ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର। ଜିଲାର ୪ ବ୍ଲକରେ ୨ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସବୁଜ ସଙ୍କେତ ମିଳିଛି। ସ୍ଥାନୀୟ ଜିଲା ବିଜେଡି କାର୍ଯ୍ୟାଳୟରେ ସନ୍ଧ୍ୟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଦେଇଛନ୍ତି ବିଧାୟକ ସୁଧୀର କୁମାର ସାମଲ।
ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ଗଁଦିଆ, ସଦର, ଭୁବନ ଏବଂ କାମାକ୍ଷାନଗର ବ୍ଲକରେ ଏହି ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ୬୮ ପଞ୍ଚାୟତ ଅନ୍ତର୍ଗତ ୩୬୨ ଗ୍ରାମର ୩ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ। ଏହି ସମସ୍ତ ପ୍ରକଳ୍ପ ଲାଗି ୨୯୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗଁଦିଆ ବ୍ଲକର ୨୯ ପଞ୍ଚାୟତ ଅନ୍ତର୍ଗତ ୧୬୬ ଗ୍ରାମର ୧ ଲକ୍ଷ ୫୨ହଜାର ୨୧ଜଣ, ସଦର ବ୍ଲକ ଅଧୀନ ୧୨ ପଞ୍ଚାୟତର ୪୬ ଗ୍ରାମର ୩୯ହଜାର ୧୨୫ଜଣ, ଭୁବନ ବ୍ଲକର ୧୮ ପଞ୍ଚାୟତ ଅନ୍ତର୍ଗତ ୧୦୭ ଗ୍ରାମର ୧ ଲକ୍ଷ ୨ହଜାର ୮୭ଜଣ ଏବଂ କାମାକ୍ଷାନଗର ବ୍ଲକର ୧୦ ପଞ୍ଚାୟତ ଅଧୀନ ୪୮ ଗ୍ରାମର ୪୩ହଜାର ୨୬୧ଜଣ ଉକ୍ତ ପ୍ରକଳ୍ପରୁ ପାଣି ପାଇବେ। ବ୍ରାହ୍ମଣୀ ନଦୀର ମନ୍ଦାର ଘାଟରୁ ସମସ୍ତ ପ୍ରକଳ୍ପକୁ ପାଣି ଆସିବ। ସେହିପରି ସଦର ବ୍ଲକର ଅବଶିଷ୍ଟ ଗ୍ରାମ, ଢେଙ୍କାନାଳ ପୌରାଞ୍ଚଳକୁ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଡିପିଆର୍‌ ପ୍ରସ୍ତୁତି ଚାଲିଛି। ଏହି ଅଞ୍ଚଳକୁ ମହାନଦୀରୁ ପାଣି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ବିଧାୟକ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ମହିମାଗାଦି ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର କରିବା ଲାଗି ସ୍ବତନ୍ତ୍ର ଭାବେ ଅନ୍ୟ ଏକ ଜଳଯୋଗାଣ ପ୍ରକଳ୍ପ କରାଯିବ। ଏଥିଲାଗି ୯କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଛି। ଏଥିସହ ଢେଙ୍କାନାଳ ସହରରେ ଥିବା ୫ପୋଖରୀର ଉନ୍ନତୀକରଣ କରାଯିବ। ସହରକୁ ଆକର୍ଷଣୀୟ କରିବାକୁ ୩ ପ୍ରବେଶ ପଥରେ ୩ଟି ମୁଖଶାଳା ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି। ଢେଙ୍କାନାଳ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ, ସଦର ବ୍ଲକ ଅଧ୍ୟକ୍ଷା ପଦ୍ମିନୀ ନାୟକ, ଜିଲା ବିଜେଡି କୃଷକ ସଙ୍ଗଠନ ସଭାପତି ନରୋତ୍ତମ ସାହୁ, ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରା, ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କପିଳାସରେ ହିମାଚଳ ଢାଞ୍ଚାରେ ରୋପ୍‌ୱେ
ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ପ୍ରସିଦ୍ଧ ଶୈବପୀଠ କପିଳାସରେ ଖୁବ୍‌ଶୀଘ୍ର ରୋପ୍‌ୱେ ବ୍ୟବସ୍ଥା ହେବ। ହିମାଚଳ ପ୍ରଦେଶର ହିଲ୍‌ ଷ୍ଟେଶନରେ ଥିବା ରୋପଓ୍ବେ ଢାଞ୍ଚାରେ ଏହାକୁ ପ୍ରସ୍ତୁତ କରାଯିବ। କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ, ଗଁଦିଆ ବ୍ଲକର କପିଳାସ, ଯୋରନ୍ଦା ଏବଂ ସଦର ବ୍ଲକର ସପ୍ତଶଯ୍ୟାକୁ ନେଇ ଇକୋ ଟୁରିଜମ୍‌ ପ୍ରକଳ୍ପ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri