ଗଛମୂଳ, ରାସ୍ତା କଡ଼ରେ ଚାଲିଛି ଡ୍ୟୁଟି

ରାଉରକେଲା,୧୭ା୬(ଦିନେଶ ମିଶ୍ର) ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ଜନସଂଖ୍ୟା ସାଙ୍ଗକୁ ଗାଡିମୋଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟସିଟି ପକ୍ଷରୁ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଟ୍ରାଫିକକୁ ଅଣଦେଖା କରାଯାଉଛି। ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକରେ ଟ୍ରାଫିକ ପୋଲିସଙ୍କ ପାଇଁ କୌଣସି ଟ୍ରାଫିକ ପୋଷ୍ଟ ନ ଥିବାରୁ ସେମାନେ ରାସ୍ତାକଡ଼ ଗଛମୂଳ ନଚେତ ଖୋଲା ଆକାଶ ତଳେ ଛିଡା ହୋଇ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ଢିଲା ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁ କମ୍‌ ବୟସର ପିଲାମାନେ ଦ୍ରୁତବେଗରେ ଗାଡ଼ି ଚାଳନା କରିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି।
୨୦୧୬ ସେପ୍ଟେମ୍ବର ୨୦ ତାରିଖରେ ରାଉରକେଲା ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ଟ୍ରାଫିକ ବ୍ୟବସ୍ଥାକୁ ତ୍ୱରାନିତ କରିବା ପାଇଁ ବିଭିନ୍ନ ଛକରେ ୨୨ଟି ଟ୍ରାଫିକ ପୋଷ୍ଟ୍‌ ବ୍ୟବସ୍ଥା କରାଯାଇଥିଲା। ସହରର ବିଶ୍ରା ଛକ, ଟ୍ରାଫିକ ଗେଟ୍‌, ଉଦିତନଗର, ପାନପୋଷ, ଛେଣ୍ଡ, ରେଲୱେ ଷ୍ଟେଶନ ଭଳି ପ୍ରମୁଖ ଛକମାନଙ୍କରେ ଏହି ପୋଷ୍ଟ କରାଯାଇଥିଲା। ସମୟକ୍ରମେ ବିଭାଗୀୟ ଅଣଦେଖା ମନୋଭାବ ଯୋଗୁ ବିଭିନ୍ନ ଛକରେ ଟ୍ରାଫିକ ପୋଷ୍ଟ ଗୁଡିକ ନଷ୍ଟ ହୋଇଯାଇଥିଲା। ଫଳରେ ଦୀର୍ଘଦୀନ ଧରି ଖତ ଖାଉଥିବା ଟ୍ରାଫିକ ପୋଷ୍ଟଗୁଡିକୁ ସ୍ଥାନୀୟ ସ୍ମାର୍ଟସିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ଉଠାଇ ନିଆଯାଇଥିଲା। କିନ୍ତୁ ଟ୍ରାଫିକ ପୋଲିସ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିଲା। ଏଭଳି ପରିସ୍ଥିତିରେ ଟ୍ରାଫିକ ପୋଷ୍ଟରେ ଛିଡାହୋଇ ଟ୍ରାଫିକ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। ସ୍ମାର୍ଟସିଟିରେ କାର୍ଯ୍ୟରତ ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏପରକି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସମାନଙ୍କ ପାଇଁ କୌଣସି ଟ୍ରାଫିକ ପୋଷ୍ଟ ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ରାସ୍ତାକଡ ଓ ଗଛମୂଳ ନଚେତ ଖୋଲା ଆକାଶତଳେ ଛିଡା ହୋଇ ଡ୍ୟୁଟି କରୁଛନ୍ତି।
ଏଭଳି ପରିସ୍ଥିତିରେ ସେକ୍ଟର-୩ ଟ୍ରାଫିକ୍‌ ଛକରେ ଦୁଇ ସପ୍ତାହ ତଳେ ଜଣେ ଟ୍ରାଫିକ ପୋଲିସ ପ୍ରବଳ ଖରାରେ କାର୍ଯ୍ୟରତ ବେଳେ ଅସୁସ୍ଥ ହୋଇପଡିଥିଲେ। ସେହିପରି ପାନପୋଷ ହକି ଛକ, ବେଦବ୍ୟାସ, ଉଦିତନଗର ଛକରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ପ୍ରବଳ ଖରା ଓ ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ସେଠାରେ ଥିବା ବ୍ୟବସାୟୀଙ୍କ ଦୋକାନ ତଳେ ରହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏମିତିକି ଟ୍ରାଫିକ ପୋଲିସଙ୍କ ପାଇଁ କୌଣସି ପାନୀୟ ଜଳ, ସିଙ୍ଗନାଲ ବ୍ୟବସ୍ଥା ନାହିଁ। ଆଗକୁ ବର୍ଷାଦିନ ଆସୁଥିବାବେଳେ ବିଭିନ୍ନ ଛକରେ ଟ୍ରାଫିକ ନିୟନ୍ତ୍ରଣ କିଭଳି ହେବ ସେ ନେଇ ସାଧାରଣରେ ଚିନ୍ତାପ୍ରକାଶ ପାଇଛି। ଏ ନେଇ ରାଉରକେଲା ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ଟ୍ରାଫିକ ପୋଲିସ ପାଇଁ ପୋଷ୍ଟ ବ୍ୟବସ୍ଥା ଏକ ମୁଖ୍ୟ ସମସ୍ୟା ସାଜିଛି। ସ୍ମାର୍ଟସିଟି ପକ୍ଷରୁ ବର୍ତ୍ତମାନ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଛକରେ ନୂତନ ପୋଷ୍ଟ ସହ ଟ୍ରାଫିକ୍‌ ଭାଓଲେଶନ ଡିଟେକ୍‌ଶନ ସିଷ୍ଟମ (ଟିଭିଡିଏସ୍‌) ଲାଗିଛି। ଏଥିସହ ୧୧୦ଟି ସ୍ଥାନରେ ୪୭୪ଟି ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଆଗାମୀ ୩ ମାସ ଭିତରେ ଏହା କାର୍ଯ୍ୟକାରୀ ହେଲେ ଉକ୍ତ ସମସ୍ୟା ଦୂର ହେବ ବୋଲି ଭୋଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?