ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର। ଜିଲାର ୪ ବ୍ଲକରେ ୨ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସବୁଜ ସଙ୍କେତ ମିଳିଛି। ସ୍ଥାନୀୟ ଜିଲା ବିଜେଡି କାର୍ଯ୍ୟାଳୟରେ ସନ୍ଧ୍ୟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଦେଇଛନ୍ତି ବିଧାୟକ ସୁଧୀର କୁମାର ସାମଲ।
ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ଗଁଦିଆ, ସଦର, ଭୁବନ ଏବଂ କାମାକ୍ଷାନଗର ବ୍ଲକରେ ଏହି ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ୬୮ ପଞ୍ଚାୟତ ଅନ୍ତର୍ଗତ ୩୬୨ ଗ୍ରାମର ୩ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ। ଏହି ସମସ୍ତ ପ୍ରକଳ୍ପ ଲାଗି ୨୯୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗଁଦିଆ ବ୍ଲକର ୨୯ ପଞ୍ଚାୟତ ଅନ୍ତର୍ଗତ ୧୬୬ ଗ୍ରାମର ୧ ଲକ୍ଷ ୫୨ହଜାର ୨୧ଜଣ, ସଦର ବ୍ଲକ ଅଧୀନ ୧୨ ପଞ୍ଚାୟତର ୪୬ ଗ୍ରାମର ୩୯ହଜାର ୧୨୫ଜଣ, ଭୁବନ ବ୍ଲକର ୧୮ ପଞ୍ଚାୟତ ଅନ୍ତର୍ଗତ ୧୦୭ ଗ୍ରାମର ୧ ଲକ୍ଷ ୨ହଜାର ୮୭ଜଣ ଏବଂ କାମାକ୍ଷାନଗର ବ୍ଲକର ୧୦ ପଞ୍ଚାୟତ ଅଧୀନ ୪୮ ଗ୍ରାମର ୪୩ହଜାର ୨୬୧ଜଣ ଉକ୍ତ ପ୍ରକଳ୍ପରୁ ପାଣି ପାଇବେ। ବ୍ରାହ୍ମଣୀ ନଦୀର ମନ୍ଦାର ଘାଟରୁ ସମସ୍ତ ପ୍ରକଳ୍ପକୁ ପାଣି ଆସିବ। ସେହିପରି ସଦର ବ୍ଲକର ଅବଶିଷ୍ଟ ଗ୍ରାମ, ଢେଙ୍କାନାଳ ପୌରାଞ୍ଚଳକୁ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଡିପିଆର୍‌ ପ୍ରସ୍ତୁତି ଚାଲିଛି। ଏହି ଅଞ୍ଚଳକୁ ମହାନଦୀରୁ ପାଣି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ବିଧାୟକ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ମହିମାଗାଦି ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର କରିବା ଲାଗି ସ୍ବତନ୍ତ୍ର ଭାବେ ଅନ୍ୟ ଏକ ଜଳଯୋଗାଣ ପ୍ରକଳ୍ପ କରାଯିବ। ଏଥିଲାଗି ୯କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଛି। ଏଥିସହ ଢେଙ୍କାନାଳ ସହରରେ ଥିବା ୫ପୋଖରୀର ଉନ୍ନତୀକରଣ କରାଯିବ। ସହରକୁ ଆକର୍ଷଣୀୟ କରିବାକୁ ୩ ପ୍ରବେଶ ପଥରେ ୩ଟି ମୁଖଶାଳା ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି। ଢେଙ୍କାନାଳ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ, ସଦର ବ୍ଲକ ଅଧ୍ୟକ୍ଷା ପଦ୍ମିନୀ ନାୟକ, ଜିଲା ବିଜେଡି କୃଷକ ସଙ୍ଗଠନ ସଭାପତି ନରୋତ୍ତମ ସାହୁ, ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରା, ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କପିଳାସରେ ହିମାଚଳ ଢାଞ୍ଚାରେ ରୋପ୍‌ୱେ
ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ପ୍ରସିଦ୍ଧ ଶୈବପୀଠ କପିଳାସରେ ଖୁବ୍‌ଶୀଘ୍ର ରୋପ୍‌ୱେ ବ୍ୟବସ୍ଥା ହେବ। ହିମାଚଳ ପ୍ରଦେଶର ହିଲ୍‌ ଷ୍ଟେଶନରେ ଥିବା ରୋପଓ୍ବେ ଢାଞ୍ଚାରେ ଏହାକୁ ପ୍ରସ୍ତୁତ କରାଯିବ। କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ, ଗଁଦିଆ ବ୍ଲକର କପିଳାସ, ଯୋରନ୍ଦା ଏବଂ ସଦର ବ୍ଲକର ସପ୍ତଶଯ୍ୟାକୁ ନେଇ ଇକୋ ଟୁରିଜମ୍‌ ପ୍ରକଳ୍ପ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri