ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ):କ୍ରିପ୍ଟୋ କରେନ୍ସିରେ ନିବେଶ ଆଳରେ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ର଼୍ୟାକେଟର ଭାରତ ମୁଖ୍ୟ ତଥା ରାଜସ୍ଥାନ ଅନୁପଗଡ଼ର ପୂର୍ବତନ କନ୍‌ଷ୍ଟେବଳ ବେଦ ପ୍ରକାଶ ଏବଂ ଓଡ଼ିଶା ମୁଖ୍ୟ ସୁନ୍ଦରଗଡ଼ର ସୁଧୀର ପଟେଲ। ଗତ ବୁଧବାର ରାଜସ୍ଥାନରୁ ବେଦ ପ୍ରକାଶଙ୍କୁ ଗିରଫ ପରେ ଅନୁପଗଡ଼ ଏସିଜେଏମ୍‌ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଅଭିଯୁକ୍ତଦ୍ୱୟଙ୍କଠାରୁ ଠକେଇ ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ ହୋଇଛି। ସୋମବାର ଉଭୟଙ୍କୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଠକେଇର ଶିକାର ପ୍ରେମ ସାଗର ଖମାରୀଙ୍କ ଏତଲାକ୍ରମେ ୨୦୨୩ ଡିସେମ୍ବର ୭ରେ ଇଓଡବ୍ଲ୍ୟୁ ଏ ସଂକ୍ରାନ୍ତରେ ମାମଲା (ନଂ.୨୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବେଦ ପ୍ରକାଶ ରାଜସ୍ଥାନ ପୋଲିସ ବିଭାଗରେ କନ୍‌ଷ୍ଟେବଳ ଥିଲେ। ୫ ବର୍ଷର ଚାକିରି ପରେ ଦୁର୍ନୀତି ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିଲା। କ୍ରିପ୍ଟୋ ନିବେଶରେ ବେଦ ପ୍ରକାଶ ନିଜକୁ ଭାରତ ମୁଖ୍ୟ ଓ ସୁଧୀର ଓଡିଶା ମୁଖ୍ୟ ବୋଲି କହୁଥିଲେ। ଅଭିଯୁକ୍ତମାନେ ୨୦୨୨ରେ ଓଡ଼ିଶାର ବିଭିନ୍ନ ହୋଟେଲ ଆଦିରେ ଇଭେଣ୍ଟ କରି ଲୋକଙ୍କୁ ନିବେଶ ଆଳରେ ଭୁଆଁ ବୁଲାଉଥିଲେ। ବିଶେଷକରି କମ୍ପ୍ୟୁଟରରେ ଜ୍ଞାନ ନ ଥିବା ସ୍ବଳ୍ପ ଶିକ୍ଷିତ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କଲେ ବହୁଗୁଣ ଲାଭ ସହ ଟଙ୍କା ଦୁଇଗୁଣା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଇଏନ୍‌ଜି କ୍ରିପ୍ଟୋ, ୟୁଏସ୍‌ବିଟି କ୍ଲବ୍‌ ଆଦି କ୍ରିପ୍ଟୋ ଏଜେନ୍ସି ଜରିଆରେ ଟଙ୍କା ନିବେଶ କରୁଥିବା ଅଭିଯୁକ୍ତମାନେ କହୁଥିଲେ। ବିଶ୍ୱାସ ଜନ୍ମାଇବାକୁ ଲାଭ ବାବଦକୁ ପ୍ରଥମ କିଛି ମାସ ଅଳ୍ପ ପରିମାଣର ଟଙ୍କା ଦେଇଥିଲେ। ହେଲେ କୌଣସି କ୍ରିପ୍ଟୋ କରେନ୍ସିରେ ସେମାନେ ନିବେଶ ନ କରି ଟଙ୍କା ହଡ଼ପ କରିଥିଲେ। ଅଭିଯୁକ୍ତଙ୍କ ଜରିଆରେ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଆଦି ଜିଲାରେ ୫୦୦ ନିବେଶକାରୀ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇର ଶିକାର ହୋଇଛନ୍ତି। ଏପରିକି ମହାରାଷ୍ଟ୍ରକୁ ମଧ୍ୟ ଏହି ଠକେଇର ଚେର ଲମ୍ବିଛି। ଠକେଇ ସଂକ୍ରାନ୍ତରେ ମହାରାଷ୍ଟ୍ର ପୋଲିସକୁ ଜଣାଇବ ଇଓଡବ୍ଲ୍ୟୁ। ଏଥିସହ ଠକେଇର ଶିକାର ଅନ୍ୟ ଲୋକମାନେ ଟୋଲ ଫ୍ରି ନଂ. (୧୮୦୦୩୪୫୭୧୦୩) ଜରିଆରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri