ବୀରାଶାଳରେ ସୁରକ୍ଷିତ ବାଦୁଡ଼ି

କାମାକ୍ଷାନଗର, ୭।୩(ଡି.ଏନ.ଏ.): ପ୍ରକୃତିର ବିଚିତ୍ରମୟ ପ୍ରାଣୀ ମଧ୍ୟରେ ଅନ୍ୟତମ ବାଦୁଡ଼ି। ଉଭୟ ପକ୍ଷୀ ଏବଂ ପଶୁ ପ୍ରବୃତ୍ତିଧାରୀ ଏହି ସ୍ତନ୍ୟପାୟୀ ପ୍ରାଣୀକୁ ପ୍ରକୃତିର ବନ୍ଧୁ ବୋଲି ଆଖ୍ୟା ଦିଆଯାଇଛି। ହେଲେ ଅବାଧ ଶିକାର ପାଇଁ ଏମାନଙ୍କ ବଂଶ ଏବେ ବିପଦରେ। ତେବେ ଗ୍ରାମବାସୀଙ୍କ ମିଳିତ ପ୍ରୟାସରୁ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ପାଲଟିଛି ବାଦୁଡ଼ିଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ। ବନ ବିଭାଗ ଆବଶ୍ୟକ ସହାୟତା ଯୋଗାଇଦେଲେ ଏମାନଙ୍କ ବଂଶ ବଢ଼ିପାରିବ ବୋଲି କହିଛନ୍ତି ଅଞ୍ଚଳବାସୀ।
ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା ସମେତ ବୀରାଶାଳ ଗ୍ରାମର ବଡ଼ ବଡ଼ ଗଛରେ ବାସ କରୁଛନ୍ତି ସହସ୍ରାଧିକ ବାଦୁଡ଼ି। ଅଞ୍ଚଳବାସୀଙ୍କ ଆଧ୍ୟାତ୍ମିକ ବିଶ୍ୱାସ ସହ ଯୋଡ଼ିହୋଇ ରହିଥିବାରୁ ଏହି ରାତ୍ରିଚର ଜୀବ ବେଶ୍‌ ସୁରକ୍ଷିତ। ଗ୍ରାମବାସୀଙ୍କ କହିବା କଥା, ଆସନ୍ନ ବିପଦର ଆଭାସ ପାଇଲେ ବାଦୁଡ଼ିମାନେ ଅନ୍ୟତ୍ର ପଳାଇଥାଆନ୍ତି। ଗ୍ରାମବାସୀ ସୁରକ୍ଷା ଦେଇ ଆସୁଥିବାରୁ ଶିକାରୀଙ୍କ ପ୍ରାଦୁର୍ଭାବ ପ୍ରାୟତଃ ନାହିଁ। ଗଛମୂଳେ କାହାରି ଉପସ୍ଥିତି ଅନୁଭବ କରିବା କ୍ଷଣି ବାଦୁଡ଼ିମାନେ ଚେଁ ଚଁା ହୋଇ ଶବ୍ଦ କରିଥାଆନ୍ତି। ଫଳରେ ଶିକାରୀଙ୍କୁ ଘଉଡ଼ାଇବା ସହଜ ହୋଇଥାଏ। ଦିନସାରା ଗଛରେ ମୁହଁ ତଳକୁ କରି ଝୁଲି ରହୁଥିବା ବାଦୁଡ଼ିମାନେ ସନ୍ଧ୍ୟା ହେଲେ ଏକାଠି ହୋଇ ଖାଦ୍ୟ ଅନ୍ବେଷଣରେ ଅନ୍ଧାର ଆକାଶରେ ଘୂରି ବୁଲିଥାନ୍ତି, ଯାହା ଚମତ୍କାର ଦୃଶ୍ୟ ସୃଷ୍ଟି କରିଥାଏ। ସଞ୍ଜରୁ ବାଦୁଡ଼ିମାନେ ଖାଦ୍ୟ ତଲାସରେ ମାଇଲ ମାଇଲ ବାଟ ଉଡ଼ି ଯାଇଥାନ୍ତି। ଭୋର୍‌ ସମୟରେ ସେମାନେ ପୁଣି ଆବାସସ୍ଥଳୀକୁ ଫେରିଥାନ୍ତି। ବର୍ଷା ଆରମ୍ଭରେ ପ୍ରଜନନ ସହ ଏମାନଙ୍କ ବଂଶବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପକ୍ଷୀଙ୍କ ଭଳି ଡେଣା ଥିଲେ ବି ବାଦୁଡ଼ି ଛୁଆ ଜନ୍ମ କରିଥାନ୍ତି। ବାଦୁଡ଼ିଙ୍କୁ ବୀଜବାହକ ବୋଲି କୁହାଯାଏ। କାରଣ ଏମାନେ ଖାଉଥିବା ସ୍ବାଦିଷ୍ଟ ଫଳର ମଞ୍ଜି ସେମାନଙ୍କ ମଳରେ ବାହାରି ବିଭିନ୍ନ ସ୍ଥାନରେ ପଡ଼ି ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ତେବେ ଗ୍ରାମବାସୀ ଗ୍ରାମ ପରିଧି ମଧ୍ୟରେ ଏମାନଙ୍କୁ ସୁରକ୍ଷା ଦେବାରେ ସମର୍ଥ। ରାତିରେ ଖାଦ୍ୟ ଅନ୍ବେଷଣରେ ବାହାରିବା ପରେ ଶିକାରୀମାନେ ମାଂସ ପାଇଁ ଏମାନଙ୍କୁ ଟାର୍ଗେଟ କରୁଛନ୍ତି। ରାତିରେ ସବୁବେଳେ ଜଗିରହିବା ସମ୍ଭବ ହେଉନାହିଁ। ତେଣୁ ବନ ବିଭାଗ ରାତ୍ରିକାଳୀନ ପାଟ୍ରୋଲିଂ କରିବା, ସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଏବଂ ଶିକାରୀମୁକ୍ତ ପରିବେଶ ସୃଷ୍ଟି କରିପାରିଲେ ବାଦୁଡ଼ିଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି।

