ଟାଟା ମୋଟର୍ସର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ‘ଟାଟା ମୋଟର୍ସ’ ପକ୍ଷରୁ ନୂତନ ଉତ୍ପାଦର ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହାର ନୂତନ ପିଢ଼ିର ବିଏସ୍‌-୬ ଡିଜେଲ ଇଞ୍ଜିନର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ଭାବେ ବିକଶିତ ଅଲ୍‌ ନ୍ୟୁ ୫ଡବ୍ଲ୍ୟୁ୩୦ ସିନ୍ଥେଟିକ୍‌ ଇଞ୍ଜିନ ଅଏଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିପରି ଉକ୍ତ ଇଞ୍ଜିନ ଅଏଲ ଉପରେ ୩ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଏବଂ କଠିନ ପରିସ୍ଥିତିରେ ବ୍ୟାପକ ଭାବେ ପରୀକ୍ଷଣ କରାଯାଇଛି। ଏପରିକି ପାୱାର ଟ୍ରେନ୍‌ ପରୀକ୍ଷଣ ସୁବିଧାରେ ୩୫,୦୦୦ ଘଣ୍ଟାରୁ ଅଧିକ ସମୟ ଧରି କଠିନ ଅଞ୍ଚଳରେ ଏହା ୧୦ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ପାଇଁ ଚାଳିତ ହୋଇଛି। ସେହିପରି ଏହା ଗ୍ରୁପ୍‌ ୩ବେସ୍‌ ଅଏଲରେ ମିଶ୍ରିତ ଏକ ଅତ୍ୟାଧୁନିକ ଉପଯୋଗୀ ପ୍ରଯୁକ୍ତିବିଦ୍ୟା ସହ ଉଚ୍ଚ କ୍ଷମତାସମ୍ପନ୍ନ ପଲିମରର ଏକ ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ଟାଟା ମୋର୍ଟସର ସଭାପତି ତଥା ସିଟିଓ ରାଜେନ୍ଦ୍ର ପେଟକର କହିଛନ୍ତି,ସମ୍ପ୍ରତି ଦୀର୍ଘ ସ୍ଥାୟିତ୍ୱ ଏକ ଭଲ ଯୋଗଦାନରୁ ଏକ ସମ୍ପୂର୍ଣ୍ଣ ଆବଶ୍ୟକତାରେ ପରିଣତ ହୋଇଛି। ଟାଟା ମୋଟର୍ସରେ ଆମେ ବିକାଶ କରୁଥିବା ପ୍ରତ୍ୟେକ ଜିନିଷର ମୂଳ ଗଠନ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ। ଇଞ୍ଜିନିୟରିଂ ରିସର୍ଚ୍ଚ ସେଣ୍ଟର (ଇଆର୍‌ସି)ରେ ଆମର ଇଞ୍ଜିନିୟରିଂ ଟିମ୍‌ ଏକ ଇନ୍‌ ହାଉସ ଲୁବ୍ରିକାଣ୍ଟ ଫର୍ମୁଲେସନ ବିକାଶ କରୁଥିବାବେଳେ ସହଯୋଗୀ ଉପତ୍ାଦନ କ୍ଷେତ୍ରର ଆଡିଟିଭ୍‌ ପ୍ରସ୍ତୁତକାରୀ ଅଂଶୀଦାରମାନଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି। ଟାଟା ମୋଟର୍ସ ସାମଗ୍ରିକ ଦୀର୍ଘସ୍ଥାୟୀ ସ୍ଥିରତାକୁ ଦୃଷ୍ଟିରେ ରଖି ଇଏସ୍‌ଜି ଆବଶ୍ୟକତା ପୂରଣକରି ଏହାର ଯାତ୍ରା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri