ଧୂଳି ଉଡ଼ି ନଷ୍ଟ ହେଉଛି ପରିଶ୍ରମର ଫସଲ

ଉମରକୋଟ, ୨୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଉମରକୋଟ ଦେଇ ରାଇପୁରରୁ ବିଶାଖାପାଟଣା ଭାରତମାଳା ରାସ୍ତାର ନିର୍ମାଣ କାମ ଜୋର୍‌ସୋରରେ ଚାଲିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଦୈନିକ ଏହି ରାସ୍ତା କାର୍ଯ୍ୟରେ ୫୦୦ରୁ ଊଦ୍ଧର୍‌ବ ଟ୍ରକ୍‌, ଟିପ୍ପର ଭଳି ବଡ଼ବଡ଼ ଯାନବାହନ ଓଭରଲୋଡିଂ କରି ଅତି ଦ୍ରୁତଗତିରେ ଯାଉଛି। ଧୂଳି ଧୂସରରେ ଉମରକୋଟବାସୀ ଅତିଷ୍ଠ ହୋଇପଡିଲେଣି। ଏହି ଟ୍ରକ୍‌ ଯାଉଥିବା ରାସ୍ତାରେ ଧୂଳି ନ ଉଡ଼ିବା ପାଇଁ ପାଣି ଲଗାତର ଛିଞ୍ଚତ୍ବାର ନିୟମ ରହିଛି। କିନ୍ତୁ ଏହି ନିୟମକୁ ଠିକ୍‌ଭାବେ ପାଳନ କରାଯାଉ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ବର୍ତ୍ତମାନ ଏହି ରାସ୍ତାର ଧୂଳି ଉଡ଼ି ମକା ଫସଲ ନଷ୍ଟ ହେଇଥିବା ଅଭିଯୋଗ କରିଛନ୍ତି ଚାଷୀ।
ଉମରକୋଟ ବ୍ଲକ ଅଧୀନ ବଡ଼କୁମାରୀ ପଞ୍ଚାୟତ ଅଧୀନରେ ଆସୁଥିବା ଭାଲୁସାହି ଗ୍ରାମରେ ମକା ଫସଲ ନଷ୍ଟ ହୋଇଯାଇଥିବା ସେହି ଗ୍ରାମର ଚାଷୀ ଜଗ ସାନ୍ତା ଅଭିଯୋଗ କରିଛନ୍ତି। ଟଙ୍କା କରଜ ଆଣି ବହୁ ପରିଶ୍ରମ କରି ମକାଚାଷ କରିଥିଲେ। ଗଛ ବି ପ୍ରାୟ ୨ ଫୁଟ ହେଲାଣି। କିନ୍ତୁ ଜମି ଦେଇ ଯାଇଥିବା ରାସ୍ତାରେ ଭାରତମାଳା ଯୋଜନା କାମରେ ନିୟୋଜିତ ଟ୍ରକ୍‌ ଯାଇ ଧୂଳି ଉଡ଼ି ଗଛ ଉପରେ ପଡୁଛି। ତେଣୁ ଗଛ ଆଉ ବଢ଼ୁନି ବୋଲି ଜଗ କହି ଚିନ୍ତାବ୍ୟକ୍ତ କରିଛନ୍ତି। ଗ୍ରାମ ନିକଟରେ ଥିବା ଭାରତମାଳାର କ୍ୟାମ୍ପରେ ଟ୍ରକ୍‌ ଡ୍ରାଇଭର ଓ ଉପସ୍ଥିତ ଅଧିକାରୀଙ୍କୁ ପାଣି ପକାଇବା ପାଇଁ ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନ ଥିବା ଜଗ ଅଭିଯୋଗ କରିଛନ୍ତି। ରାସ୍ତା କାମକୁ ବିରୋଧ ନୁହେଁ ବରଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ କାର୍ଯ୍ୟକୁ ପ୍ରତି ବିରୋଧ କରୁଛୁ ବୋଲି ଅଞ୍ଚଳବାସୀ କହିଛନ୍ତି। ଏପରି ବହୁ ମକା, ପରିବା ଓ ଧାନ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ତୁରନ୍ତ ଅଧିକାରୀ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଏକ ବଡ଼ ଧରଣର ଜନ ଆନ୍ଦୋଳନକୁ ଏଡ଼ାଇ ନ ଯାଇପାରେ। ଏବିଷୟରେ ଉମରକୋଟ ତହସିଲଦାର ଏନ୍‌. ଜଗଜ୍ଜୀବନ ଚୌଧୁରୀଙ୍କୁ ପଚାରିବାରୁ ଘଟଣା ବିଷୟରେ ଆପଣଙ୍କଠାରୁ ଜାଣିଲି। ଘଟଣାର ତଦନ୍ତ କରି ଭାରତ ମାଳା ଅଧିକାରୀଙ୍କୁ ଏବିଷୟରେ ତାଗିଦ କରାଯିବ। ଧୂଳି କିପରି କମି ପାରିବ ସେ ଦିଗରେ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?