ବିପଦ ଆସିଲେ ଜାଣିପାରନ୍ତି
ଦୀର୍ଘବର୍ଷ ହେଲା ଗ୍ରାମର ବଡ଼ ବଡ଼ ଗଛରେ ବାଦୁଡ଼ି ରହି ଆସୁଛନ୍ତି। ୩୦ ବର୍ଷ ତଳେ ଗଁାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଘଟଣ ଘଟିବାର ୫ଦିନ ପୂର୍ବରୁ ବାଦୁଡ଼ିମାନେ ଗଁା ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ଅଗ୍ନିକାଣ୍ଡର ମାସକ ପରେ ପୁଣି ସେମାନଙ୍କ ବାସସ୍ଥଳୀକୁ ବାହୁଡ଼ିଥିଲେ। ବିପଦ ଆସିଲେ ଏମାନେ ଜାଣିପାରନ୍ତି। ଏମାନେ ଶୁଭ ବୋଲି ବିଶ୍ୱାସ ରହିଛି।
-ଶୁଭ୍ରାଂଶୁ ଶେଖର ଦାସ, ସାମାଜିକ କର୍ମୀ

ପ୍ରକୃତିର ବନ୍ଧୁ
ବାଦୁଡ଼ିଙ୍କ ଜୀବନଶୈଳୀ ନିଆରା। ଏମାନେ ଖାଇବା ଏବଂ ମଳତ୍ୟାଗ ଉଭୟ କ୍ରିୟା ପାଟିପଟେ କରିଥାନ୍ତି। ଏହି ସ୍ତନ୍ୟପାୟୀ ପ୍ରାଣୀର ଦୃଷ୍ଟିଶକ୍ତି ପ୍ରଖର। ଅନ୍ଧାର ରାତିରେ ଖାଦ୍ୟ ସଂଗ୍ରହ କରିବାକୁ ମାଇଲ ମାଇଲ ଉଡ଼ି ଯାଇଥାନ୍ତି। ଏମାନେ ସ୍ବାଦିଷ୍ଟ ଫଳ ଖାଇଥାନ୍ତି। ମଞ୍ଜିଗୁଡ଼ିକ ମଳରେ ବିଭିନ୍ନ ସ୍ଥାନରେ ପଡ଼ିଥାଏ। ଏଭଳି ବୀଜବପନ ଦ୍ୱାରା ନୂତନ ଜଙ୍ଗଲ ସୃଷ୍ଟି ହୋଇଥାଏ। ତେଣୁ ଏମାନଙ୍କୁ ପ୍ରକୃତିର ବନ୍ଧୁ ବୋଲି କୁହାଯାଏ।
-ସଞ୍ଜୟ କୁମାର ରାଉତ, ତହସିଲଦାର ତଥା ପରିବେଶବିତ୍‌

ସବୁସ୍ତରରେ ଉଦ୍ୟମ ଲୋଡ଼ା
ବୀରାଶାଳ ଗ୍ରାମରେ ବାଦୁଡ଼ିଙ୍କ ବଂଶରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଗ୍ରୀଷ୍ମପ୍ରବାହ ସମୟରେ ଖରା ସହି ନ ପାରି ଅନେକ ବାଦୁଡ଼ି ମରିଯାଉଥିବା ନଜିର ରହିଛି। ପ୍ରତିକାର ସ୍ବରୂପ ଅଗ୍ନିଶମ ବିଭାଗ ଏବଂ ଆବଶ୍ୟକସ୍ଥଳେ ତଳୁଆ ଗଛରେ ସ୍ପ୍ରେୟର ସହାୟତାରେ ପାଣି ସିଞ୍ଚନ କରାଯାଇଥାଏ। ଏମାନଙ୍କ ବଂଶରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ ଲୋଡ଼ା।
-ସତ୍ୟନାରାୟଣ ସାହୁ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ କଲା ଶ୍ରାବଣ

ଢେଙ୍କାନାଳ ଅଫିସ, ୫।୮ – ସରିଗଲା ଶ୍ରାବଣ। ଆକାଶକୁ ଚାହିଁ ଚାହିଁ ନିରାଶ ହେଲେ ଚାଷୀ। ଆବଶ୍ୟକ ବର୍ଷା ହେଲାନି। ଯେତିକି ହେଲା ସେତକିରେ ଭୂଇଁ...

ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା

ପରଜଙ୍ଗ, ୧୭।୧(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ୍‌ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ବିଟ୍‌ ଅନ୍ତର୍ଗତ ଖେସରା ଜଙ୍ଗଲରେ ଅସୁସ୍ଥ ହୋଇ ବିଚରଣ କରୁଥିବା ଏକ...

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ...

ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର...

ଦୋଷୀ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୮।୫: ବନ ବିଭାଗର ବିନା ଅନୁମତିରେ ରଥ ନିର୍ମାଣ ପାଇଁ କପିଳାସ ସଂରକ୍ଷିତ ଅଭୟାରଣ୍ୟରୁ ଧଉରା ଗଛ କାଟି ଅଡୁଆରେ ପଡ଼ିଛି ଢେଙ୍କାନାଳ ଜିଲା...

କରୋନା ବେଳେ କର୍ମଚାରୀ ଅଭାବ

ଭୁବନ, ୨୫।୫(ଡି.ଏନ.ଏ.) – ମହାମାରୀ ସମୟରେ କର୍ମଚାରୀ ଅଭାବ, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ...

‘ଓଡ଼ିଆ ଭାଷା ଉପରେ ସଙ୍କଟ ଘନେଇଛି’

ଢେଙ୍କାନାଳ ଅଫିସ, ୨୨।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ମାତୃଭାଷା ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ପରଜଙ୍ଗ,୨୬।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଜକା ଗ୍ରାମର ବିଜୟ ସାହୁଙ୍କ ପ୍ରଥମ ସ୍ତ୍ରୀ ଅଞ୍ଜନା ସାହୁ (୩୯) ଶୁକ୍ରବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି।...

Advertisement
Archives

Model This Week