ଅର୍ଥନୀତି ଓ ଜଳବାୟୁ ବିପ୍ଳବ

ଟମ୍‌ ବ୍ରୁକେସ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଷ୍ଟ୍ରାଟେଜିକ କମ୍ୟୁନିକେଶନ, ୟୁରୋପିଆନ କ୍ଲାଇମେଟ ଫାଉଣ୍ଡେଶନ | ଗେର୍‌ନଟ ଓ୍ବାଗନେର, କ୍ଲିନିକାଲ ଆସୋସିଏଟ୍‌ ପ୍ରଫେସର, ଏନ୍‌ଭାଇରନମେଣ୍ଟାଲ ଷ୍ଟଡିଜ୍‌, ନ୍ୟୁୟର୍କ ୟୁନିଭର୍ସିଟି

 

ନିଓକ୍ଲାସିକାଲ ଅର୍ଥନୀତି ଚିନ୍ତାଧାରା କେଉଁଠିି ସୀମିତ ହୋଇ ରହିନାହିଁ। ଏହା ହେଉଛି ଅର୍ଥନୀତିର ଡିଏନ୍‌ଏ। ଜଳବାୟୁ ସଙ୍କଟ ପରିପ୍ରେକ୍ଷୀରେ ଏବେ ବି ଏହାକୁ ସ୍ପଷ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି। ତେବେ ନୂତନ ସିଦ୍ଧାନ୍ତ ଏବଂ ମଡେଲ ସାମ୍ନାକୁ ଆସୁଥିତ୍ବାବେଳେ ଏହି ପୁରୁଣା ରୂଢିବାଦୀ ଚିନ୍ତାଧାରା ଏବେ ବି ଗଭୀର ଭାବେ ବସାବାନ୍ଧି ରହିଛି। ଏଥିରେ ଏତେ ଶୀଘ୍ର ପରିବର୍ତ୍ତନ ହୋଇ ପାରିବ ନାହିଁ। ବିଶ୍ୱ ଆର୍ଥିକ ବ୍ୟବସ୍ଥା ଜଳବାୟୁ ସଙ୍କଟକୁ ବୁଝିବାକୁ ଅସଫଳ ହେଲେ ହେଁ ଏଥିତ୍ପାଇଁ ଏହା ଏକୁଟିଆ ଏକ ପ୍ରଭାବୀ ନୀତଗତ ସମାଧାନ ଯୋଗାଇ ଦେଉଛି। କାରଣ ଏହା ପାଇଁ ବହୁ ଅର୍ଥନୀତିଜ୍ଞ ପ୍ରଚେଷ୍ଟା ଜାରି ରଖିଛନ୍ତି। ସେମାନେ ସମସ୍ୟାକୁ ସହଜରେ ପରିଚାଳନା କରିବାକୁ ପ୍ରୟାସ କରୁଛନ୍ତି। ତେବେ ଜଳବାୟୁ ସଙ୍କଟ ଦୂର କରିବାକୁ ଜଣଙ୍କର ହାରାହାରି କିମ୍ବା ସାମଗ୍ରିକ କାର୍ଯ୍ୟ ବଡ଼ କଥା ନୁହେଁ, କିନ୍ତୁ କ’ଣ ତତ୍‌କାଳୀକ ବିକଳ୍ପ ପଦକ୍ଷେପ ନିଆଯାଇପାରିବ ତାହାର ଆବଶ୍ୟକତା ରହିଛି। ସୀମିତ ଚିନ୍ତାଧାରା ବାସ୍ତବରେ ଛୋଟ ଛୋଟ ସମସ୍ୟା ସହଜରେ ସମାଧାନ କରିପାରେ। କିନ୍ତୁ ସମାଜର ସବୁ କ୍ଷେତ୍ରକୁ ଛୁଉଁଥିବା ଓ ସମସ୍ତେ ଭୋଗୁଥିବା ମସସ୍ୟାକୁ ଦୂର କରିବା ଲାଗି ସୀମିତ ଚିନ୍ତାଧାରା ଯଥେଷ୍ଟ ନୁହେଁ। ଏଥିପାଇଁ ସାମଗ୍ରିକ ପଚେଷ୍ଟା ଲୋଡା। ଅର୍ଥନୀତଜ୍ଞମାନେ ମଧ୍ୟ ଏହାର ଉପଯୁକ୍ତତା ସହ ଯର୍ଥାଥତାକୁ ସମାନ ଭାବେ ଦେଖିବାକୁ ଚେଷ୍ଟା