ଦୁଇ ଥାନା ପୋଲିସର ଖୋଳତାଡ଼, ମିଳୁନି ସୁରାକ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଭୁବନେଶ୍ୱର କୋଳଥିଆରୁ କୋରାପୁଟ କାର୍‌ ଭଡାରେ ନେଇ ଡ୍ରାଇଭରଙ୍କୁ ହତ୍ୟା ଓ ଗାଡ଼ି ଲୁଟ୍‌ ଘଟଣାକୁ ୨ଦିନ ବିତିଯାଇଛି। ଏହି ଘଟଣାରେ କାର୍‌ ଲୁଟ୍‌ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହିଛି ନା ପୂର୍ବ ଶତ୍ରୁତାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି ତାହାକୁ ନେଇ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଛି। ଖଣ୍ଡଗିରି ଓ ବୋରିଗୁମ୍ମା ଥାନା ପୋଲିସ ଘଟଣାର ଖୋଳତାଡ଼ କରୁଥିଲେ ମଧ୍ୟ ଲୁଟ୍‌ କାର୍‌ କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରୁନି।
ମୃତ ଡ୍ରାଇଭର ହେଉଛନ୍ତି ଖୋର୍ଦ୍ଧା ବେଗୁନିଆର ସୁଧୀର କୁମାର ସାହୁ। ସେ ଭୁବନେଶ୍ୱର ଜାଗମରାରେ ରହି କାର୍‌ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସାଙ୍ଗ ସୌରଭ କୁମାର କହିଛନ୍ତି, ସୁଧୀର ଭଡା ଯିବା ପୂର୍ବରୁ ତାଙ୍କୁ ୨୩ ତାରିଖରେ ଯୋଗଯୋଗ କରିଥିଲେ। କୋଳଥିଆ ଅଞ୍ଚଳରୁ ୨ ଜଣଙ୍କୁ ଭଡାରେ ନେଇ ବାଲିଗୁଡା ଯିବା କଥା କହିଥିଲେ। ଯିବାବେଳେ ସୁଧୀର ତାଙ୍କୁ ଯୋଗଯୋଗ କରୁଥିଲେ। ରାସ୍ତା ପଚାରିବା ସହ ସେ ୨୪ ତାରିଖ ସୁଦ୍ଧା ରାୟଗଡାରେ ପହଞ୍ଚତ୍ଥିବା କହିଥିଲେ। ସେଠାରୁ କୋରାପୁଟ ଯିବାର କାର୍ଯ୍ୟକ୍ରମ ଥିବା ଜଣାଇଥିଲେ। ମାତ୍ର ଏହାପରଠାରୁ ତାଙ୍କର ଫୋନ ଲାଗି ନ ଥିଲା। ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତରଲା ଗ୍ରାମ ନିକଟରୁ ମିଳିଥିଲା। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା ପରେ ସେଠାରେ ଫିଙ୍ଗି ଦେଇ କାର୍‌ ଲୁଟି ନେଇଥିଲେ। ବୋରିଗୁମ୍ମା ପୋଲିସ ମୃତଦେହ ଜବତ କରିବା ସହ ନଂ. ୨୦/୨୧ରେ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ପାଇପାରିନି। ଗୁରୁବାର ସୁଧୀରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସେ କହିଛନ୍ତି।
ଅପରପକ୍ଷରେ ଖଣ୍ଡଗିରି ଥାନା ପୋଲିସ ଖୋଳତାଡ଼ କରୁଥିଲେ ମଧ୍ୟ କିଏ ଭଡାରେ କାର ନେଇଥିଲେ ସେ ନେଇ କୌଣସି ତଥ୍ୟ ହାସଲ କରିପାରି ନାହିଁ। କେବଳ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଥିବା କୁହାଯାଉଛି। ହେଲେ ରାଜଧାନୀରେ ମାଳମାଳ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ନ ପାରିବା କମିଶନରେଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁଧୀରଙ୍କ ସାଙ୍ଗ ସୌରଭ। ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି। ଭଡ଼ାରେ ଯାଉଥିବା ଡ୍ରାଇଭରଙ୍କୁ ହତ୍ୟା କରି କାର୍‌ ଲୁଟ୍‌ ହେଉଥିଲେ ମଧ୍ୟ କମିଶନରେଟ ପୋଲିସ ଘଟଣାକୁ ସେଭଳି ଗୁରୁତ୍ୱର ସହ ଗ୍ରହଣ କରୁ ନ ଥିବାରୁ ରାଜଧାନୀରେ ଏବେ ଏକାଧିକ କାର୍‌ ଲୁଟ୍‌ ଗ୍ୟାଙ୍ଗ୍‌ ସକ୍ରିୟ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?