ଦେଶ ବିରୋଧୀ

ସେପ୍ଟେମ୍ବର ୧୯ରେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ(ଡିଆର୍‌ଆଇ) ୪୮ କୋଟି ଟଙ୍କାର ଇ-ସିଗାରେଟ ଷ୍ଟିକ୍‌ ଜବତ କରିଛି। ଗୁଜରାଟରେ ଚଳିତ ମାସରେ ଇ-ସିଗାରେଟ ଜବତ ହେବା ଦ୍ୱିତୀୟ ଘଟଣା। ସେପ୍ଟେମ୍ବର ୫ରେ ଡିଆର୍‌ଆଇ ସୁରଟ ନିକଟରୁ ୨୦ କୋଟି ଟଙ୍କାର ଇ-ସିଗାରେଟ ବୋଝେଇ ଟ୍ରକ୍‌ ଜବତ କରିଥିଲା ।
ମୁନ୍ଦ୍ରାରୁ ଜବତ ହୋଇଥିବା ଉକ୍ତ ସିଗାରେଟ ଚାଇନା ନିର୍ମିତ ୟୁଟୋ ବ୍ରାଣ୍ଡ୍‌ର। ଭାରତୀୟ କିଶୋର ଓ ଯୁବପିଢ଼ି ଇ-ସିଗାରେଟ ପ୍ରତି ଅତ୍ୟଧିକ ଆସକ୍ତ ହେଉଥିବା ଲକ୍ଷ୍ୟ କରି ସେପ୍ଟେମ୍ବର ୨୦୧୯ରୁ ଏହାର ଉତ୍ପାଦନ, ଆମଦାନୀ , ରପ୍ତାନି, ବିକ୍ରି , ବିତରଣ ଓ ବିଜ୍ଞାପନକୁ ଭାରତ ସରକାର ନିଷେଧ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୃଥିବୀର ୪୭ ଦେଶ ଇ-ସିଗାରେଟ ବ୍ୟାନ୍‌ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ପ୍ରମୁଖ ପାଶ୍ଚାତ୍ୟ ରାଷ୍ଟ୍ର ନାହାନ୍ତି। ଇ-ସିଗାରେଟ ପାନକୁ ଭେପିଂ ମଧ୍ୟ କୁହାଯାଏ। ମୁଖ୍ୟତଃ ଏହା କିଶୋରମାନଙ୍କ ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରିବା ସହ ସେମାନଙ୍କ ଶାରୀରିକ ଅବସ୍ଥାକୁ ପ୍ରଭାବିତ କରୁଥିବାରୁ ସେତେବେଳେ ଇ-ସିଗାରେଟ ନିଷେଧ କରାଯାଇଥିବା ସ୍ପଷ୍ଟ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତ ଯୁବକମାନଙ୍କ ଦେଶ। ବିଶ୍ୱରେ ୧୦ରୁ ୨୪ ବର୍ଷ ବୟସ ମଧ୍ୟରେ କିଶୋର ଓ ଯୁବକଙ୍କ ସଂଖ୍ୟା ଭାରତରେ ସର୍ବାଧିକ ।
ଏମାନେ ରାଷ୍ଟ୍ରର ସମ୍ବଳ। ନିଶା କବଳରୁ ଏମାନଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଇ-ସିଗାରେଟ ନିଷେଧ କରିବା ଏକ ସୁପଦକ୍ଷେପ। କିନ୍ତୁ ତାହାର କାର୍ଯ୍ୟକାରିତା ଉପରେ ସବୁବେଳେ ପ୍ରଶ୍ନ ଉଠିଛି ଓ ଚୋରା କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଯାଇପାରୁନାହିଁ। ନିଷେଧ କରାଯିବା ସତ୍ତ୍ୱେ ଏହା ବିଦେଶରୁ ଆସୁଥିବାର ପ୍ରମାଣ ଏବେ ଦୁଇଟି ଘଟଣାରୁ ସ୍ପଷ୍ଟ ହୋଇଛି। ୧୫ ଦିନ ବ୍ୟବଧାନରେ ଏତେ ପରିମାଣରେ ଇ-ସିଗାରେଟ ଭାରତକୁ ଆସିବା ଚିନ୍ତାଜନକ ବିଷୟ।
କେବଳ ଇ-ସିଗାରେଟ ନୁହେଁ, ହେରୋଇନ ଆଦି ମାଦକଦ୍ରବ୍ୟ ମଧ୍ୟ ଜବତ ହେବାରେ ଗୁଜରାଟ ସବୁବେଳେ ଚର୍ଚ୍ଚାରେ ରହିଛି। ଗତବର୍ଷ ସମାନ ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୧୯ରେ ଆଦାନୀ ଗ୍ରୁପ ମାଲିକାନାରେ ଥିବା ଉକ୍ତ ମୁନ୍ଦ୍ରା ବନ୍ଦରରୁ ୩,୦୦୦ କେଜି ହେରୋଇନ ଜବତ କରାଯାଇଥିଲା; ଯାହାର ମୂଲ୍ୟ ପାଖାପାଖି ୨୧,୦୦୦ କୋଟି ଟଙ୍କା। ଗୁଜରାଟ ମାରାତ୍ମକ ନିଶାଦ୍ରବ୍ୟ ଚୋରା କାରବାର କେନ୍ଦ୍ର ବୋଲି ଏହି ଘଟଣାଗୁଡ଼ିକ ସୂଚାଉଛି। ଅନ୍ୟପକ୍ଷରେ ଗୁଜରାଟରେ ମଦ ବିକ୍ରି ହୁଏ ନାହିଁ ବୋଲି ଦାବି କରି ତାହାକୁ ଭାରତର ‘ଡ୍ରାଏ ଷ୍ଟେଟ୍‌’ ଆଖ୍ୟା ଦିଆଯାଇଛି। କିନ୍ତୁ ସେହି ରାଜ୍ୟରୁ ଜବତ ମାଦକ ଦ୍ରବ୍ୟର ପରିମାଣକୁ ଦେଖିଲେ ମନେହେଉଛି ଯେପରି ଗୁଜରାଟ ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ। ଫୋର୍ବସ୍‌ ମାଗାଜିନ ପକ୍ଷରୁ କରାଯାଇଥିବା ବିଶ୍ୱର ଧନୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଆଦାନୀ। ହେଲେ ତାଙ୍କ ଦ୍ୱାରା ପରିଚାଳିତ ଏହି ବନ୍ଦରରୁ ବାରମ୍ବାର ନିଶାଦ୍ରବ୍ୟ ଜବତ ହେବା ହେତୁ ମନେହେଉଛି ଯେପରି ଧନ ବଳରେ ପ୍ରଶାସନ ଓ ଆଇନ ବ୍ୟବସ୍ଥାକୁ ହାତେଇ ନେଇ ଦେଶର ଯୁବପିଢ଼ିର ପ୍ରବଳ କ୍ଷତି ଘଟାଯାଉଛି। ଏଭଳି ମାରାତ୍ମକ କାର୍ଯ୍ୟକୁ ଯେକୌଣସି ସଂଗଠନ ବା ରାଜନୈତିକ ବ୍ୟକ୍ତି ସମର୍ଥନ କରୁଛନ୍ତି, ସେମାନେ ଏବେ ସର୍ବୋଚ୍ଚ ଦେଶ ବିରୋଧୀ ଭାବେ ଗଣାହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri