ବେରୋଜଗାର ପ୍ରଭାବ

ରବିନାରାୟଣ ସାମଲ

 

ଅଭାବ ଅନଟନରେ ଥିବା ଯେକୌଣସି ପରିବାରର ଜଣେ ବ୍ୟକ୍ତିଙ୍କୁ ଯଦି ନିଯୁକ୍ତିଟିଏ ମିଳିଯାଏ, ତେବେ ସେହି ପରିବାରର ଆର୍ଥିକ ଅବସ୍ଥା ନିଶ୍ଚୟ ସୁଧୁରିଯିବ। ସୁତରାଂ ନିଯୁକ୍ତି ଅପେକ୍ଷାରେ ଥିବା ଦେଶର କୋଟି କୋଟି ଯୁବବର୍ଗ ବଞ୍ଚିବାର ରାହା ଖୋଜୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ହେଉଛି ରାଷ୍ଟ୍ରର ଦାୟିତ୍ୱ। ମାତ୍ର ରାଷ୍ଟ୍ର ଏ କ୍ଷେତ୍ରରେ ବିଫଳ ହୋଇଥିବା ଯେ କେହି ସ୍ବୀକାର କରିବେ। ନିଯୁକ୍ତି କେବଳ ସରକାରୀ ବା ବେସରକାରୀ ଚାକିରି ଭାବେ ବିବେଚନା ନ କରି ଆମତ୍ନିଯୁକ୍ତିକୁ ମଧ୍ୟ ଅଗ୍ରାଧିକାର ଦିଆଯାଇପାରେ। ନା ନିଯୁକ୍ତି ଅଛି ନା ଆମତ୍ନିଯୁକ୍ତି ନିମିତ୍ତ ସୁଯୋଗ ଅଛି?
ଆମ ଦେଶରେ ୩୫ ବର୍ଷ ବୟସରୁ କମ୍‌ ଯୁବଗୋଷ୍ଠୀଙ୍କ ମଧ୍ୟରୁ ଶତକଡ଼ା ୬୫ ଭାଗ ବେକାର। ଏହି ସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ଅର୍ଦ୍ଧେକ। ଅଧା କର୍ମବିହୀନ ମାନବସମ୍ବଳକୁ ନେଇ କୌଣସି ଦେଶ କ’ଣ କେବେ ବିକାଶର ସ୍ବପ୍ନ ଦେଖିପାରେ? କିନ୍ତୁ ଆମ ଦେଶର ରାଜନେତାମାନେ ଏପରି ସ୍ବପ୍ନ ଦେଖିଥାନ୍ତି। କେତେଗୁଡ଼ିଏ ଆଳଙ୍କାରିକ ଶବ୍ଦଗୁଚ୍ଛକୁ ନେଇ ସେମାନେ ବାହୁସ୍ଫୋଟ ମାରନ୍ତି। ମାତ୍ର ବାସ୍ତବ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ସିଏମ୍‌ଆଇଇ ରିପୋର୍ଟ ଅନୁଯାୟୀ ଗତ ଜୁନ୍‌ ମାସରେ ଦେଶରେ ବେରୋଜଗାର ଶତକଡ଼ା ୭.୧ରୁ ୭.୮କୁ ବୃଦ୍ଧିପାଇଛି। ନିଯୁକ୍ତି ମିଶନ, ଦକ୍ଷତା ବିକାଶ, ସ୍କିଲ୍‌ ଇଣ୍ଡିଆ, ମେକ୍‌ ଇନ୍‌ ଓଡ଼ିଶା, ମେକ୍‌ ଇନ୍‌ ଇଣ୍ଡିଆ ଇତ୍ୟାଦି ବେରୋଜଗାର ହ୍ରାସ କରିବାରେ ସାହାଯ୍ୟ କରିପାରି ନାହିଁ।
ଭାରତୀୟ ରେଳବାଇ ହେଉଛି ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା। ଏବେ ସେଥିରେ ୨ଲକ୍ଷ ୬୫ ହଜାର ପଦବୀ ଖାଲି ପଡ଼ିଛି। ଗତ ୬ ବର୍ଷ ମଧ୍ୟରେ ଗ୍ରୁପ୍‌ ସି ଓ ଡି ବର୍ଗରେ ୭୨ ହଜାର ପଦବୀ ଉଚ୍ଛେଦ କରାଯାଇଛି। ଆଧୁନିକୀକରଣ ନଁାରେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ରେଳବାଇ ନୁହେଁ, ଆମେ ଯେକୌଣସି ଅଫିସ୍‌କୁ ଯିବା ସେଠାରେ ଦୁଇ-ଚାରି ଜଣ କର୍ମଚାରୀ କାର୍ଯ୍ୟରତ ଥିବା ଦେଖିବାକୁ ପାଇବା। ସେ ରାଜ୍ୟ ସରକାରୀ ଅଫିସ ହେଉ, କେନ୍ଦ୍ର ସରକାରୀ ଅଫିସ ହେଉ ବା ବ୍ୟାଙ୍କ, ବୀମା ଭଳି ଅଫିସ ହେଉ। ସବୁଥିରେ ପ୍ରାୟ ଅର୍ଦ୍ଧସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ ଚାଲିଛି। ଗୋଟିଏ ପଟେ ଦେଶରେ ବେରୋଜଗାର ବଢ଼ି ଚାଲିଛି, ଅନ୍ୟପଟେ ଲକ୍ଷ ଲକ୍ଷ ପଦବୀ ଶୂନ୍ୟ ଥାଇ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ, ବରଂ ପଦବୀ ଉଚ୍ଛେଦ କରାଯାଉଛି। ଏବେ କେନ୍ଦ୍ର ସରକାରୀ ଅଫିସରେ ଶତକଡ଼ା ୫୦ ଭାଗ ପଦବୀ ଖାଲି ପଡ଼ିଛି। ସୈନ୍ୟବାହିନୀ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୨ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡ଼ିଛି। ବିଚାର ବିଭାଗରେ ମଧ୍ୟ ତଦ୍ରୂପ ଅବସ୍ଥା। କେବଳ ନିମ୍ନ ଅଦାଲତରେ ୫ ହଜାର ବିଚାରପତି ପଦବୀ ଖାଲି।
ଓଡ଼ିଶା କଥା ଆହୁରି ଉଦ୍‌ବେଗଜନକ। ପ୍ରାୟ ସବୁ ଅଫିସ ଫାଙ୍କା। ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନ ପୂରଣ କରାଯାଉ ନାହିଁ, ଅପରନ୍ତୁ ଉଚ୍ଛେଦ କରାଯାଉଛି। ଆର୍ଥିକ ସଂସ୍କାର କାର୍ଯ୍ୟକାରୀ ହେବାରୁ ୧୯୯୯-୨୦୦୮ ମଧ୍ୟରେ ୪୫,୫୧୩ଟି ପଦବୀ ଉଚ୍ଛେଦ ହୋଇଛି। ଗତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ୨ଲକ୍ଷ ୨୬ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି। ୩,୧୯୭ଟି ସ୍କୁଲ ଜଣେ ଲେଖାଏ ଶିକ୍ଷକରେ ଚାଲିଛି। ସରକାରୀ ମହାବିଦ୍ୟାଳୟରେ ଶତକଡ଼ା ୫୬ ଭାଗ ଶିକ୍ଷକ ପଦବୀ ଖାଲି ଥିଲା ବେଳେ ଶତକଡ଼ା ୬୦ଅଣଶିକ୍ଷକ ପଦବୀ ଖାଲି। ପୋଲିସ ବିଭାଗରେ ୧୧,୪୫୬, ମହିଳା ଓ ଶିଶୁ ବିକାଶ ବିଭାଗରେ ୧୨୫୧, ସମବାୟ ବିଭାଗରେ ୧୮୬୨ ଓ ରାଜସ୍ବ ବିଭାଗରେ ୭୩୪ଟି ପଦବୀ ଖାଲି। ଡାକ୍ତରଖାନାଗୁଡ଼ିକରେ ଶତକଡ଼ା ୪୪ ପଦବୀ ଖାଲି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବଳ୍ପ ବେତନରେ ପୁନଃ ନିଯୁକ୍ତି ଦିଆଯାଉଥିବା ବେଳେ ଠିକାରେ କର୍ମଚାରୀ ନିଯୁକ୍ତି ପାଉଛନ୍ତି। ଏପଟେ ରାଜରାସ୍ତାରେ ଯୋଗ୍ୟତାସମ୍ପନ୍ନ ଓ ତାଲିମପ୍ରାପ୍ତ ଯୁବକ-ଯୁବତୀ ସାର୍ଟିଫିକେଟ ଧରି ଘୂରି ବୁଲୁଛନ୍ତି।
ସ୍କିଲ୍‌ ଇଣ୍ଡିଆ ସ୍ଲୋଗାନ ଶୁଣି ଶୁଣି କାନ ବଧିରା ହୋଇଯାଉଥିବା ବେଳେ ଦେଶରେ ସ୍କିଲ୍ଡ ବା କୁଶଳୀ ମାନବସମ୍ବଳକୁ ବିଚାର କଲେ ନିରାଶ ହେବାକୁ ପଡ଼େ। ଜାପାନରେ କୁଶଳୀ ମାନବସମ୍ବଳ ହେଉଛି ମୋଟ ଜନସଂଖ୍ୟାର ଶତକଡ଼ା ୯୬ ଭାଗ। ଏହା ଦକ୍ଷିଣ କୋରିଆରେ ଶତକଡ଼ା ୯୫, ଚାଇନାରେ ଶତକଡ଼ା ୫୬ ଓ ଆମେରିକାରେ ଶତକଡ଼ା ୫୫ ହୋଇଥିବା ସ୍ଥଳେ ଆମ ଦେଶରେ ଏହା ମାତ୍ର ଶତକଡ଼ା ୪ ଭାଗ। ଦେଶ ‘ଆମତ୍ନିର୍ଭରଶୀଳ’ ହେବ କେମିତି? ‘ମେକ୍‌ ଇନ୍‌ ଇଣ୍ଡିଆ’ କ’ଣ ଏହି ଅଭାବ ଦୂର କରିପାରିବ?
ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ବେରୋଜଗାର ଯୋଗୁ ଅନନ୍ୟୋପାୟ ହୋଇ ବେକାର ଯୁବକ-ଯୁବତୀ ଆମତ୍ହତ୍ୟାର ପଥ ବାଛି ନେଉଛନ୍ତି। ବେରୋଜଗାର ଯେ ବ୍ୟକ୍ତିଗତ ଜୀବନକୁ କେବଳ ପ୍ରଭାବିତ କରେ ତାହା ନୁହେଁ, ଏହା ସାମାଜିକ ତଥା ଦେଶର ଅର୍ଥନୀତିକୁ ଅଧିକ ମାତ୍ରାରେ କ୍ଷତି ଘଟାଇଥାଏ। ଦେଶରେ ଦାରିଦ୍ର୍ୟ ବୃଦ୍ଧି କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆଜି ଦେଶରେ ଯେଉଁ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି ତାହା ମୁଖ୍ୟତଃ ବେରୋଜଗାର ଯୋଗୁ ହିଁ ହୋଇଛି। ବର୍ଷକୁ ପ୍ରାୟ ୨୦ ଲକ୍ଷ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଲୋକ କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ସେମାନଙ୍କ ମଧ୍ୟରୁ କିଏ କେଉଁଠି ମଲା କି ଗଲା ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବେରୋଜଗାର ଅବସ୍ଥା ଦାରିଦ୍ର୍ୟ ସାଙ୍ଗକୁ ସାମାଜିକ ଅସ୍ଥିରତା ସୃଷ୍ଟି କରିବାରେ ଅଗ୍ର ଭୂମିକା ଗ୍ରହଣ କରୁଛି।
ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ। ଆଠ ବର୍ଷ ହେଲାଣି ଜଣେ ବି ହେଲେ ନିଯୁକ୍ତି ପାଇଲେ ନାହିଁ। ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ। ସରକାର କାଳ ବିଳମ୍ବ ନ କରି ଯୁଦ୍ଧକାଳୀନ ଭିତ୍ତିରେ ବେକାର ଯୁବଗୋଷ୍ଠୀଙ୍କୁ କର୍ମ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ।
ମୋ- ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri