ଗଞ୍ଜାମରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ଗଞ୍ଜାମ,୯ା୭(ଡି.ଏନ୍‌.ଏ.) : ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି ।ଏହାକୁ ରୋକିବା ପାଇଁ ବିଶ୍ୱସ୍ତରରେ ନିଆ ଯାଉଥିବା ପଦକ୍ଷେପ ଫେଲ୍‌ ମାରିଛି। ଏକ ମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର। ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଲକ୍‌ଡାଉନ୍‌ ଶଟ୍‌ଡାଉନ କରାଯାଉଛି। ବିଶେଷକରି ଗଞ୍ଜାମ ଜିଲାରେ ଦୈନଦିନ ୨୦୦ରୁ ଅଧିକ କରୋନା ସଂକ୍ରମିତ ଚି଼ହ୍ନଟ ହେଉଛନ୍ତି। ଏହି ଦୃଷ୍ଟିରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲାର ସମସ୍ତ ଏନ୍‌ଏସିକୁ ୯ରୁ ୧୩ ଅର୍ଥାତ୍‌ ଗୁରୁବାରଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲିସ ମହାନିର୍ଦ୍ଦେଶକ (ଡିଜି ) ମଧ୍ୟ ଗଞ୍ଜାମ ଜିଲାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଶଟ୍‌ଡାଉନ୍‌ ସଫଳ ନିମନ୍ତେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ପ୍ରତ୍ୟେକ ଛକ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପାଟ୍ରୋଲିଂ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗଞ୍ଜାମରେ ଶଟ୍‌ଡାଉନ୍‌ ପ୍ରଭାବ ପଡ଼ିଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଜୁଆଡି ଗିରଫ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.)-କେନ୍ଦୁଝର ଟାଉନ ଥାନା ପୋଲିସ ମଙ୍ଗଳବାର ଜୁଆ ଖେଳୁଥିବା ୧୦ ଜଣ ଜୁଆଡିଙ୍କୁ ଶିରିପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି...

ଓ୍ବାର୍ଡମେମ୍ବରଙ୍କ ସ୍ବାମୀଙ୍କୁ ଗାଁଦାଣ୍ଡରେ ହତ୍ୟା

ଢେଙ୍କାନାଳ ଅଫିସ, ୯।୧: ଢେଙ୍କାନାଳ ସଦର ଥାନା ନମିଚିରା ଗ୍ରାମ ମଣ୍ଡପରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। କଙ୍କଡ଼ାହାଡ଼ ପଞ୍ଚାୟତ ୪ନଂ. ୱାର୍ଡସଭ୍ୟ...

ଭଏସ୍‌ ଅଫ ନୟାଗଡ଼ ସିଜିନ୍‌ ୨: ବାଜି ମାରିଲେ ମୋନାଲିସା

ନୟାଗଡ଼ ଅଫିସ,୯ା୧୨: ଜିଲାର ଯୁବ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନ ଆଣିବା ଲକ୍ଷ୍ୟରେ ନୟାଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଭଏସ୍‌ ଅଫ ନୟାଗଡ଼ ସିଜିନ୍‌-୨ରେ ମୋନଲିସା ସ୍ବାଇଁ ବାଜି...

ପ୍ରାୟଶ୍ଚିତ୍ତ ପାଇଁ ପୁରୀରେ ବରଗଡ଼ କଂସ

ପୁରୀ ଅଫିସ,୧୧।୧: ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରାୟଶ୍ଚିତ୍ତ ପାଇଁ ଶନିବାର...

ସ୍ତ୍ରୀ, ପୁଅକୁ ଛାଡ଼ି କାଠଯୋଡ଼ିକୁ ଡେଇଁବା ଘଟଣା: ସପ୍ତାହେ ପରେ ମିଳିଲା ଦେବବ୍ରତଙ୍କ ମୃତଦେହ

କଟକ ଅଫିସ/କଣ୍ଟାପଡ଼ା,୧୬।୧୦(ଡି.ଏନ୍‌.ଏ.): ସପ୍ତାହେ ପରେ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୯ ତାରିଖରେ ସ୍ତ୍ରୀଙ୍କ ସହ ଝଗଡ଼ା...

ଦୂରନ୍ତୋ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ଧର୍ମଶାଳା/ଚଣ୍ଡିଖୋଲ, ୩ା୧୨(ଡି.ଏନ.ଏ.): ଯଶୋବନ୍ତପୁର-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସର ଏକ ବଗି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ହରିଦାସପୁର ରେଳଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ...

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ...

ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ଟଙ୍କା ଜବତ

ଉମରକୋଟ,୨୧।୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗର ସହାୟକ (ଜିଆର୍‌ଏସ୍‌) ହିମାଂଶୁ...

Advertisement
Archives

Model This Week