ଦେଶ ବିରୋଧୀ

ସେପ୍ଟେମ୍ବର ୧୯ରେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ(ଡିଆର୍‌ଆଇ) ୪୮ କୋଟି ଟଙ୍କାର ଇ-ସିଗାରେଟ ଷ୍ଟିକ୍‌ ଜବତ କରିଛି। ଗୁଜରାଟରେ ଚଳିତ ମାସରେ ଇ-ସିଗାରେଟ ଜବତ ହେବା ଦ୍ୱିତୀୟ ଘଟଣା। ସେପ୍ଟେମ୍ବର ୫ରେ ଡିଆର୍‌ଆଇ ସୁରଟ ନିକଟରୁ ୨୦ କୋଟି ଟଙ୍କାର ଇ-ସିଗାରେଟ ବୋଝେଇ ଟ୍ରକ୍‌ ଜବତ କରିଥିଲା ।
ମୁନ୍ଦ୍ରାରୁ ଜବତ ହୋଇଥିବା ଉକ୍ତ ସିଗାରେଟ ଚାଇନା ନିର୍ମିତ ୟୁଟୋ ବ୍ରାଣ୍ଡ୍‌ର। ଭାରତୀୟ କିଶୋର ଓ ଯୁବପିଢ଼ି ଇ-ସିଗାରେଟ ପ୍ରତି ଅତ୍ୟଧିକ ଆସକ୍ତ ହେଉଥିବା ଲକ୍ଷ୍ୟ କରି ସେପ୍ଟେମ୍ବର ୨୦୧୯ରୁ ଏହାର ଉତ୍ପାଦନ, ଆମଦାନୀ , ରପ୍ତାନି, ବିକ୍ରି , ବିତରଣ ଓ ବିଜ୍ଞାପନକୁ ଭାରତ ସରକାର ନିଷେଧ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୃଥିବୀର ୪୭ ଦେଶ ଇ-ସିଗାରେଟ ବ୍ୟାନ୍‌ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ପ୍ରମୁଖ ପାଶ୍ଚାତ୍ୟ ରାଷ୍ଟ୍ର ନାହାନ୍ତି। ଇ-ସିଗାରେଟ ପାନକୁ ଭେପିଂ ମଧ୍ୟ କୁହାଯାଏ। ମୁଖ୍ୟତଃ ଏହା କିଶୋରମାନଙ୍କ ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରିବା ସହ ସେମାନଙ୍କ ଶାରୀରିକ ଅବସ୍ଥାକୁ ପ୍ରଭାବିତ କରୁଥିବାରୁ ସେତେବେଳେ ଇ-ସିଗାରେଟ ନିଷେଧ କରାଯାଇଥିବା ସ୍ପଷ୍ଟ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତ ଯୁବକମାନଙ୍କ ଦେଶ। ବିଶ୍ୱରେ ୧୦ରୁ ୨୪ ବର୍ଷ ବୟସ ମଧ୍ୟରେ କିଶୋର ଓ ଯୁବକଙ୍କ ସଂଖ୍ୟା ଭାରତରେ ସର୍ବାଧିକ ।
ଏମାନେ ରାଷ୍ଟ୍ରର ସମ୍ବଳ। ନିଶା କବଳରୁ ଏମାନଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଇ-ସିଗାରେଟ ନିଷେଧ କରିବା ଏକ ସୁପଦକ୍ଷେପ। କିନ୍ତୁ ତାହାର କାର୍ଯ୍ୟକାରିତା ଉପରେ ସବୁବେଳେ ପ୍ରଶ୍ନ ଉଠିଛି ଓ ଚୋରା କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଯାଇପାରୁନାହିଁ। ନିଷେଧ କରାଯିବା ସତ୍ତ୍ୱେ ଏହା ବିଦେଶରୁ ଆସୁଥିବାର ପ୍ରମାଣ ଏବେ ଦୁଇଟି ଘଟଣାରୁ ସ୍ପଷ୍ଟ ହୋଇଛି। ୧୫ ଦିନ ବ୍ୟବଧାନରେ ଏତେ ପରିମାଣରେ ଇ-ସିଗାରେଟ ଭାରତକୁ ଆସିବା ଚିନ୍ତାଜନକ ବିଷୟ।
କେବଳ ଇ-ସିଗାରେଟ ନୁହେଁ, ହେରୋଇନ ଆଦି ମାଦକଦ୍ରବ୍ୟ ମଧ୍ୟ ଜବତ ହେବାରେ ଗୁଜରାଟ ସବୁବେଳେ ଚର୍ଚ୍ଚାରେ ରହିଛି। ଗତବର୍ଷ ସମାନ ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୧୯ରେ ଆଦାନୀ ଗ୍ରୁପ ମାଲିକାନାରେ ଥିବା ଉକ୍ତ ମୁନ୍ଦ୍ରା ବନ୍ଦରରୁ ୩,୦୦୦ କେଜି ହେରୋଇନ ଜବତ କରାଯାଇଥିଲା; ଯାହାର ମୂଲ୍ୟ ପାଖାପାଖି ୨୧,୦୦୦ କୋଟି ଟଙ୍କା। ଗୁଜରାଟ ମାରାତ୍ମକ ନିଶାଦ୍ରବ୍ୟ ଚୋରା କାରବାର କେନ୍ଦ୍ର ବୋଲି ଏହି ଘଟଣାଗୁଡ଼ିକ ସୂଚାଉଛି। ଅନ୍ୟପକ୍ଷରେ ଗୁଜରାଟରେ ମଦ ବିକ୍ରି ହୁଏ ନାହିଁ ବୋଲି ଦାବି କରି ତାହାକୁ ଭାରତର ‘ଡ୍ରାଏ ଷ୍ଟେଟ୍‌’ ଆଖ୍ୟା ଦିଆଯାଇଛି। କିନ୍ତୁ ସେହି ରାଜ୍ୟରୁ ଜବତ ମାଦକ ଦ୍ରବ୍ୟର ପରିମାଣକୁ ଦେଖିଲେ ମନେହେଉଛି ଯେପରି ଗୁଜରାଟ ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ। ଫୋର୍ବସ୍‌ ମାଗାଜିନ ପକ୍ଷରୁ କରାଯାଇଥିବା ବିଶ୍ୱର ଧନୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଆଦାନୀ। ହେଲେ ତାଙ୍କ ଦ୍ୱାରା ପରିଚାଳିତ ଏହି ବନ୍ଦରରୁ ବାରମ୍ବାର ନିଶାଦ୍ରବ୍ୟ ଜବତ ହେବା ହେତୁ ମନେହେଉଛି ଯେପରି ଧନ ବଳରେ ପ୍ରଶାସନ ଓ ଆଇନ ବ୍ୟବସ୍ଥାକୁ ହାତେଇ ନେଇ ଦେଶର ଯୁବପିଢ଼ିର ପ୍ରବଳ କ୍ଷତି ଘଟାଯାଉଛି। ଏଭଳି ମାରାତ୍ମକ କାର୍ଯ୍ୟକୁ ଯେକୌଣସି ସଂଗଠନ ବା ରାଜନୈତିକ ବ୍ୟକ୍ତି ସମର୍ଥନ କରୁଛନ୍ତି, ସେମାନେ ଏବେ ସର୍ବୋଚ୍ଚ ଦେଶ ବିରୋଧୀ ଭାବେ ଗଣାହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri