ଉପଜିଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା ଅଫିସ,୨୪।୧୨: ସୁନ୍ଦରଗଡ଼ ଜିଲାକୁ ଭାଗ କରି ରାଉରକେଲା ଓ ବଣେଇ ଜିଲା ଗଠନ ପାଇଁ ଉଠିଥିବା ଦାବିକୁ ବିରୋଧ ତେଜିବାରେ ଲାଗିଛି। ଏହି କ୍ରମରେ ରାଉରକେଲା ଉଦିତନଗର ସ୍ଥିତ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁନ୍ଦରଗଡ ଜିଲା ପେସା ଗ୍ରାମସଭା କୋର୍ଡିନେଶନ କମିଟିର ସଭାପତି ବୁଦ୍ଧିଆ ଜୋଜୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲାର ଲାଠିକଟା, ନୂଆଗାଁ, କୁତ୍ରା ଆଦି ବ୍ଲକର ଶତାଧିକ ଗ୍ରାମବାସୀ ଭାଗ ନେଇ ସୁନ୍ଦରଗଡ ଜିଲାକୁ ଭାଗ ଭାଗ କରିବା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏଥିସହ ଜିଲାରେ ଥିବା ଜଙ୍ଗଲ ଜମି ବେଆଇନ ଅଧିଗ୍ରହଣ ବନ୍ଦ କରିବା, ସୁନ୍ଦରଗଡ ଜିଲାକୁ ଭାଗ ଭାଗ ନ କରିବା, ପେସା ଆଇନ ୧୯୯୬ର ନିୟମକୁ ପାଳନ କରିବା, ଜମିଗୁଡିକୁ ଲିଜ୍‌ରେ ଦେବା ବନ୍ଦ କରିବା ଆଦି ଦାବି କମିଟି ପକ୍ଷରୁ କରାଯାଇଥିଲା।
ଏହି ଅବସରରେ ଜିଲା ପେସା ଗ୍ରାମସଭା କୋର୍ଡିନେଶନ କମିଟି ପକ୍ଷରୁ ଶତାଧିକ ଗ୍ରାମବାସୀ ରାଉରକେଲା ବିଶ୍ରା ଛକରୁ ଏକ ଶୋଭାଯାତ୍ରାରେ ବାହାରି ରାଉରକେଲା ରିଂରୋଡ୍‌ ଦେଇ ପାନପୋଷ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସୁନ୍ଦରଗଡ ଜିଲାକୁ ଭାଗ କରି ରାଉରକେଲା ଓ ବଣେଇ ଜିଲା ଗଠନ ଦାବି ବିରୋଧରେ ପାନପୋଷ ଉପଜିଲାପାଳ ଅଭିମନ୍ୟୁ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଉକ୍ତ ଦାବି ପୂରଣ କରା ନ ଗଲେ କମିଟି ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଭାପତି ଜୋଜୋ ଚେତାବନୀ ଦେଇଥିଲେ। ଏଥିରେ କମିଟିର ଉପସଭାପତି ପିଟର ଟପ୍ନୋ, ସମ୍ପାଦକ ସନ୍ତୋଷ ଓରାମ, ଶୁଖଦାନ ଉନ୍ଦୁଆର, ବିଳାସି ମୁଣ୍ଡାରୀ, ବନ୍ଦନୀ ଓରାମ, ନିସକେନ ସାମଦ, ମାଙ୍ଗରା ଓରାମ, ବିନୋଦ ଟୋପୋ, ସୁଜିତ ଡୁଙ୍ଗଡୁଙ୍ଗ, ଉଇଲିୟମ ମୁଣ୍ଡା, ଅନୀଲ ଟପ୍ପୋଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri