ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୋଟ ମାଙ୍କଡ଼ଛୁଆକୁ ଦେଖିବାକୁ ମିଳୁଛି। ତା ସହିତ କେତେଗୁଡିଏ ବତକ ଛୁଆଙ୍କୁ। ବତକଛୁଆଗୁଡିକ ମା’ଙ୍କଡ଼ ଛୁଆ ସହିତ ଖେଳୁଛନ୍ତି। ତା’ ସହିତ ଶୋଉଛନ୍ତି। ଗୋଟେ ବତକ ତାକୁ ଖୁମ୍ପିଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Innocent is innocent does 💕 pic.twitter.com/RCPJd5t4P2
— Susanta Nanda IFS (@susantananda3) July 20, 2021