ବୀରାଶାଳରେ ସୁରକ୍ଷିତ ବାଦୁଡ଼ି

କାମାକ୍ଷାନଗର, ୭।୩(ଡି.ଏନ.ଏ.): ପ୍ରକୃତିର ବିଚିତ୍ରମୟ ପ୍ରାଣୀ ମଧ୍ୟରେ ଅନ୍ୟତମ ବାଦୁଡ଼ି। ଉଭୟ ପକ୍ଷୀ ଏବଂ ପଶୁ ପ୍ରବୃତ୍ତିଧାରୀ ଏହି ସ୍ତନ୍ୟପାୟୀ ପ୍ରାଣୀକୁ ପ୍ରକୃତିର ବନ୍ଧୁ ବୋଲି ଆଖ୍ୟା ଦିଆଯାଇଛି। ହେଲେ ଅବାଧ ଶିକାର ପାଇଁ ଏମାନଙ୍କ ବଂଶ ଏବେ ବିପଦରେ। ତେବେ ଗ୍ରାମବାସୀଙ୍କ ମିଳିତ ପ୍ରୟାସରୁ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ପାଲଟିଛି ବାଦୁଡ଼ିଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ। ବନ ବିଭାଗ ଆବଶ୍ୟକ ସହାୟତା ଯୋଗାଇଦେଲେ ଏମାନଙ୍କ ବଂଶ ବଢ଼ିପାରିବ ବୋଲି କହିଛନ୍ତି ଅଞ୍ଚଳବାସୀ।
ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା ସମେତ ବୀରାଶାଳ ଗ୍ରାମର ବଡ଼ ବଡ଼ ଗଛରେ ବାସ କରୁଛନ୍ତି ସହସ୍ରାଧିକ ବାଦୁଡ଼ି। ଅଞ୍ଚଳବାସୀଙ୍କ ଆଧ୍ୟାତ୍ମିକ ବିଶ୍ୱାସ ସହ ଯୋଡ଼ିହୋଇ ରହିଥିବାରୁ ଏହି ରାତ୍ରିଚର ଜୀବ ବେଶ୍‌ ସୁରକ୍ଷିତ। ଗ୍ରାମବାସୀଙ୍କ କହିବା କଥା, ଆସନ୍ନ ବିପଦର ଆଭାସ ପାଇଲେ ବାଦୁଡ଼ିମାନେ ଅନ୍ୟତ୍ର ପଳାଇଥାଆନ୍ତି। ଗ୍ରାମବାସୀ ସୁରକ୍ଷା ଦେଇ ଆସୁଥିବାରୁ ଶିକାରୀଙ୍କ ପ୍ରାଦୁର୍ଭାବ ପ୍ରାୟତଃ ନାହିଁ। ଗଛମୂଳେ କାହାରି ଉପସ୍ଥିତି ଅନୁଭବ କରିବା କ୍ଷଣି ବାଦୁଡ଼ିମାନେ ଚେଁ ଚଁା ହୋଇ ଶବ୍ଦ କରିଥାଆନ୍ତି। ଫଳରେ ଶିକାରୀଙ୍କୁ ଘଉଡ଼ାଇବା ସହଜ ହୋଇଥାଏ। ଦିନସାରା ଗଛରେ ମୁହଁ ତଳକୁ କରି ଝୁଲି ରହୁଥିବା ବାଦୁଡ଼ିମାନେ ସନ୍ଧ୍ୟା ହେଲେ ଏକାଠି ହୋଇ ଖାଦ୍ୟ ଅନ୍ବେଷଣରେ ଅନ୍ଧାର ଆକାଶରେ ଘୂରି ବୁଲିଥାନ୍ତି, ଯାହା ଚମତ୍କାର ଦୃଶ୍ୟ ସୃଷ୍ଟି କରିଥାଏ। ସଞ୍ଜରୁ ବାଦୁଡ଼ିମାନେ ଖାଦ୍ୟ ତଲାସରେ ମାଇଲ ମାଇଲ ବାଟ ଉଡ଼ି ଯାଇଥାନ୍ତି। ଭୋର୍‌ ସମୟରେ ସେମାନେ ପୁଣି ଆବାସସ୍ଥଳୀକୁ ଫେରିଥାନ୍ତି। ବର୍ଷା ଆରମ୍ଭରେ ପ୍ରଜନନ ସହ ଏମାନଙ୍କ ବଂଶବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପକ୍ଷୀଙ୍କ ଭଳି ଡେଣା ଥିଲେ ବି ବାଦୁଡ଼ି ଛୁଆ ଜନ୍ମ କରିଥାନ୍ତି। ବାଦୁଡ଼ିଙ୍କୁ ବୀଜବାହକ ବୋଲି କୁହାଯାଏ। କାରଣ ଏମାନେ ଖାଉଥିବା ସ୍ବାଦିଷ୍ଟ ଫଳର ମଞ୍ଜି ସେମାନଙ୍କ ମଳରେ ବାହାରି ବିଭିନ୍ନ ସ୍ଥାନରେ ପଡ଼ି ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ତେବେ ଗ୍ରାମବାସୀ ଗ୍ରାମ ପରିଧି ମଧ୍ୟରେ ଏମାନଙ୍କୁ ସୁରକ୍ଷା ଦେବାରେ ସମର୍ଥ। ରାତିରେ ଖାଦ୍ୟ ଅନ୍ବେଷଣରେ ବାହାରିବା ପରେ ଶିକାରୀମାନେ ମାଂସ ପାଇଁ ଏମାନଙ୍କୁ ଟାର୍ଗେଟ କରୁଛନ୍ତି। ରାତିରେ ସବୁବେଳେ ଜଗିରହିବା ସମ୍ଭବ ହେଉନାହିଁ। ତେଣୁ ବନ ବିଭାଗ ରାତ୍ରିକାଳୀନ ପାଟ୍ରୋଲିଂ କରିବା, ସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଏବଂ ଶିକାରୀମୁକ୍ତ ପରିବେଶ ସୃଷ୍ଟି କରିପାରିଲେ ବାଦୁଡ଼ିଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି।

ବିପଦ ଆସିଲେ ଜାଣିପାରନ୍ତି
ଦୀର୍ଘବର୍ଷ ହେଲା ଗ୍ରାମର ବଡ଼ ବଡ଼ ଗଛରେ ବାଦୁଡ଼ି ରହି ଆସୁଛନ୍ତି। ୩୦ ବର୍ଷ ତଳେ ଗଁାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଘଟଣ ଘଟିବାର ୫ଦିନ ପୂର୍ବରୁ ବାଦୁଡ଼ିମାନେ ଗଁା ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ଅଗ୍ନିକାଣ୍ଡର ମାସକ ପରେ ପୁଣି ସେମାନଙ୍କ ବାସସ୍ଥଳୀକୁ ବାହୁଡ଼ିଥିଲେ। ବିପଦ ଆସିଲେ ଏମାନେ ଜାଣିପାରନ୍ତି। ଏମାନେ ଶୁଭ ବୋଲି ବିଶ୍ୱାସ ରହିଛି।
-ଶୁଭ୍ରାଂଶୁ ଶେଖର ଦାସ, ସାମାଜିକ କର୍ମୀ

ପ୍ରକୃତିର ବନ୍ଧୁ
ବାଦୁଡ଼ିଙ୍କ ଜୀବନଶୈଳୀ ନିଆରା। ଏମାନେ ଖାଇବା ଏବଂ ମଳତ୍ୟାଗ ଉଭୟ କ୍ରିୟା ପାଟିପଟେ କରିଥାନ୍ତି। ଏହି ସ୍ତନ୍ୟପାୟୀ ପ୍ରାଣୀର ଦୃଷ୍ଟିଶକ୍ତି ପ୍ରଖର। ଅନ୍ଧାର ରାତିରେ ଖାଦ୍ୟ ସଂଗ୍ରହ କରିବାକୁ ମାଇଲ ମାଇଲ ଉଡ଼ି ଯାଇଥାନ୍ତି। ଏମାନେ ସ୍ବାଦିଷ୍ଟ ଫଳ ଖାଇଥାନ୍ତି। ମଞ୍ଜିଗୁଡ଼ିକ ମଳରେ ବିଭିନ୍ନ ସ୍ଥାନରେ ପଡ଼ିଥାଏ। ଏଭଳି ବୀଜବପନ ଦ୍ୱାରା ନୂତନ ଜଙ୍ଗଲ ସୃଷ୍ଟି ହୋଇଥାଏ। ତେଣୁ ଏମାନଙ୍କୁ ପ୍ରକୃତିର ବନ୍ଧୁ ବୋଲି କୁହାଯାଏ।
-ସଞ୍ଜୟ କୁମାର ରାଉତ, ତହସିଲଦାର ତଥା ପରିବେଶବିତ୍‌

ସବୁସ୍ତରରେ ଉଦ୍ୟମ ଲୋଡ଼ା
ବୀରାଶାଳ ଗ୍ରାମରେ ବାଦୁଡ଼ିଙ୍କ ବଂଶରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଗ୍ରୀଷ୍ମପ୍ରବାହ ସମୟରେ ଖରା ସହି ନ ପାରି ଅନେକ ବାଦୁଡ଼ି ମରିଯାଉଥିବା ନଜିର ରହିଛି। ପ୍ରତିକାର ସ୍ବରୂପ ଅଗ୍ନିଶମ ବିଭାଗ ଏବଂ ଆବଶ୍ୟକସ୍ଥଳେ ତଳୁଆ ଗଛରେ ସ୍ପ୍ରେୟର ସହାୟତାରେ ପାଣି ସିଞ୍ଚନ କରାଯାଇଥାଏ। ଏମାନଙ୍କ ବଂଶରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ ଲୋଡ଼ା।
-ସତ୍ୟନାରାୟଣ ସାହୁ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?