କରୁଛନ୍ତି। ନୀତିନିର୍ଦ୍ଧାରଣ କ୍ଷେତ୍ରରେ ଆର୍ଥିକ ବ୍ୟବସ୍ଥାର ଶକ୍ତି ଏହାର ଉପଯୋଗର ଚାହିଦା ଉପରେ ନିଭର୍ର୍ର କରେ। ଯେଉଁମାନେ ଅତି ଦରକାରୀ ଲାଭ ପାଇପାରୁନାହାନ୍ତି ସେମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତି ଯୁକ୍ତିଯୁକ୍ତ ମନେ ହେଉ ନାହିଁ। ଜଳବାୟୁ ସଙ୍କଟ ଦୂର କରିବାରେ ଅର୍ଥନୀତିଜ୍ଞଙ୍କର ସମନ୍ବୟ ଚିନ୍ତାଧାରର ମଧ୍ୟ ଅଭାବ ରହୁଛି। ଏଣୁ ସେମାନେ ଏବଂ ସେମାନଙ୍କ ମଡେଲ ଜଳବାୟୁ ବିପଦ ଏବଂ ଅନିର୍ଦ୍ଦିଷ୍ଟତାକୁ ଅଣଦେଖା କରୁଛନ୍ତିି। ଏହା ସହ ସମ୍ଭାବ୍ୟ ଜଳବାୟୁର ପରିବର୍ତ୍ତନ ଜନିତ ପରିଣାମ ଓ ତା’ସହ ଜଡିତ ସାମାଜିକ ପ୍ରତିକ୍ରିୟାକୁ ବି ଅଣଦେଖା କରାଯାଉଛି। ଏକ ସମନ୍ବିତ ଢାଞ୍ଚାରେ, ଜଳବାୟୁ ସମସ୍ୟା ଏବଂ ଏବକାର ସାଧନର ବ୍ୟବସ୍ଥାରେ ଅର୍ଥନୀତିଜ୍ଞଙ୍କର ମତଭେଦ ରହିଛି ବୋଲି ଜଣେ ଯଦି ଭାବିବ ତେବେ ତାହାକୁ ଅଣଦେଖା କରିବା ଲାଗି ବାଟ ପରିଷ୍କାର ହୋଇଯିବ। ହଁ,ସମନ୍ବିତ ଅବସ୍ଥାକୁ ଫେରିବା ଅର୍ଥ ସାଧାରଣ ପରିସ୍ଥିତିକୁ ଫେରିବା। ଏହା ମାନବୀୟ ପ୍ରାଥମିକତା। କିନ୍ତୁ ଅଣଦେଖା ଭାବ ଠିକ୍‌ ନୁହେଁ। ଜୀବାଶ୍ମ ଇନ୍ଧନଠୁ ପର୍ଯ୍ୟାୟକ୍ରମେ ଦୂରେଇ ବିଶ୍ୱ ଜଳବାୟୁରେ ସ୍ଥିରତା ଆଣିବାର ଆବଶ୍ୟକତାର ଏହା ନିଶ୍ଚିତ ଭାବେ ବିପରୀତ କୁହାଯାଇପାରେ। କାର୍ବନ ଡାଇଅକ୍ସାଇଡ ଏବଂ ଅନ୍ୟ ଗ୍ରୀନ୍‌ ହାଉସ୍‌ ଗ୍ୟାସ ବା ସବୁଜ ଗୃହ ବାଷ୍ପ ନିର୍ଗମନ କମ୍‌ କରିବାର ଯେଉଁ ପଦକ୍ଷେପ ନିଆଯାଉଛି ସେଥିରେ କ’ଣ ଲାଭ ମିଳିଛି ତାହା ବିଶ୍ଳେଷଣ କଲାବେଳେ ଏହି ସବୁ ବାଧାଗୁଡ଼ିକ ସାମ୍ନାକୁ ଆସିଛି।
ପାରମ୍ପରିକ ଚିନ୍ତାଧାରା ଧୀରେ ଧୀରେ କାବର୍ର୍ନ ଡାଇଅକ୍ସାଇଡ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଏ। ତେବେ ଏହି ସିଦ୍ଧାନ୍ତରୁ ଜଣାପଡୁଛି ଯେ, ଜଳବାୟୁ ପରିବର୍ତ୍ତନର ଖରାପ ପରିଣାମ ଭବିଷ୍ୟତରେ ଆମକୁ ଭୋଗିବାକୁ ପଡ଼ିବ। ନିର୍ଗମନ କମ୍‌ କରିବା ଦ୍ୱାରା ସମ୍ଭାବ୍ୟ ଲାଭକୁ ଅଣଦେଖା କରାଯାଉଥିବାବେଳେ ଜଳବାୟୁ ଜନିତ କ୍ଷତି ବହୁ ସମୟରେ ଆକଳନଠାରୁ ଅଧିକ ରହୁଛି। ତେବେ ପୁରୁଣା ଚିନ୍ତାଧାରା ବଦଳରେ ଏବେ ଯୁବ ଗବେଷକମାନେ ନୂତନ ସିଦ୍ଧାନ୍ତ ପାଇଁ ଆଗଉଛନ୍ତି । ହେଲେ ସେମାନଙ୍କୁ ଏକ କଠିନ ପରିସ୍ଥିତିରେ କାମ କରିବାକୁ ପଡୁଛି। କିନ୍ତୁ ସେମାନେ ଯାହାକୁ ସବୁଠୁ ଭଲ କାମ ବୋଲି ମନେ କରୁଛନ୍ତି ତାହାକୁ ପ୍ରକାଶ କରିପାରୁ ନାହାନ୍ତି। ଅପ୍ରଚଳିତ ନିଓକ୍ଲ୍ଲାସିକାଲ ମଡେଲର ସହାୟତା ବିନା ସେମାନଙ୍କ ନୂଆ ବିଚାରର ବୈଧତାକୁ ପ୍ରଦର୍ଶନ କରି ପାରୁ ନାହାନ୍ତି। ସବୁ ଏକାଡେମିକ ଅଥନୀତିର ଢାଞ୍ଚା ନିଶ୍ଚିତ କରେ ଯେ, ଅଦ୍ୟାବଧି ଏଭଳି ସୀମିତ ବିଚାର ପ୍ରଭାବଶାଳୀ ହୋଇ ରହିଛି। ଏଣୁ ଏହା ଉପରେ ପୂର୍ବରୁ ବୈଜ୍ଞାନିକମାନଙ୍କ ଆଲେଖ୍ୟକୁ ପଢି ବୁଝି ମତ ପ୍ରକାଶ କରିବାକୁ ହେବ। ସବୁଠୁ ପ୍ରଭାବୀ ସିଦ୍ଧାନ୍ତ ବା ବିଚାରକୁ ଗ୍ରହଣ କରିବାକୁ ପଡ଼ିବ। ଏଥିତ୍ପାଇଁ ୮୦/୨୦ନିୟମ ( ୨୦% କାର୍ଯ୍ୟର ୮୦% ପରିଣାମ ପ୍ରାପ୍ତ ହେବା) ଅନୁସରଣ କରିବାକୁ ହେବ। ଅଧିକାଂଶ କ୍ଷେତ୍ରରେ ଉପସ୍ଥାପିତ ପ୍ରତିଷ୍ଠିତ ଆଲେଖ୍ୟକୁ ଦୃଢ ଭାବେ ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ଏହି ସମୟରେ ଏକ ଅସ୍ପଷ୍ଟ ଚିନ୍ତାଧାରାକୁ ଯାଞ୍ଚ କରି ନୂଆ ଚିନ୍ତାଧାରାକୁ ସାମ୍ନାକୁ ଆଣିବା ଲାଗି ଚେଷ୍ଟା ଜାରି ରହିଛି ଓ ଏହା କରିବା ଆବଶ୍ୟକ ମଧ୍ୟ।
କହିବା ବାହୁଲ୍ୟ ଯେ, ସମଗ୍ର ସନ୍ଦର୍ଭର ଢାଞ୍ଚାକୁ ପରିବର୍ତ୍ତନ କରିବା ଅତି କଷ୍ଟକର । ଏପରିକି ସେତେବେଳେ ଯେଉଁମାନେ ଏଭଳି ମାନକ ଦୃଷ୍ଟିକୋଣ ପ୍ରତିଷ୍ଠା କରିଥିଲେ ସେମାନେ ନିଜେ ଭଲ ଭାବେ ଭବିଷ୍ୟତକୁ ଦେଖିଥିଲେ। କେନ୍ନଥ ଜେ. ଆରୋଙ୍କ କଥା ଦେଖାଯାଉ। କିଭଳି ଜଣେ ଇଚ୍ଛୁକ ବ୍ୟକ୍ତି କମ୍‌ ବା ସୀମିତ କାର୍ଯ୍ୟ କରି ସାମାଜିକ ବିକାଶକୁ ଆଗକୁ ବଢାଇପାରିବ ସେ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରି ସେ ୧୯୭୨ରେ ନୋବେଲ ପୁରସ୍କାର ପାଇଥିତ୍ଲେ। ତାଙ୍କର ଏହି ଅନ୍ବେଷଣମୂଳକ କାର୍ଯ୍ୟ ଅର୍ଥନୀତିଜ୍ଞମାନଙ୍କ ସନ୍ତୁଳନ ଚିନ୍ତାଧାରାକୁ ମଜଭୁତ କରିଥିଲା। ୧୯୮୦ରେ ସେ ସାନ୍ତା ଫେ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରିଥିତ୍ଲେ। ଏହା କମ୍ପ୍ଲେକ୍ସସିଟି ସାଇନ୍ସ ପାଇଁ ବେଶ୍‌ ଜଣାଶୁଣା। ସନ୍ତୁଳନ ଚିନ୍ତାଧାରା ଠାରୁ ବହୁ ଆଗକୁ ଯିବାର ଚେଷ୍ଟା କରିବା ଥିଲା ଏହାର ଉଦ୍ଦେଶ୍ୟ। ଏଭଳି ମାନସିକତା ସ୍ଥାପିତ କରିବା ଲାଗି ସେ ସାହାଯ୍ୟ କରିଥିଲେ। କାରଣ ୧୯୯୦ ଦଶକରେ ବିକଶିତ ପାରମ୍ପରିକ ଜଳବାୟୁ ସମ୍ପର୍କିତ ଅର୍ଥନୀତି ମଡେଲଗୁଡ଼ିକୁ ସନ୍ତୁଳନ ଚିନ୍ତାଧାରା ସମର୍ଥନ କରେ। ପରିବେଶକୁ ସୁଧାରିବାକୁ ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ କମ୍‌ କରିବା ଲାଗି ନିଆଯାଉଥିବା ପଦକ୍ଷେପ ଏବଂ ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ସମନ୍ବୟ ରହିଛି ବୋଲି ଏହି ମଡେଲଗୁଡ଼ିକ ବିଶ୍ୱାସ କରେ। ଜଳବାୟୁ ନୀତି ଏବେ ବି ଲାଭପ୍ରଦ ହୋଇପାରିବ। ଜଳବାୟୁ ପରିବର୍ତ୍ତନ ଅର୍ଥବ୍ୟବସ୍ଥାକୁ ପଥଚ୍ୟୁତ କରିବାରେ ଏହା ଯେଉଁ କ୍ଷତି କରୁଛି ତାହାକୁ ଯଦି ଆମେ ଗ୍ରହଣ କରିବା ତେବେ ଏହା ସମ୍ଭବ ହୋଇପାରିବ।
ପାରମ୍ପରିକ ଦୃଷ୍ଟିକୋଣର ପୃଷ୍ଠଭୂମିରେ, ନିକଟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଏବଂ ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା ଦ୍ୱାରା କରାଯାଇଥିତ୍ବା ଘୋଷଣା କିଛି କମ୍‌ ବୈପ୍ଳବିକ ନୁହେଁ। ଏବେ ଉଭୟ ସଂସ୍ଥା ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଦ୍ୱାରା ଉଚ୍ଚ ଅଭିବୃଦ୍ଧି ହାସଲ ହେବା ସହ ଅଧିକ ନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ନିଶ୍ଚିତ ରହିଛନ୍ତି। ଏହି ସିଦ୍ଧାନ୍ତ ପୂରା ସ୍ପଷ୍ଟ। ଜଳବାୟୁ ନୀତି ଜୀବାଶ୍ମ ଇନ୍ଧନ ସେକ୍ଟରଠାରୁ କ୍ଲିନ ଏନର୍ଜି ସେକ୍ଟର ବା ବିଶୁଦ୍ଧ ଶକ୍ତି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରେ। କ୍ଷତିର ବିପରୀତରେ ନିବେଶ କରିବାକୁ ଏହା ଆମକୁ ସ୍ମରଣ କରିଦିଏ। ଏହି କାରଣରୁ ଆମେରିକାରେ ୨ ଟ୍ରିଲିୟନ ଡଲାରର ଭିତ୍ତିଭୂମି ପ୍ୟାକେଜ ପାଇଁ ପ୍ରସ୍ତାବ ରଖାଯାଇଛି। ଏହା ଆର୍ଥିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ବଢାଇବା ଲାଗି କରାଯାଇଥିବା ଆଶା କରାଯାଉଛି। କାର୍ବନ ପ୍ରାଇସିଂ ବା ସବୁଜ ଗୃହ ବାଷ୍ପର ପରବେଶଗତ କ୍ଷତିକୁ ଆକଳନ କରିବାର ପଦ୍ଧତି ହିଁ ନିଯୁକ୍ତି କିମ୍ବା ସାମଗ୍ରିକ ଆର୍ଥିକ ଅଭିବୃଦ୍ଧିକୁ କ୍ଷତି ନ କରି ନିର୍ଗମନ କମ୍‌ କରିପାରିବ ବୋଲି ଜଣାପଡୁଛି। କିନ୍ତୁ ବାସ୍ତବରେ ବିଶ୍ୱରେ ଗ୍ରହଣ କରାଯାଇଥିତ୍ବା ନୀତି ଶୀଘ୍ର ନିର୍ଗମନ ହ୍ରାସ କରୁନାହିଁ। ଏଣୁ ଏହି ନୀତିକୁ ମଜଭୁତ କରିବାକୁ ପଡ଼ିବ।
ବହୁ ବର୍ଷ ପୂର୍ବେ ପରିସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ସାହାଯ୍ୟ କରୁଥିତ୍ବା ନୀତିଗୁଡ଼ିକୁ ରଦ୍ଦ କରିବା ଲାଗି ମାନକ ମଡେଲଗୁଡ଼ିକ ଉପଯୋଗ କରାଯାଉଛି। ଏବକାର ଆର୍ଥିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରି ଜଳବାୟୁ ସଙ୍କଟକୁ କିଛିଟା ସୁଧାରି ହୋଇ ପାରନ୍ତା। କିନ୍ତୁ ସମ୍ପ୍ରତି ପରିବର୍ତ୍ତନ ପାଇଁ ବୁଝାମଣା କରିବାକୁ ଆମେ ସକ୍ଷମ ହୋଇପାରୁନାହଁୁ। ଭଲ ଖବର ହେଉଛି, ରାଜନୈତିକ କ୍ଷେତ୍ରରେ ଶୀଘ୍ର ପରିବର୍ତ୍ତନ ହେଉଛି। ଗ୍ରୀନ୍‌ ହାଉସ ଗ୍ୟାସ ଜନିତ କ୍ଷତି କମାଇବା ଲାଗି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରାଯାଉଛି। ଖରାପ ଖବର ହେଉଛି ନିଓକ୍ଲାସିକାଲ ଅର୍ଥନୀତିର ଢାଞ୍ଚା ଏବେ ସୁଦ୍ଧା ବିକାଶରେ ବାଧକ ସାଜିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri