ ପାରିବାରିକ କର୍ତ୍ତବ୍ୟ ରହୁଛି ତଥା ତଥାକଥିତ ବ୍ୟସ୍ତ କାର୍ଯ୍ୟସୂଚୀ ରହୁଛି, କିନ୍ତୁ ସେହିମଧ୍ୟରେ ମନୁଷ୍ୟ ବିକାଶ ତଥା ଅଭିବୃଦ୍ଧିର ଶଙ୍ଖନାଦରେ କ’ଣ କାନରେ ଆଙ୍ଗୁଠି ଦେଇ ଶୁଭୁନାହିଁ ବୋଲି କହିବ? ଗୋଟିଏ ପାଦ ଆଗକୁ ବଢେଇଲେ ଆରପାଦଟି ତାହାକୁ ଅନୁସରଣ କରେ। ଆଉ ସେୟା ନ କଲେ ମାନବୀୟ ଶରୀର ପଙ୍ଗୁହୋଇ ରହେ।
ଭାରତୀୟ ବିଧିବ୍ୟବସ୍ଥାରେ ସର୍ବୋଚ୍ଚ ଶିକ୍ଷାସ୍ତର ହେଉଛି ବିଦ୍ୟାବାରିଧି ବା ପିଏଚ୍‌ଡି଼। ବିଦ୍ୟାବାଚସ୍ପତି ବା ପୋଷ୍ଟ ଡକ୍ଟରେଟ ମଧ୍ୟ ରହୁଛି। ଯଦିଓ ଭାରତୀୟ ଜନସଂଖ୍ୟାର ଦୁଇ ପ୍ରତିଶତ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରନ୍ତି ଏବଂ ସେମାନଙ୍କ ମଧ୍ୟରେ ଦଶମିକ ଦୁଇ ଶୂନ ବା କୋଡି଼ଏ ଶତାଂଶ ପିଏଚ୍‌ଡି଼ରେ ପଞ୍ଜୀକରଣ କରିପାରନ୍ତି। ତନ୍ମଧ୍ୟରୁ ପ୍ରାୟତଃ ଏକ ତୃତୀୟାଂଶ ହିଁ ନିଜ ନାମ ଆଗରେ ଡକ୍ଟର ଲଗେଇ ପାରନ୍ତି। ଏତିକି ମଧ୍ୟରେ ସଂଖ୍ୟାଟି କମ୍‌ ନୁହଁ। ଇଣ୍ତିଆ ଟୁଡେର ଗବେଷଣା ଅନୁସାରେ ଏହି ସଂଖ୍ୟା ବାର୍ଷିକ ଆପାତତଃ ୨୪ ହଜାର। ଏହି ପାଠଟି ପଢି ନିଃସନ୍ଦେହରେ ସରକାରୀ ମାପକରେ ଜଣେ ଉଚ୍ଚଶିକ୍ଷିତ ବୋଲାଇପାରେ କିନ୍ତୁ ଏୟା ହାସଲ କଲେ ଯେ ଇନ୍ଦ୍ରପଦ ପ୍ରାପ୍ତ ହୋଇଗଲା ସେୟା ଭାବିବା ଭୁଲ। ଯାହାର ସାମାଜିକ ନିୟନ୍ତ୍ରଣ ଏବଂ ସମ୍ମିଳନୀର କୌଶଳ ଯେତିକି ସିଏ ସେତିକି ଚେରାଏ। ପୁନଶ୍ଚ କିଛି ଜଣଙ୍କ ଜୈବିକ ଉଚ୍ଚତା ବା ଗୁଣସୂତ୍ରର ପ୍ରତିଷ୍ଠା ବୈଶ୍ୱୀକରଣ ପ୍ରଭାବରେ ଆଦୌ ପରିବର୍ତ୍ତନ ହେଉନାହିଁ। କିଛି ସାମାଜିକ ଉତ୍ସବ ନତୁବା ଜ୍ଞାନ ପରମ୍ପରାରେ ସହଭାଗିତା ନିମିତ୍ତ ସେମାନଙ୍କ ଆଦୌ ଆଗ୍ରହ ରହୁନାହିଁ। ଆପଣଙ୍କ ଦେଶ ଆପଣଙ୍କ ପାଇଁ କ’ଣ କରିପାରିବ ତାହା ପଚାରନ୍ତୁ ନାହିଁ, ପଚାରନ୍ତୁ ଆପଣ ନିଜ ଦେଶ ପାଇଁ କ’ଣ କରିପାରିବେ – କିଛି ଦଶନ୍ଧି ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଫିସଜେରଲ୍ଡ କେନେଡି଼ ଏକ ଉଦ୍‌ଘାଟନୀ ଉତ୍ସବର ଭାଷଣରେ କହିଥିଲେ। ଏହା ହେଉଛି ଏକ ପ୍ରସିଦ୍ଧ ଉଦ୍ଧୃତି ଏବଂ ଆଜିଠାରୁ ଭଲ ସମୟ ନାହିଁ ଏହାର ଅର୍ଥ ଏବଂ ଗଭୀରତାକୁ କର୍ମରେ ଲଗେଇବା। ପାରସ୍ପରିକ ଦ୍ୱନ୍ଦ୍ୱ ନତୁବା ଅଭିମାନରେ କୌଣସି କର୍ମରେ ହାତଟେକିଦେଲେ ସର୍ବଶେଷରେ କ୍ଷତି ରାଷ୍ଟ୍ରର ହିଁ ହୁଏପଞ୍ଚତତ୍ତ୍ୱର ଏହି ଶରୀର ଦିନେ ପାଉଁଶ ହୋଇଯିବ। ତେବେ ଅହଙ୍କାରର ହାଡ଼କଙ୍କାଳ ରଖି ଆମେ କ’ଣ କରିବା।
ମୋ: ୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri