ଇକୋ-ଟଏଲେଟ୍‌ରେ ୩ ବର୍ଷ ହେଲା ତାଲାପଡ଼ିଛି

ପଟ୍ଟାମୁଣ୍ଡାଇ,୨୫।୪: (ସ୍ବ.ପ୍ର.) ସ୍ବଚ୍ଛ ଭାରତ ପାଇଁ କେନ୍ଦ୍ର ସରକାର ଅର୍ଥ ଖର୍ଚ୍ଚ କରିବା ସହ ସ୍ବଚ୍ଛତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ତଥାପି ଏସବୁର ପ୍ରଭାବ ଓ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ବାହାରେ ଶୌଚ ନ କରିବା ପାଇଁ ଲୋକଙ୍କୁ ବୁଝାଇବା ସହ ସେମାନଙ୍କ ବ୍ୟବହାର ପାଇଁ ଜନଗହଳି ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଛି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଶୌଚାଳୟ ଲୋକଙ୍କ କାମରେ ଲାଗୁନାହଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସହରର ଗଳିକନ୍ଦିରେ। ଇକୋ- ଟଏଲେଟ୍‌ ନିର୍ବାଣକୁ ୩ ବର୍ଷ ହୋଇଥିଲେ ହେଁ ତାଲା ପଡ଼ିରହିଛି।
କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ପଟ୍ଟାମୁଣ୍ଡାଇ। ପ୍ରତିଦିନ ଏଠାକୁ ବେପାର ବଣିଜ ପାଇଁ ଆଖାପାଖି ୫ଟି ବ୍ଲକର ଶତାଧିକ ଲୋକ ନିର୍ଭର କରିଥା’ନ୍ତି। ଏଠାରେ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ବ୍ଲକ ଅଫିସ, ପୋଷ୍ଟ ଅଫିସ ଭଳି ସରକାରୀ କାର୍ଯ୍ୟାଳୟ ଓ ଅନେକ ବ୍ୟାଙ୍କ ଆଦି ରହିଛ। ଜନସାଧାରଣଙ୍କ ସୁବିଧା ଓ ସହରର ସ୍ବଚ୍ଛତା ନିମନ୍ତେ ୨୦୨୦ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୦ଟି ଇକୋ-ଟଏଲେଟ୍‌ ନିର୍ମାଣ କରାଯାଇଥିଲା। ଏହି ଇକୋ ଟଏଲେଟ୍‌ କାର୍ଯ୍ୟକୁ ମହାରାଷ୍ଟ୍ରର ଏକ ଠିକା ସଂସ୍ଥା ନିର୍ମାଣ କରିଥିବା ବେଳେ ପ୍ରତ୍ୟେକ ଇକୋ-ଟଏଲେଟ୍‌ରେ ୭ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ହୋଇଛି। ମାତ୍ର ଏହି ଟଏଲେଟ୍‌ ନିର୍ମାଣର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ତାଲା ପଡ଼ିରହିଛି। ଏ ନେଇ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଶୌଚାଳୟଗୁଡ଼ିକ ତିଆରି ହେବା ପରଠାରୁ ସେଠାରେ ତାଲା ଝୁଲୁଛି। ବ୍ୟବହାର ପାଇଁ ଲୋକେ ଚାବି ଖୋଜି ପାଉ ନ ଥିବା ଅଭିଯୋଗ ହେଉଛି। ଲୋକଙ୍କ ବ୍ୟବହାର ଉଦ୍ଦେଶ୍ୟରେ ତିଆରି ହୋଇଥିବା ଶୌଚାଳୟ କାମରେ ଆସୁ ନ ଥିବାରୁ ସରକାରୀ ଅର୍ଥର ଅପବ୍ୟବହାର ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହାକୁ ଲୋକଙ୍କ ବ୍ୟବହାରରେ ଲଗାଇବାକୁ ଆଇନଜୀବୀ ପ୍ରମୋଦ ସାହୁ, ଭବାନୀ ଶଙ୍କର ପଣ୍ଡା, ସାମାଜିକ କର୍ମୀ ପ୍ରବୀର ନାୟକ, ସୂର୍ଯ୍ୟ ସିଂଘମ ଦାଶ, ବଣିକ ସଂଘ ସଭାପତି ଗୋପୀନାଥ କର, ବିକାଶ ପରିଷଦ ସଭାପତି ଗୋପୀବଲ୍ଲବ ନାୟକ, ସମ୍ପାଦକ ଗୋପୀବଲ୍ଲବ ତ୍ରିପାଠୀ ପ୍ରମୁଖ ଏହାକୁ ଖୋଲିବା ସହ ଅର୍ଥ ହେରଫେରର ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ତ ଇକୋ-ଟଏଲେଟ୍‌ କାର୍ଯ୍ୟକ୍ଷମ ହୋଇ ରହିଛି। କ’ଣ ପାଇଁ ବନ୍ଦ ରହିଛି ସେଠାକୁ ଯାଇ ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ

ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri